ଆଲୋକା କାନୁନଗୋ

ଉଇକିପିଡ଼ିଆ‌ରୁ
ଆଲୋକା କାନୁନଗୋ
ରାଷ୍ଟ୍ରପତିଙ୍କଠାରୁ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଗ୍ରହଣ ଅବସରରେ ଆଲୋକା
ଜନ୍ମ
ଆଲୋକ ପ୍ରଭା କାନୁନଗୋ

(1955-11-26) ୨୬ ନଭେମ୍ବର ୧୯୫୫ (ବୟସ ୬୮)
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଗୁରୁ
ଶିଞ୍ଜନ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ

ଆଲୋକା କାନୁନଗୋ, (ଜନ୍ମ: ୨୬ ନଭେମ୍ବର ୧୯୫୫) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ।[୧] ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ନିମନ୍ତେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ସିନିୟର ଫେଲୋସିପ ଆଦି ସମ୍ମାନ ମିଳିଛି । କଲିକତାରେ ଶିଞ୍ଜନ ନାମକ ତାଙ୍କର ଏକ ଓଡ଼ିଶୀ ନୃତ୍ୟ ଶିକ୍ଷାନୁଷ୍ଠାନ ରହିଛି ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଆଲୋକା କାନୁନଗୋଙ୍କ ଜନ୍ମ ନାମ ଥିଲା ଆଲୋକ ପ୍ରଭା କାନୁନଗୋ । ସେ ୧୯୫୫ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ସେ, ଆକାଶବାଣୀ କଟକରେ ଶିଶୁ କଳାକାର ଭାବରେ ଓ ଅନ୍ୟାନ୍ୟ ମଞ୍ଚ ନାଟକରେ କାର୍ଯ୍ୟ କରୁଥିଲେ ।[୩] ସେ ପ୍ରଥମେ ଗୁରୁ ରଘୁନାଥ ଦତ୍ତ ଓ ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ ।[୪]

ନର୍ତ୍ତକୀ ଜୀବନ[ସମ୍ପାଦନା]

ଆଲୋକା, ଭାରତର ବିଭିନ୍ନ ସ୍ଥାନ ବ୍ୟତୀତ ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ, ଜର୍ମାନୀ, ଆଜରବାଇଜନ, ନେପାଳ, ବଙ୍ଗଳାଦେଶ, ଆରବ ଆଦି ଦେଶରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସେ ନୃତ୍ୟ ପ୍ରଦର୍ଶନ କରିଥିବା ଉତ୍ସବମାନଙ୍କ ମଧ୍ୟରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ସୂର୍ଯ୍ୟ ଉତ୍ସବ, ମୂଦ୍ରା ଉତ୍ସବ, ଉଦୟ ଶଙ୍କର ନୃତ୍ୟ ଉତ୍ସବ ଆଦି ଅନ୍ୟତମ । ଓଡ଼ିଶୀ ନୃତ୍ୟର ବାନ୍ଧ ଓ ଶବ୍ଦ ନୃତ୍ୟ ଉପରେ ସେ ଅନେକ ପ୍ରବନ୍ଧ ଓ ରିସର୍ଚ୍ଚ ପେପର ଲେଖିଛନ୍ତି ତଥା ଦେଶ ବିଦେଶରେ ଅନେକ କର୍ମଶାଳାରେ ଏ ବାବଦରେ ନିଜର ବକ୍ତବ୍ୟ ରଖିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଉଭୟ ଜୁନିୟର ଓ ସିନିୟର ଫେଲୋସିପ ପ୍ରାପ୍ତ ହୋଇସାରିଛି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୦୫
  • ମାହାରୀ ସମ୍ମାନ - ୨୦୦୧
  • ଉଦୟ ଶଙ୍କର ପୁରସ୍କାର - ୧୯୮୫[୫]

ଆଧାର[ସମ୍ପାଦନା]

  1. "Bowing to the guru". www.thestatesman.com. The Statesman. Archived from the original on 3 March 2021. Retrieved 3 March 2021.
  2. "Creativity laced with glorious tradition". www.thestatesman.com. the statesman. Archived from the original on 3 March 2021. Retrieved 3 March 2021.
  3. "Dance for happiness". www.thehindu.com. The Hindu. Retrieved 3 March 2021.
  4. "In the footsteps of icons". www.thestatesman.com. The Statesman. Archived from the original on 3 March 2021. Retrieved 3 March 2021.
  5. "Aloka Kanungo". www.sangeetnatak.gov.in. Sangeet Nataka Academy. Archived from the original on 3 March 2021. Retrieved 3 March 2021. {{cite web}}: |archive-date= / |archive-url= timestamp mismatch; 13 ଡିସେମ୍ବର 2019 suggested (help)