କବିତା ବାରିକ
କବିତା ବାରିକ | |
---|---|
ଶିକ୍ଷା | ପିଏଚଡ଼ି, ଡି ଲିଟ |
ଶିକ୍ଷାନୁଷ୍ଠାନ | ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ସାହିତ୍ୟିକା, ଅଧ୍ୟାପିକା |
କବିତା ବାରିକ ଜଣେ ଭାରତୀୟ ଅଧ୍ୟାପିକା ତଥା ଓଡ଼ିଆ-ଭାଷୀ ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକ ଓ ସମାଲୋଚକ ।[୧] ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।[୨]
ସାହିତ୍ୟ ରଚନା
[ସମ୍ପାଦନା]୧୯୭୭ ମସିହାରେ ବାରିପଦାର ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେଠାକାର ମୁଖପତ୍ର ଭଞ୍ଜପ୍ରଭାରେ କବିତାଙ୍କର ଗପ ମୋନାଲିସାର ହସ ଓ ଅନ୍ୟ ପୃଥିବୀର ମଣିଷ ପ୍ରକାଶ ପାଇଥିଲା । ଏ ସବୁ ଗପ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖି ଓ ବିଗତ ଯୌବନା ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଝଙ୍କାରରେ ତାଙ୍କ ଗପ ସ୍ମୃତିର ସହର ତାଙ୍କୁ ଲୋକପ୍ରିୟ କରିବା ସହ ପାଠକୀୟ ସ୍ୱୀକୃତି ଦେଇଥିଲା । ସେ ବେଳର ଗଳ୍ପ ଇସ୍ତାହାର, ସୁଚରିତା ଓ ଗୋକର୍ଣ୍ଣିକା ଆଦି ପତ୍ରିକାରେ ମଧ୍ୟ ପ୍ରକାଶ ପାଉଥିଲା ।
୧୯୮୧ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପର୍ଦ୍ଦାପଛର ଗୀତ ପ୍ରକାଶିତ ହୋଇଥିଲା । ସେ ୨୦୧୮ ମସିହାରେ ମୟୂରଭଞ୍ଜରୁ ପୂର୍ବରୁ ପ୍ରକାଶ ପାଇ ବନ୍ଦହୋଇଯାଇଥିବା ଉତ୍କଳପ୍ରଭା ପତ୍ରିକାର ପୁନଃପ୍ରକାଶନ ଆରମ୍ଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଏଯାବତ କବିତାଙ୍କର ୧୪ଟି ଗଳ୍ପ ସଂକଳନ, ୬ଟି ଉପନ୍ୟାସ ଓ ୧୧ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ତାଙ୍କର କେତୋଟି ପୁସ୍ତକର ତାଲିକା:
ଗଳ୍ପ
[ସମ୍ପାଦନା]- ଭିନ୍ନ ସହର (୧୯୮୭)
- ଛକ (୧୯୯୦)
- ସଞ୍ଜ ଯେବେ ଆସେ (୧୯୯୯)
- ଗଙ୍ଗା ସ୍ନାନ (୨୦୦୦)
- ଜୀବନ କେବେ କେମିତି (୨୦୦୧)
- ପବିତ୍ର ନିରଞ୍ଜନା (୨୦୦୪)
- ଭଲଦିନର ଠିକଣା (୨୦୦୮)
- ଅଧାଗଢ଼ା ସଂପର୍କ (୨୦୧୩)
- ନିଃସର୍ତ୍ତ ଉଚ୍ଚାରଣ (୨୦୧୪)
- ପୁଣି ଜଣେ ଅରୁଣା ସାନବାଗ (୨୦୧୫)
- ଚରିତ୍ରମାନେ (୨୦୧୬)
- ସ୍ୱୟଂସିଦ୍ଧା (୨୦୧୯)
- ମୁଢ଼ିବାଲୀ (୨୦୨୦)
- ରାତିର ବାସନ୍ତୀ (୨୦୨୧)
- ଦଗ୍ଧ କାଶତଣ୍ଡି ପୋଡ଼ା ଶୈଶବ (୨୦୨୪)
- କବିତା ବାରିକ ଗଳ୍ପ ସମଗ୍ର
ଉପନ୍ୟାସ
[ସମ୍ପାଦନା]- ପରଦା ପଛର ଗୀତ (୧୯୮୧)
- ସମ୍ପର୍କ (୧୯୯୨)
- ମନର ଘର (୧୯୯୩)
- ଜୀବନ ନଈ (୨୦୦୨)
- ଇପ୍ସିତ ସକାଳ (୨୦୦୪)
- ପୃଷ୍ଠା (୨୦୧୬)
- ଆମେ ହାରି ନାହୁଁ (୨୦୨୨)
ପ୍ରବନ୍ଧ/ସମାଲୋଚନା
[ସମ୍ପାଦନା]- ମୋ ଦୃଷ୍ଟିରେ ନାରୀ (୧୯୯୭)
- ଶହେ ପଚିଶ ବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ : ଏକ ତାତ୍ତ୍ୱିକ ବିଶ୍ଳେଷଣ (୧୯୯୮, -୨୦୨୩)
- ଶହେ ବର୍ଷର ଓଡ଼ିଆ ଗଳ୍ପକୁ ଲେଖିକାଙ୍କ ଅବଦାନ (୧୯୯୯, ୨୦୧୪, ୨୦୧୭, ୨୦୨୨, ୨୦୨୪)
- କୁନ୍ତଳା କୁମାରୀ କୃତି ଓ କୃତିତ୍ୱ (୨୦୦୪)
- ଚେତନା (୨୦୧୧)
- ଓଡ଼ିଆ ସାହିତ୍ୟକୁ ମୟୂରଭଞ୍ଜର ଅବଦାନ (୨୦୧୧)
- ବାମା (୨୦୧୧)
- ଓଡ଼ିଆ ଗଳ୍ପରେ ମାନବିକ ଚେତନା (୨୦୧୯)
- ବାମାବାଦୀ ସାହିତ୍ୟ : ପରମ୍ପରା ଓ ପ୍ରୟୋଗ (୨୦୧୯)
- ନାରୀ-ବିମର୍ଷ ଚେତନା ଓ ଚିନ୍ତନ (୨୦୨୧)
- ସାହିତ୍ୟେ ବିବିଧ ରୂପତତ୍ତ୍ୱ (୨୦୨୧)
- ଲେଖିକାଙ୍କ କଲମରୁ ଶହେ ବର୍ଷର ଓଡ଼ିଆ ଗଳ୍ପ
ଆତ୍ମଜୀବନୀ
[ସମ୍ପାଦନା]- ନିଜକଥା - ୧ମ ଭାଗ (୨୦୧୩)
- ମୋ ଜୀବନ କେବେ କେମିତି - ୨ୟ ଭାଗ (୨୦୨୨)[୩]
ଅନ୍ୟାନ୍ୟ
[ସମ୍ପାଦନା]- ଶହେ ବର୍ଷର ଆଧୁନିକ କ୍ଷୁଦ୍ର ଗଳ୍ପ (ସମ୍ପାଦନା) - ନେସନାଲ ବୁକ ଟ୍ରଷ୍ଟ[୪]
- କବିତା ବାରିକଙ୍କ ସୃଜନର ଦିଗ ଓ ଦିଗନ୍ତ - ରଞ୍ଜିତା ପାତ୍ର
- ନିଃସଙ୍ଗ ପ୍ଲାଟଫର୍ମ (କବିତାଙ୍କ ଗପର ବଙ୍ଗଳା ଅନୁବାଦ)
- ଓଡ଼ିଆ ଲେଖିକାଙ୍କ ଗଳ୍ପ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବନଫୁଲ ଗଳ୍ପ ସମ୍ମାନ - ୨୦୧୯
- ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବର୍ଦ୍ଧନା - ୨୦୨୧
- ରଙ୍ଗରାଗ ଗଳ୍ପ ସମ୍ମାନ - ୨୦୨୧
- କାଦମ୍ବିନୀ ଗଳ୍ପ ସମ୍ମାନ - ୨୦୧୪[୫]
ଆଧାର
[ସମ୍ପାଦନା]- ↑ Malayalam Literary Survey (15 ed.). Kerala Sahitya Akademi. Retrieved 7 September 2021.
- ↑ "PROFILE OF POST GRADUATE DEPARTMENT OF ODIA" (PDF). www.nou.nic.in/. ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ. Retrieved 7 September 2021.
- ↑ ପଣ୍ଡା ଓ ମହାପାତ୍ର, ଶ୍ରୀହରି ଓ ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ଲେଖକ ପରିଚୟ. କଟକ: ସାଇଯମୁନା.
- ↑ "ଆତ୍ମନେପଦ". www.nitidinepaper.com. ନିତିଦିନ. Archived from the original on 7 September 2021. Retrieved 7 September 2021.
- ↑ "Odisha Activist Sruti Mohapatra To Get Kadambini Samman". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 7 September 2021. Retrieved 7 September 2021.