କିଟୋଜେନିକ ଖାଦ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

କିଟୋଜେନିକ ଖାଦ୍ୟ କ‌ହିଲେ ଅଧିକ ସ୍ନେହସାର (fat), ଯଥେଷ୍ଟ ପୁଷ୍ଟିସାର, ସ୍ୱଳ୍ପ ଶ୍ୱେତସାର ଖାଦ୍ୟକୁ ବୁଝାଏ ଯାହା ପ୍ରାଥମିକ ଭାବରେ ଅନିୟନ୍ତ୍ରିତ ଅପସ୍ମାର ବାତ ହେଉଥିବା ଶିଶୁର ଚିକିତ୍ସାରେ ଦିଆଯାଏ । ଏହି ଖାଦ୍ୟ ଖାଇଲେ ଶରୀରରେ ଶ୍ୱେତସାର ବଦଳରେ ଚର୍ବି ପୋଡ଼ିବାକୁ ଲାଗେ । ସାଧାରଣତଃ ଖାଦ୍ୟରେ ଥିବା ଶ୍ୱେତସାର ଦେହରେ ଗ୍ଲୁକୋଜରେ ରୁପାନ୍ତରିତ ହୋଇ ସାରା ଶରୀରକୁ ବିଶେଷତଃ ମସ୍ତିଷ୍କ‌କୁ ସରବରାହ ଓ ସେଠାରେ ତାହାର ମେଟାବୋଲିଜ୍ମ (fueling brain function) ହୁଏ । ଖାଦ୍ୟରେ କିଛି ପରିମାଣର ଶ୍ୱେତସାର ରହିଯାଇଥିଲେ ଟ୍ରାଇଏସିଲଗ୍ଲିସେରଲ (fat) ଯକୃତରେ ଫ୍ୟାଟି ଏସିଡରେ (fatty acid) ପରିଣତ ହୁଏ ଓ ତା'ପରେ କିଟୋନ ବଡିରେ (ketone bodies) ପରିଣତ ହୋଇଯାଏ । ଏହି କିଟୋନ ବଡି ରକ୍ତରେ ମସ୍ତିଷ୍କ‌କୁ ଯାଇ ଗ୍ଲୁକୋଜ ବଦଳରେ ଶକ୍ତି ଉତ୍ସ ରୂପେ କାମ କରେ ଯାହାକୁ କିଟୋସିସ (ketosis) କୁହାଯାଏ ଓ ଏହି ପରିବର୍ତ୍ତନ ଯୋଗୁ ଅପସ୍ମାର ବାତର ଆବୃତ୍ତି କମିଯାଏ । [୧] ଏହି ଖାଦ୍ୟ ସାହାଯ୍ୟରେ ଅର୍ଦ୍ଧେକ ସଂଖ୍ୟକ ଶିଶୁ ଓ ଯୁବକମାନଙ୍କର ବାତ ମାରିବା ସଂଖ୍ୟା ଅଧା ହୋଇଯାଏ ଯାହାର ପ୍ରଭାବ ଏହି ଖାଦ୍ୟ ବନ୍ଦ କରିବା ପରେ ମଧ୍ୟ ରହେ ।[୨] କେତେକ ପ୍ରମାଣରୁ ଜଣାଯାଏ, ପରିବର୍ତ୍ତିତ ଆଟକିନ ଖାଦ୍ୟ (Atkins diet) ଯାହା ଏହାଠାରୁ କମ୍ ହୋଇଥିଲେ ମଧ୍ୟ ଉପକାର ମିଳେ ।[୧] ଏପରି ଖାଦ୍ୟ ଶୃଙ୍ଖଳାରେ କୋଷ୍ଠକାଠିନ୍ୟ, ହାଇପରକୋଲେସ୍ଟେରୋଲେମିଆ (high cholesterol), ଧୀର ଶରୀର ବିକାଶ, ଏସିଡୋସିସ ଓ ବୃକ୍‌କ ପଥର ରୋଗ ଇତ୍ୟାଦି ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୩]

ମୌଳିକ ଡାକ୍ତରୀ ଅପସ୍ମାର ଶିଶୁ ଖାଦ୍ୟରେ ଶରୀରର ବୃଦ୍ଧି ଓ ମରାମତ ନିମନ୍ତେ ଆବଶ୍ୟକ ଯଥେଷ୍ଟ ପୁଷ୍ଟିସାର ଓ କ୍ୟାଲୋରି (calories) ଥାଏ ଯାହା ବୟସ ଅନୁପାତରେ ସଠିକ ଓଜନ ଓ ଉଚ୍ଚତା ବଜାୟ ରଖେ । ଡାକ୍ତରୀ କିଟୋଜେନିକ ଖାଦ୍ୟ ଶିଶୁ ଉପସ୍ମାର ରୋଗ ଚିକିତ୍ସା ନିମନ୍ତେ ସନ ୧୯୨ରେ ବିକଶିତ ହୋଇଥିଲା ଓ ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବ‌ହୃଟ ହେଉଥିଲା, କିନ୍ତୁ ଏହାର ଲୋକପ୍ରିୟତା କମିଗଲା ଯେତେବେଳେ ଆଣ୍ଟିକନଭଲସାଣ୍ଟ (anticonvulsant) ଔଷଧ ଦେବା ଆରମ୍ଭ ହେଲା । ଏହି ଉତ୍କୃଷ୍ଟ ଖାଦ୍ୟରେ ୪:୧ ଅନୁପାତରେ ଚର୍ବି ଓ ପୁଷ୍ଟିସାର ତ‌ଥା ଶ୍ୱେତସାର ମିଶ୍ରଣ ଥାଏ । ଅଧିକ ଶ୍ୱେତସାର ଥିବା ଖାଦ୍ୟ ଯେପରିକି ପାଉଁରୁଟି, ପାସ୍ତା, ଶସ୍ୟ, ଚିନି ଓ ସ୍ଟାର୍ଚ୍ଚ ଖାଦ୍ୟ ବିଦାୟ ଦେଇ ଚର୍ବି ଜାତୀୟ ଖାଦ୍ୟ ଯେପରିକି କ୍ରିମ, ଲହୁଣୀ ଓ ଅଖରୋଟ ଇତ୍ୟାଦି ଖାଇବାକୁ ଉପଦେଶ ଦିଆଯାଏ । [୧] ଅଧିକାଂଶ ଡାଏଟାରି ଖାଦ୍ୟରେ ଲମ୍ବା ଚେନ‌ଯୁକ୍ତ ଟ୍ରାଇଗ୍ଲିସେରାଇଡ ଥାଏ । ଛୋଟ କାର୍ବନ ଚେନ (carbon chain) ବିଶିଷ୍ଟ ଫ୍ୟାଟି ଏସିଡରୁ ତିଆରି ମିଡିଅମ-ଚେନ ଟ୍ରାଇଗ୍ଲିସେରାଇଡ ଅଧିକ କିଟୋଜେନିକ ହୁଏ । ଆଉ ଏକ ପ୍ରକାର କ୍ଲାସିକ ଡାଏଟରେ ଅଧିକ ଏମସିଟି ଥିବା ନଡ଼ିଆ ତେଲ ଥାଏ ଯାହା ପ୍ରାୟ ଅଧା କ୍ୟାଲୋରି ଦିଏ ଓ ଏହାକୁ ଏମସିଟି କିଟୋଜେନିକ ଖାଦ୍ୟ କୁହାଯାଏ । ଏହି ଖାଦ୍ୟ ଖାଇଲେ ଅଧିକ ଶ୍ୱେତସାର ଓ ପୁଷ୍ଟିସାର ଖାଇବା ଆବଶ୍ୟକ ହୁଏ ।[୪][୫]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Freeman JM, Kossoff EH, Hartman AL. The ketogenic diet: one decade later. Pediatrics. 2007 Mar;119(3):535–43. doi:10.1542/peds.2006-2447. PubMed
  2. Martin-McGill KJ, Jackson CF, Bresnahan R, Levy RG, Cooper PN. Ketogenic diets for drug-resistant epilepsy. Cochrane Database Syst Rev. 2018 Nov 7;11:CD001903. doi:10.1002/14651858.CD001903.pub4. PubMed
  3. Kossoff EH, Wang HS. Dietary therapies for epilepsy. Biomed J. 2013 Jan-Feb;36(1):2-8. doi:10.4103/2319-4170.107152 PubMed
  4. Liu YM. Medium-chain triglyceride (MCT) ketogenic therapy. Epilepsia. 2008 Nov;49 Suppl 8:33–6. doi:10.1111/j.1528-1167.2008.01830.x. PubMed
  5. Zupec-Kania BA, Spellman E. An overview of the ketogenic diet for pediatric epilepsy. Nutr Clin Pract. 2008 Dec–2009 Jan;23(6):589–96. doi:10.1177/0884533608326138. PubMed