କୁକୁଭ

ଉଇକିପିଡ଼ିଆ ରୁ
Jump to navigation Jump to search
Deuterostomia
କୁକୁଭ ଚଢ଼େଇ
Pheasant-tailed Jacana Bangalore.jpg
କେରଳର ଭମ୍ବନାଡ଼ ହ୍ରଦର କୁକୁଭ ଚଢ଼େଇ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordata
Class: Reptilia
clade: Dinosauria
Order: Saurischia
Class: Aves
Order: Charadriiformes
Family: Jacanidae
Genus: Pheasant-tailed jacana
ୟୋହାନ୍ ଜର୍ଜ୍ ୱାଗ୍ଲର୍, ୧୮୩୨
ଜାତି: H. chirurgus
ବାଇନୋମିଆଲ ନାମ
Hydrophasianus chirurgus
ଜିଓଭାନି ଆଣ୍ଟୋନିଓ ସ୍କୋପୋଲି, ୧୭୮୬
Hydrophasianus chirurgus map.png
ଅଳ୍ପବୟସ୍କ କୁକୁଭ ଚଢ଼େଇ

କୁକୁଭ (ଇଂରାଜୀରେ pheasant-tailed jacana, ଜୀବବିଜ୍ଞାନ ନାମ Hydrophasianus chirurgus) ଜଳାଶୟ ପରି ସ୍ଥାନରେ ବାସ କରେ । ଏହି ପକ୍ଷୀ ଜକାନିଡାଏ ପରିବାରର । ଏମାନଙ୍କ ପାଦ ଓସାରିଆ ଓ ପଞ୍ଝା ଭାସମାନ ପାଣି ଗୁଳ୍ମ ଓ ଗଛ ଉପରେ ଚାଲିବାରେ ବେଶ୍ ସହାୟକ ହୁଏ । ଅଗଭୀର ହ୍ରଦ ଓ ଜଳାଶୟ କୁକୁଭମାନଙ୍କ ପ୍ରିୟ ଅଧିବାସ । କୁକୁଭ ଚଢ଼େଇ ପାଣିରେ ପହଁରି ପାରେ । କିନ୍ତୁ ଏହି ପକ୍ଷୀ ଭାସମାନ ଜଳଜ ଉଦ୍ଭିଦ ଉପରେ ଚାଲି ଚାଲି ବୁଲିବା ପସନ୍ଦ କରେ । ମାଈ କୁକୁଭ ଅଣ୍ଡିରା କୁକୁଭଙ୍କଠାରୁ ଅଧିକ ରଙ୍ଗବେରଙ୍ଗୀ ଏବଂ ମାଈ କୁକୁଭମାନେ ଏକାଧିକ ଅଣ୍ଡିରା ସାଥୀଙ୍କ ସହଚରୀ ହୋଇ ରୁହନ୍ତି ।

ଭୌଗୋଳିକ ବିତରଣ[ସମ୍ପାଦନା]

ଏହି ପକ୍ଷୀ ଭାରତ, ଦକ୍ଷିଣ-ପୂର୍ବ ଏସିଆ, ଇଣ୍ଡୋନେସିଆ ଏପରି ଅନେକ ଦେଶରେ ପ୍ରଜନନ କରିବା ଦେଖିବାକୁ ମିଳେ । ଏମାନେ ନିଜ ବସବାସ କରିବା ଅଞ୍ଚଳରୁ ବେଶୀ ଦୂରକୁ ଯିବା ଦେଖାଯାଇ ନାହିଁ । ଦକ୍ଷିଣ ଚୀନହିମାଳୟରେ ବସବାସ କରୁଥିବା କୁକୁଭ ପକ୍ଷୀମାନେ ଭାରତୀୟ ଉପମହାଦ୍ବୀପ ଓ ଦକ୍ଷିଣ-ପୂର୍ବ ଏସିଆରେ ପ୍ରବାସ କରିବା ଦେଖାଯାଏ । ତାଇୱାନ ଦେଶରେ ମଧ୍ୟ କୁକୁଭ ଦେଖାଯାନ୍ତି ଓ ସେଠାରେ ଏମାନଙ୍କ ସ୍ଥିତି ସଙ୍କଟାପନ୍ନ । ଅଷ୍ଟ୍ରେଲିଆରେ ମଧ୍ୟ କୁକୁଭ ଦେଖାଯାନ୍ତି । ୨୦୧୭ ମସିହାର ଏକ ରିପୋର୍ଟ ଅନୁସାରେ ଭୁଟାନର ଜିଂମେ ଦୋର୍ଜି ଜାତୀୟ ଉଦ୍ୟାନର କିଛି ବନବିଭାଗ କର୍ମଚାରୀ ସମୁଦ୍ରପତନରୁ ୪୦୦୦ ମିଟର୍ ଉଚ୍ଚତାରେ ଥିବା ସୋ ଡାଂଗୋଚୋଂଗ୍‍ରେ କୁକୁଭ ଚଢେଇ ବାସ କରିବା ଦେଖିଥିଲେ ।[୨]

ବର୍ଣ୍ଣନା[ସମ୍ପାଦନା]

ପ୍ରଜନନ[ସମ୍ପାଦନା]

କୁକୁଭ ପକ୍ଷୀ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ଭାସମାନ ଗଛ ଓ ଦଳରେ ପ୍ରଜନନ କରିଥାନ୍ତି । ଦକ୍ଷିଣ ଭାରତରେ ମୌସୁମୀ ବର୍ଷା (ଜୁନ୍‍ରୁ ସେପ୍ଟେମ୍ବର) ସମୟରେ ଏମାନେ ପ୍ରଜନନ କରିବା ଦେଖାଯାଇଛି । ମାଈ କୁକୁଭ ଏକାଧିକ ଅଣ୍ଡିରାଙ୍କ ସହ ମିଳନରେ ଲିପ୍ତ ରୁହେ । ନିଜର ଭାସମାନ ବସାରେ ଏମାନେ ଏକାଥରକେ ୪ଟି ଅଣ୍ଡା ଦିଅନ୍ତି । ଏମାନଙ୍କ ଅଣ୍ଡ ମାଟିଆ ରଙ୍ଗର ଓ ସେଥିରେ କଳା ପଟା ଦାଗ ରହିଥାଏ ।

ପ୍ରକୃତି[ସମ୍ପାଦନା]

କୁକୁଭ ମୁଖ୍ୟତଃ କୀଟପତଙ୍ଗ ଓ ପାଣିରେ ଭାସମାନ ଗଛରେ ବା ପାଣିରେ ରହୁଥିବା ରହୁଥିବା ଅନ୍ୟ ଛୋଟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଆହରଣ କରିଥାନ୍ତି । “ମି-ଓଁପ୍” ଓ “ଟ୍ୟୁଁ” ଏପରି ଦୁଇ ପ୍ରକାରର ଧ୍ବନି ସୃଷ୍ଟି କରି ଯୋଗାଯୋଗ କରନ୍ତି ।

ଆଧାର[ସମ୍ପାଦନା]

  1. "Hydrophasianus chirurgus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. 
  2. Namgay & Pema Dendup (2017).Jigme Dorji National Park, Department of Forests and Park Services, Bhutan
  • Shorebirds by Hayman, Marchant and Prater ISBN 0-395-60237-8
  • Rasmussen, P. and J. Anderton (2005) Birds of South Asia - the Ripley guide. Smithsonian and Lynx editions.