ଏକସାଇଟେଡ ଡେଲିରିଅମ

ଉଇକିପିଡ଼ିଆ‌ରୁ
ଏକସାଇଟେଡ ଡେଲିରିଅମ ସିଣ୍ଡ୍ରୋମ (Excited delirium syndrome), ଏଜିଟେଟେଡ ଏକସାଇଟେଡ ଡେଲିରିଅମ (agitated delirium)
ବିଭାଗଆଶୁ ଭେଷଜ ବିଭାଗ (Emergency medicine), ମାନସିକ ରୋଗ ଚିକିତ୍ସା ବିଜ୍ଞାନ (psychiatry)
ଲକ୍ଷଣଏଜିଟେସନ (Agitation), ଡେଲିରିଅମ delirium), ସ୍ୱେଦ ନିର୍ଗତ [୧]
କାରଣଔଷଧ ଅପବ୍ୟବ‌ହାର (Drug use), ମାନସିକ ବେମାରୀ (mental illness)[୧]
ସଠିକ ରୋଗ ନିର୍ଣ୍ଣୟସ୍ୱଳ୍ପ ରକ୍ତ ଶର୍କରା (Low blood sugar), ଅଂଶୁଘାତ (heat stroke), ଥାଇରୋଟକସିକୋସିସ (thyrotoxicosis), ପାରାନଏଡ ସିଜୋଫ୍ରେନିଆ (paranoid schizophrenia), ବାଇପୋଲାର ଡିଜଅଡର [୧]
ଔଷଧକେଟାମିନ ବା ମିଡାଜୋଲାମ୍ହାଲୋପେରିଡଲ [୨]
ଚିକିତ୍ସାପ୍ରଶାନ୍ତିକରଣ, ଶୀତଳୀକରଣ, ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids)[୧]
Prognosisମୃତ୍ୟୁ ସଙ୍କଟ <୧୦%[୧]
ପୁନଃପୌନିକଅଜ୍ଞାତ[୧]

ଏକସାଇଟେଡ ଡେଲିରିଅମ ଅନ୍ୟ ନାମ ଏଜିଟେଟେଡ ଡେଲିରିଅମ (ଇଂରାଜୀ ଭାଷାରେ Excited delirium, also known as agitated delirium) ଏକ ବେମାରୀ ଯେଉଁଥିରେ ଏଜିଟେସନ (Agitation), ଡେଲିରିଅମ (delirium), ସ୍ୱେଦ ନିର୍ଗତ ଆଦି ଲକ୍ଷଣ ଦେଖାଯାଏ ।[୧] ହିଂସାତ୍ମକ କାର୍ଯ୍ୟକଳାପ, ହିସ୍ଟେରିକାଲ ଶକ୍ତି (unexpected strength) ଓ ଅତିମାତ୍ରା ଶରୀର ଉତ୍ତାପ (very high body temperature) ଦେଖାଯାଏ ।[୩] ରୋଗ ଜଟିଳ ହେଲେ ରାବଡୋମାୟୋଲାଇସିସ, ଉଚ୍ଚ ରକ୍ତ ପୋଟାସିଅମ (high blood potassium) ଦେଖାଯାଇପାରେ ।[୧]

ଏହାର କାରଣ ରୂପେ ଦୀର୍ଘକାଳୀନ ଔଷଧ ବ୍ୟବ‌ହାର (drug use) ବା ମାନସିକ ଅସୁସ୍ଥତାକୁ (mental illness) ଦାୟୀ କରାଯାଇଛି ।[୧] ଦାୟୀ କରାଯାଇଥିବା ଔଷଧ ମଧ୍ୟରେ କୋକେନ, ମେଥାମ୍ଫେଟାମିନ (methamphetamine) ବା କେତେକ କାଥିନୋନସ (substituted cathinones) ନାମ ଉଲ୍ଲେଖ‌ଯୋଗ୍ୟ ।[୩] ମାନସିକ ରୋଗ ନିମନ୍ତେ ବ୍ୟବ‌ହୃତ ଆଣ୍ଟିସାଇକୋଟିକ ଔଷଧ ହଠାତ୍ ବନ୍ଦ କଲେ ଏହି ରୋଗ ଟ୍ରିଗର ହୋଇଯାଏ ।[୧] ଔଷଧ ବନ୍ଦ କଲେ ମସ୍ତିଷ୍କରେ ଥିବା ଡୋପାମିନ ସିସ୍ଟମରେ (dopamin system) କିଛି ଅସୁବିଧା ହେବା ଯୋଗୁ ଏହି ରୋଗ ହୁଏ ।[୩] ଆମେରିକାଲ କଲେଜ ଅଫ ଏମରଜେନ୍ସି ଫିଜିସିଆନ (American College of Emergency Physicians) ଏହି ରୋଗକୁ ମାନ୍ୟତା ଦେଇଥିଲେ ମଧ୍ୟ ଡିଏସଏମ-୫ (Diagnostic and Statistical Manual of Mental Disorders) ଓ ଆଇସିଡି-୧୦ (International Classification of Diseases) ଏହାକୁ ମାନ୍ୟତା ଦେଉନାହାନ୍ତି ।[୪][୧]

ଉତ୍ତେଜିତ ରୋଗୀକୁ ପ୍ରଶାନ୍ତି (sedate) ଦେବାକୁ କେଟାମିନ (ketamine), ମିଡାଜୋଲାମ (midazolam) ଓ ହାଲୋପେରିଡୋଲ (haloperidol) ମାଂସପେଶୀ ଇଞ୍ଜେକସନ (injected into a muscle) ଦିଆଯାଏ ।[୨] ଦେହରେ ଅତ୍ୟଧିକ ଉତ୍ତାପ ଥିଲେ ଦୃତ ଥଣ୍ଡା କରିବା ଆବଶ୍ୟକ ହୁଏ ।[୧] ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate) ମଧ୍ୟ ଦିଆଯାଏ ।[୧] ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ସଙ୍କଟ ୧୦%ରୁ କମ୍ ଥାଏ ।[୧] ଏଥିରେ ମୃତ୍ୟୁ ସ୍ୱାଭାବିକ ଭାବରେ ହଠାତ୍ ହୃଦ୍‌ଘାତ ଯୋଗୁ ହୁଏ ।[୧]

ଏହି ରୋଗ କେତେ ସଂଖ୍ୟାରେ ପୁନଃପୁନ ହୁଏ, ତାହା ଅଜ୍ଞାତ ଅଛି ।[୧] ମୃତ୍ୟୁ ବରଣ କରୁଥିବା ଲୋକ ମଧ୍ୟରେ ଅଧିକାଂସ ପୁରୁଷ ଓ ହାରାହାରି ବୟସ ୩୬ ମଧ୍ୟରେ ଥାଏ ।[୧] ଏହି ରୋଗୀକୁ କାନୁନ ଅଧିକାରୀମାନେ ଟେଜର (tasers) (ଏକ ପ୍ରକାର ଇଲେକଟ୍ରିକ ସକ୍) ଓ ଦୈହିକ ବ୍ୟବସ୍ଥାରେ ନିୟନ୍ତ୍ରଣ କରନ୍ତି ।[୧] ଏହି ରୋଗ ସଦୃଶ ଏକ ରୋଗ ସନ ୧୮୦୦ରେ ଚିହ୍ନଟ ହୋଇଥିଲା ଯାହାକୁ ବେଲସ ମାନିଆ (mania) କୁହାଯାଉଥିଲା । [୧] ଏକସାଇଟେଡ ଡେଲିରିଅମ ନାମଟି ସନ ୧୯୮୦ ପର୍ଯ୍ୟନ୍ତ ଆସିନଥିଲା ।[୧]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Vilke, GM; DeBard, ML; Chan, TC; Ho, JD; Dawes, DM; Hall, C; Curtis, MD; Costello, MW; Mash, DC; Coffman, SR; McMullen, MJ; Metzger, JC; Roberts, JR; Sztajnkrcer, MD; Henderson, SO; Adler, J; Czarnecki, F; Heck, J; Bozeman, WP (November 2012). "Excited Delirium Syndrome (ExDS): defining based on a review of the literature". The Journal of Emergency Medicine. 43 (5): 897–905. doi:10.1016/j.jemermed.2011.02.017. PMID 21440403.
  2. ୨.୦ ୨.୧ Gerold, KB; Gibbons, ME; Fisette RE, Jr; Alves, D (2015). "Review, clinical update, and practice guidelines for excited delirium syndrome". Journal of special operations medicine : a peer reviewed journal for SOF medical professionals. 15 (1): 62–9. PMID 25770800.
  3. ୩.୦ ୩.୧ ୩.୨ Mash, DC (2016). "Excited Delirium and Sudden Death: A Syndromal Disorder at the Extreme End of the Neuropsychiatric Continuum". Frontiers in Physiology. 7: 435. doi:10.3389/fphys.2016.00435. PMID 27790150.{{cite journal}}: CS1 maint: unflagged free DOI (link)
  4. Vilke, Gary M.; Payne-James, J. Jason. Excited Delirium Syndrome. John Wiley & Sons, Ltd. pp. 97–117. doi:10.1002/9781118456026.ch6. ISBN 9781118456026 – via Wiley Online Library.