କବିତା ବାରିକ

ଉଇକିପିଡ଼ିଆ‌ରୁ
(Kabita Barikରୁ ଲେଉଟି ଆସିଛି)
କବିତା ବାରିକ
Educationପିଏଚଡ଼ି, ଡି ଲିଟ
Alma materମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
Occupation(s)ସାହିତ୍ୟିକା, ଅଧ୍ୟାପିକା

କବିତା ବାରିକ, ଜଣେ ଓଡ଼ିଆ ସାହିତ୍ୟିକା ।[୧] ସାହିତ୍ୟର ବହୁବିଧା ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି ଓ ଅନ୍ୟ ଭାଷାକୁ ଅନୁବାଦିତ ମଧ୍ୟ ହୋଇଛି । ବୃତ୍ତିରେ ସେ ଜଣେ ଅଧ୍ୟାପିକା । ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

୧୯୭୭ ମସିହାରେ ବାରିପଦାର ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେଠାକାର ମୁଖପତ୍ର ଭଞ୍ଜପ୍ରଭାରେ କବିତାଙ୍କର ଗପ ମୋନାଲିସାର ହସଅନ୍ୟ ପୃଥିବୀର ମଣିଷ ପ୍ରକାଶ ପାଇଥିଲା । ଏ ସବୁ ଗପ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖିବିଗତ ଯୌବନା ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଝଙ୍କାର ପତ୍ରିକାରେ ତାଙ୍କ ଗପ ସ୍ମୃତିର ସହର । ଏ ଗପ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ପାଠକୀୟ ସ୍ୱୀକୃତି ଆଣିଦେଇଥିଲା । ସେହି ସମୟରେ ତାଙ୍କର ଗଳ୍ପ ଇସ୍ତାହାର, ସୁଚରିତାଗୋକର୍ଣ୍ଣିକା ଆଦି ପତ୍ରିକାରେ ମଧ୍ୟ ପ୍ରକାଶ ପାଉଥିଲା ।

୧୯୮୧ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପର୍ଦ୍ଦାପଛର ଗୀତ ପ୍ରକାଶିତ ହୋଇଥିଲା । ପ୍ରକାଶକ ଥିଲେ କଟକର ବୁକ୍ସ ଆଣ୍ଡ ବୁକ୍ସ । ୨୦୧୮ ମସିହାରେ ମୟୂରଭଞ୍ଜରୁ ପ୍ରକାଶିତ ଉତ୍କଳପ୍ରଭାର ପୁନଃପ୍ରକାଶନ ସେ ଆରମ୍ଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଏଯାବତ କବିତାଙ୍କର ୧୪ଟି ଗଳ୍ପ ସଂକଳନ, ୬ଟି ଉପନ୍ୟାସ ଓ ୧୧ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ତାଙ୍କର କେତୋଟି ପୁସ୍ତକର ତାଲିକା :

  • ବାମା
  • ମୁଢ଼ିବାଲୀ
  • କବିତା ବାରିକଙ୍କ ସୃଜନର ଦିଗ ଓ ଦିଗନ୍ତ - ରଞ୍ଜିତା ପାତ୍ର
  • ନିଃସଙ୍ଗ ପ୍ଲାଟଫର୍ମ (କବିତାଙ୍କ ଗପର ବଙ୍ଗଳା ଅନୁବାଦ)
  • ନିଜକଥା (ଆତ୍ମଜୀବନୀ)
  • କୁନ୍ତଳା କୁମାରୀ କୃତି ଓ କୃତିତ୍ୱ
  • ଅଧାଗଢ଼ା ସମ୍ପର୍କ
  • ଇପ୍ସିତ ସକାଳ
  • ଜୀବନ ନଈ
  • ଶହେ ବର୍ଷର ଆଧୁନିକ କ୍ଷୁଦ୍ର ଗଳ୍ପ (ସମ୍ପାଦନା) - ନେସନାଲ ବୁକ ଟ୍ରଷ୍ଟ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବନଫୁଲ ଗଳ୍ପ ସମ୍ମାନ - ୨୦୧୯
  • ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବର୍ଦ୍ଧନା - ୨୦୨୧
  • ରଙ୍ଗରାଗ ଗଳ୍ପ ସମ୍ମାନ - ୨୦୨୧
  • କାଦମ୍ବିନୀ ଗଳ୍ପ ସମ୍ମାନ - ୨୦୧୪[୪]

ଆଧାର[ସମ୍ପାଦନା]

  1. Malayalam Literary Survey (15 ed.). Kerala Sahitya Akademi. Retrieved 7 September 2021.
  2. "PROFILE OF POST GRADUATE DEPARTMENT OF ODIA" (PDF). www.nou.nic.in/. ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ. Retrieved 7 September 2021.
  3. "ଆତ୍ମନେପଦ". www.nitidinepaper.com. ନିତିଦିନ. Archived from the original on 7 September 2021. Retrieved 7 September 2021.
  4. "Odisha Activist Sruti Mohapatra To Get Kadambini Samman". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 7 September 2021. Retrieved 7 September 2021.