Jump to content

କବିତା ବାରିକ

ଉଇକିପିଡ଼ିଆ‌ରୁ
କବିତା ବାରିକ
ଶିକ୍ଷାପିଏଚଡ଼ି, ଡି ଲିଟ
ଶିକ୍ଷାନୁଷ୍ଠାନମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାହିତ୍ୟିକା, ଅଧ୍ୟାପିକା

କବିତା ବାରିକ, ଜଣେ ଓଡ଼ିଆ ସାହିତ୍ୟିକା ।[] ସାହିତ୍ୟର ବହୁବିଧା ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି ଓ ଅନ୍ୟ ଭାଷାକୁ ଅନୁବାଦିତ ମଧ୍ୟ ହୋଇଛି । ବୃତ୍ତିରେ ସେ ଜଣେ ଅଧ୍ୟାପିକା । ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

୧୯୭୭ ମସିହାରେ ବାରିପଦାର ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେଠାକାର ମୁଖପତ୍ର ଭଞ୍ଜପ୍ରଭାରେ କବିତାଙ୍କର ଗପ ମୋନାଲିସାର ହସଅନ୍ୟ ପୃଥିବୀର ମଣିଷ ପ୍ରକାଶ ପାଇଥିଲା । ଏ ସବୁ ଗପ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖିବିଗତ ଯୌବନା ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଝଙ୍କାର ପତ୍ରିକାରେ ତାଙ୍କ ଗପ ସ୍ମୃତିର ସହର । ଏ ଗପ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ପାଠକୀୟ ସ୍ୱୀକୃତି ଆଣିଦେଇଥିଲା । ସେହି ସମୟରେ ତାଙ୍କର ଗଳ୍ପ ଇସ୍ତାହାର, ସୁଚରିତାଗୋକର୍ଣ୍ଣିକା ଆଦି ପତ୍ରିକାରେ ମଧ୍ୟ ପ୍ରକାଶ ପାଉଥିଲା ।

୧୯୮୧ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପର୍ଦ୍ଦାପଛର ଗୀତ ପ୍ରକାଶିତ ହୋଇଥିଲା । ପ୍ରକାଶକ ଥିଲେ କଟକର ବୁକ୍ସ ଆଣ୍ଡ ବୁକ୍ସ । ୨୦୧୮ ମସିହାରେ ମୟୂରଭଞ୍ଜରୁ ପ୍ରକାଶିତ ଉତ୍କଳପ୍ରଭାର ପୁନଃପ୍ରକାଶନ ସେ ଆରମ୍ଭ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ଏଯାବତ କବିତାଙ୍କର ୧୪ଟି ଗଳ୍ପ ସଂକଳନ, ୬ଟି ଉପନ୍ୟାସ ଓ ୧୧ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ତାଙ୍କର କେତୋଟି ପୁସ୍ତକର ତାଲିକା:

ଗଳ୍ପ

  • ଭିନ୍ନ ସହର ୧୯୮୭
  • ଛକ ୧୯୯୦
  • ସଞ୍ଜ ଯେବେ ଆସେ ୧୯୯୯
  • ଗଙ୍ଗା ସ୍ନାନ ୨୦୦୦
  • ଜୀବନ କେବେ କେମିତି ୨୦୦୧
  • ପବିତ୍ର ନିରଞ୍ଜନା ୨୦୦୪
  • ଭଲଦିନର ଠିକଣା ୨୦୦୮
  • ଅଧାଗଢ଼ା ସଂପର୍କ ୨୦୧୩
  • ନିଃସର୍ତ୍ତ ଉଚ୍ଚାରଣ ୨୦୧୪
  • ପୁଣି ଜଣେ ଅରୁଣା ସାନବାଗ ୨୦୧୫
  • ଚରିତ୍ରମାନେ ୨୦୧୬
  • ସ୍ୱୟଂସିଦ୍ଧା ୨୦୧୯
  • ମୁଢ଼ିବାଲୀ ୨୦୨୦
  • ରାତିର ବାସନ୍ତୀ ୨୦୨୧
  • କବିତା ବାରିକ ଗଳ୍ପ ସମଗ୍ର

ଉପନ୍ୟାସ

  • ପରଦା ପଛର ଗୀତ ୧୯୮୧
  • ସମ୍ପର୍କ ୧୯୯୨
  • ମନର ଘର ୧୯୯୩
  • ଜୀବନ ନଈ ୨୦୦୨
  • ଇପ୍ସିତ ସକାଳ ୨୦୦୪
  • ପୃଷ୍ଠା ୨୦୧୬
  • ଆମେ ହାରି ନାହୁଁ ୨୦୨୨

ପ୍ରବନ୍ଧ, ସମାଲୋଚନା

  • ମୋ ଦୃଷ୍ଟିରେ ନାରୀ ୧୯୯୭
  • କୁନ୍ତଳା କୁମାରୀ କୃତି ଓ କୃତିତ୍ୱ ୨୦୦୪
  • ଚେତନା ୨୦୧୧
  • ଓଡ଼ିଆ ସାହିତ୍ୟକୁ ମୟୂରଭଞ୍ଜର ଅବଦାନ ୨୦୧୧
  • ବାମା ୨୦୧୧
  • ଓଡ଼ିଆ ଗଳ୍ପରେ ମାନବିକ ଚେତନା ୨୦୧୯
  • ଶହେ ବର୍ଷର ଓଡ଼ିଆ ଗଳ୍ପକୁ ଲେଖିକାଙ୍କ ଅବଦାନ ୧୯୯୯, ୨୦୧୪, ୨୦୧୭, ୨୦୨୨, ୨୦୨୪
  • ବାମାବାଦୀ ସାହିତ୍ୟ : ପରମ୍ପରା ଓ ପ୍ରୟୋଗ ୨୦୧୯
  • ନାରୀ-ବିମର୍ଷ ଚେତନା ଓ ଚିନ୍ତନ ୨୦୨୧
  • ସାହିତ୍ୟେ ବିବିଧ ରୂପତତ୍ତ୍ୱ ୨୦୨୧
  • ଲେଖିକାଙ୍କ କଲମରୁ ଶହେ ବର୍ଷର ଓଡ଼ିଆ ଗଳ୍ପ
  • ଶହେ ପଚିଶ ବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ : ଏକ ତାତ୍ତ୍ୱିକ ବିଶ୍ଳେଷଣ (୧୯୯୮-୨୦୨୩)

ଆତ୍ମଜୀବନୀ

  • ନିଜକଥା ୧ମ ଭାଗ ୨୦୧୩
  • ମୋ ଜୀବନ କେବେ କେମିତି ୨ୟ ଭାଗ ୨୦୨୨[]

ଅନ୍ୟାନ୍ୟ

  • ହେ ବର୍ଷର ଆଧୁନିକ କ୍ଷୁଦ୍ର ଗଳ୍ପ (ସମ୍ପାଦନା) - ନେସନାଲ ବୁକ ଟ୍ରଷ୍ଟ[]
  • କବିତା ବାରିକଙ୍କ ସୃଜନର ଦିଗ ଓ ଦିଗନ୍ତ - ରଞ୍ଜିତା ପାତ୍ର
  • ନିଃସଙ୍ଗ ପ୍ଲାଟଫର୍ମ (କବିତାଙ୍କ ଗପର ବଙ୍ଗଳା ଅନୁବାଦ)
  • ଓଡ଼ିଆ ଲେଖିକାଙ୍କ ଗଳ୍ପ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବନଫୁଲ ଗଳ୍ପ ସମ୍ମାନ - ୨୦୧୯
  • ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବର୍ଦ୍ଧନା - ୨୦୨୧
  • ରଙ୍ଗରାଗ ଗଳ୍ପ ସମ୍ମାନ - ୨୦୨୧
  • କାଦମ୍ବିନୀ ଗଳ୍ପ ସମ୍ମାନ - ୨୦୧୪[]
  1. Malayalam Literary Survey (15 ed.). Kerala Sahitya Akademi. Retrieved 7 September 2021.
  2. "PROFILE OF POST GRADUATE DEPARTMENT OF ODIA" (PDF). www.nou.nic.in/. ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ. Retrieved 7 September 2021.
  3. ପଣ୍ଡା ଓ ମହାପାତ୍ର, ଶ୍ରୀହରି ଓ ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ଲେଖକ ପରିଚୟ. କଟକ: ସାଇଯମୁନା.
  4. "ଆତ୍ମନେପଦ". www.nitidinepaper.com. ନିତିଦିନ. Archived from the original on 7 September 2021. Retrieved 7 September 2021.
  5. "Odisha Activist Sruti Mohapatra To Get Kadambini Samman". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 7 September 2021. Retrieved 7 September 2021.