ଦ୍ୱିତିକୃଷ୍ଣ ପଣ୍ଡା
ଦ୍ୱିତିକୃଷ୍ଣ ପଣ୍ଡା | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ରାଘବ ପରିଡ଼ା |
ପର ଅଧିକାରୀ | ଉଷାରାଣୀ ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଆସିକା |
ସାଂସଦ: ୫ମ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ନିର୍ବାଚନ ମଣ୍ଡଳୀ | ଭଞ୍ଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୨୩ |
ମୃତ୍ୟୁ | ୫ ମଇ ୨୦୧୯ | (ବୟସ ୯୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | କିଶୋରୀ ପଣ୍ଡା |
ବାପା/ବୋଉ | ଗୌରାଙ୍ଗ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦ୍ୱିତିକୃଷ୍ଣ ପଣ୍ଡା (୧ ଜୁଲାଇ ୧୯୨୩ - ୫ ମଇ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭଞ୍ଜନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ଦ୍ୱିତିକୃଷ୍ଣ ୧୯୨୩ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରାଙ୍ଗ ପଣ୍ଡା ଓ ପତ୍ନୀଙ୍କ ନାମ କିଶୋରୀ ପଣ୍ଡା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦ୍ୱିତିକୃଷ୍ଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଦ୍ୱିତିକୃଷ୍ଣ ୨୦୧୯ ମସିହାର ମଇ ୫ ତାରିଖରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Dwitikrushna Panda". odishaassembly.nic.in. Odisha Assembly. Retrieved 26 December 2020.
- ↑ India, Press Trust of (5 May 2019). "Veteran CPI leader and former MP Duti Krushna Panda dies". Business Standard India. Retrieved 26 December 2020.