କୃଷ୍ଣଚୂଡ଼ା
ଦେଖଣା
| କୃଷ୍ଣଚୂଡ଼ା | |
|---|---|
| ଫ୍ଲୋରିଡ଼ା କିଜରେ ପୂର୍ଣ୍ଣପ୍ରକ୍ଷ୍ଫୁଟିତ ଗଛ ସମୂହ | |
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Subfamily: | |
| Genus: | |
| Species: | D. regia
|
| Binomial name | |
| Delonix regia | |
କୃଷ୍ଣଚୂଡ଼ା ଫାବାସି(! ବଂଶ ଓ ସେଫାଲୋପେନାସି ଉପବଂଶ (ର ଏକ ପୁଷ୍ପଜାତୀୟ ଗଛ । ଏହାର ପତ୍ର ଫର୍ଣ୍ଣ ପରି ମେଲିଥାଏ ଓ ଏହାର ଫୁଲ ଉଜ୍ଜଳ ରଙ୍ଗବିଶିଷ୍ଟ ହୋଇଥାଏ । ଏହା ଅନେକ କ୍ରାନ୍ତୀୟ ଅଞ୍ଚଳରେ ଏକ ଶୋଭାକାରୀ ଉଦ୍ଭିଦ ଭାବେ ବିବେଚିତ ହୋଇଥାଏ । ଏହାର ଇଂରାଜୀ ନାମ ରୟାଲ ପୋିନିସିଆନା (Royal Poinciana) । ଏହାର ହିନ୍ଦୀ/ଉର୍ଦ୍ଦୁ ନାମ ଗୁଲମୋହର (ଗୁଲର ଅର୍ଥ ଫୁଲ ଓ ମୋହରର ଅର୍ଥ ଚିହ୍ନ ବା ସନ୍ତକ) । ଓଡ଼ିଆ ଓ ବଙ୍ଗଳାରେ ଏହାକୁ କୃଷ୍ଣଚୂଡ଼ା (କୃଷ୍ଣଙ୍କ ଚୂଡ଼ାରେ ଶୋଭାପାଉଥିବା ଫୁଲ) ବୋଲି କୁହାଯାଇଥାଏ ।ଭିଏତନାମୀ ଭାଷାରେ ଏହାକୁ Phượng vĩ(ଫିନିକ୍ସର ଲାଞ୍ଜ)କୁହାଯାଇଥାଏ ।[୧]
ଆଧାର
[ସମ୍ପାଦନା]- ↑ "Presentación de PowerPoint" (PDF). Archived from the original (PDF) on 2016-03-04. Retrieved 2013-06-06.