Jump to content

କଣ୍ଟି କପାଳୀ

ଉଇକିପିଡ଼ିଆ‌ରୁ

Caesalpinia digyna
Scientific classification
Kingdom:
Division:
Class:
Order:
Family:
Subfamily:
Tribe:
Genus:
Species:
C. digyna
Binomial name
Caesalpinia digyna

କଣ୍ଟିକପାଳୀ ବା Caesalpinia digyna (ଇଂରାଜୀରେ Teri Pods )କୃଷ୍ଣଚୂଡ଼ା (Caesalpinia) ବର୍ଗର ଏକ ଲତା ଜାତୀୟ ଉଦ୍ଭିଦ। ଏହି ଲତାର ସର୍ବାଙ୍ଗ କଣ୍ଟାରେ ପୂର୍ଣ୍ଣ ଥାଏ। ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଆକାରରେ ଟିକେ ବଡ଼ ହୋଇଥାଏ। ଫୁଲ ଗୁଡ଼ିକ ଆଁଶୁଆଁଶୁଆ, ଛୋଟ ଛୋଟ ଓ ଗୋଲ ଗୋଲ ହୋଇଥାଏ। ଫଳ ଗୁଡ଼ିକ ଜୟନ୍ତୀ ଫଳ ପ୍ରାୟ ଚେପଟା ଛୁଇଁ ପରି ହୋଇଥାଏ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ କଣ୍ଟି, କଣ୍ଟିକପାଳୀ
ସଂସ୍କୃତ କାକଦାନୀ, କଣ୍ଟକିତ୍ୱକ, ହିଂସା, କାଳା, ଉଦାକିର୍ଯ୍ୟକ
ହିନ୍ଦୀ ହନ୍ସ हिन्स, ପୁଟି କରଞ୍ଜ
ତେଲୁଗୁ ଦୀପିଆ
ବଙ୍ଗଳା କଲେକତୁ

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଅତିକଟୁ, ତିକ୍ତ ରସ, ଉଷ୍ଣବୀର୍ଯ୍ୟ, ରକ୍ତ ଶୋଧକ, ମୂତ୍ର ଶୋଧକ

ବ୍ୟବହାର

[ସମ୍ପାଦନା]

ରୋଗୀର ବଳ, ବୟସ ଅନୁସାରେ ଏହାର ପ୍ରୟୋଗ କରା ଯାଇଥାଏ। ମୁଖ୍ୟତଃ ଏହାର ସର୍ବାଙ୍ଗ(ବିଶେଷକରି ପତ୍ର ଓ ମୂଳ)କୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। କଣ୍ଡୁ, ଦଦ୍ରୁ, ବିବର୍ଚ୍ଚିକା, ବ୍ରଣ, ଶୋଥ, କୁଷ୍ଠ, ବାତରକ୍ତ, ଜ୍ୱର, ବିଷଦୋଷ, କଟୀବାତ, ସନ୍ଧିବାତ, ଗଣ୍ଠିବାତ, ଶୂଳବାୟୁ ଓ ରକ୍ତ ବିକାର ଆଦିରେ ଏହାର ପ୍ରୟୋଗ ହୋଇଥାଏ। ପୁରୁଣା ଜ୍ୱର ପାଇଁ ଏହାକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ। ବିଭିନ୍ନ ପ୍ରକାରର କ୍ଷତରେ ସୋରିଷ ତେଲ ସହିତ, ବିଷ ନାଶ କରିବାପାଇଁ ଗଇଶ ପତ୍ର ସହିତ, କାଛୁ, କୁଣ୍ଡିଆ ଆଦିରେ ହଳଦୀ ସହିତ, ଶୋଥ ଆଦିରେ ଶ୍ୱେତ ପୁରୁଣୀ ସହିତ, କର୍ଣ୍ଣ ରୋଗରେ ରାଶି ତେଲ ସହିତ ଏହା ବ୍ୟବହାର କରାଯାଏ।

ବାହାର ଆଧାର

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]