ଆଲୋଚନା:ଆଲଜିମର ରୋଗ

Page contents not supported in other languages.
ଉଇକିପିଡ଼ିଆ‌ରୁ

Alzheimer କୁ ଖବରକାଗଜଠୁ ନେଇ ବିଭିନ୍ନ ପତ୍ରପତ୍ରିକାରେ "ଆଲଜିମର" ବୋଲି ଲେଖାଯିବା ପଢ଼ିଛି । ତେଣୁ ପ୍ରଚଳିତ ନାମଟି ବ୍ୟବହାର ଲାଗି ଅନୁରୋଧ । --ସୁଭାସିସ ପାଣିଗାହି (ଆଳାପ) ୧୩:୧୫, ୧୯ ମଇ ୨୦୧୫ (UTC)

ଆଲଜିମର୍ସ, ଆଲଜାଇମର୍ସ ବି ଲେଖାହେବା ଦେଖାଯାଏ ....ୟାକୁ ଟିକେ ଧ୍ୟାନ ଦେବେ ନିଷ୍ଠା ରଞ୍ଜନ ଦାଶ ୦୬:୧୯, ୨୦ ମଇ ୨୦୧୫ (UTC)
ଏହାକୁ ବିଭିନ୍ନ ମତେ କୁହାଯାଏ ।

ଅଧିକାଂଶ ନିମ୍ନ ମତେ କ‌ହ‌ନ୍ତି
"a" ->a in the apple?
"zh"-> z in the zen?
ଏହି ଅନୁସାରେ ଆଲ୍‌ଜେମର୍ ବା ଆଲ୍‌ଜେମର୍‌ସ୍ କୁହାଯିବ ।
In the U.S., it's
pal's (Alz as in pal's)
hi (Hi as in hi, or hello)
her (mer as in her)
ଏଣୁ ଆଲ୍‌ସ୍‌ହେମର୍ ବା ଆଲ୍‌ସ୍‌ହିମର୍ କୁହାଯିବ । ସମସ୍ତଙ୍କ ମତ ଅନୁସାରେ ବଦଳେଇ ଦେବି । --Subas Chandra Rout (ମୋ ଆଲୋଚନା) ୧୧:୧୪, ୨୦ ମଇ ୨୦୧୫ (UTC)

ସାର, ଇଂରାଜୀରେ ବିଭିନ୍ନ ଉଚ୍ଚାରଣ ବିଷୟରେ ଆପଣଙ୍କ ମତ ଠିକ । ହେଲେ ଉଇକିପିଡ଼ିଆର ନିୟମ ଅନୁସାରେ ଉକ୍ତ ଭାଷାର ପ୍ରଚଳିତ ପୁସ୍ତକାଦିକୁ ଆଧାର କରି ବନାନ ନିରୂପଣ କରାଯାଏ, ଇଂରାଜୀ କିମ୍ବା ଅନ୍ୟ ଭାଷାକୁ ନେଇ ନୁହେଁ । ଦ୍ୱିତୀୟତଃ ଆମେରିକାନ ଇଂଲିସରେ "ଆଲଜାଇମର" ଓ ବ୍ରିଟିସ ଇଂଲିସରେ "ଆଲଜିମର" କୁହାଯାଏ । ତେଣୁ ଶବ୍ଦର ଉଚ୍ଚାରଣରେ ସେଥିରେ ଥିବା ସିଲାବଲକୁ ଭାଙ୍ଗି ଭାଙ୍ଗି ଉଚ୍ଚାରଣ କରିବା ବିଧି ଇଂରାଜୀରେ ମଧ୍ୟ ନାହିଁ । ତେବେ ସେ ଆଲୋଚନାର ବିଷୟ ନୁହେଁ । ଆମକୁ ପ୍ରଚଳିତ ବହି, ପତ୍ରପତ୍ରିକା, ଖବରକାଗଜ ଆଦିର ଅନୁସରଣରେ ସବୁଠାରୁ ବ୍ୟବହୃତ ଉଚ୍ଚାରଣଟି ବାଛିବାକୁ ହେବ । --ସୁଭାସିସ ପାଣିଗାହି (ଆଳାପ) ୧୫:୪୩, ୨୦ ମଇ ୨୦୧୫ (UTC)


ପୃଷ୍ଠାର ନାମ ଉଚ୍ଚାରଣ ଅନୁସାରେ ରଖନ୍ତୁ ଯାହା ଆପଣ ଦର୍ଶାଇଛନ୍ତି । ଆଲଜିମର/ଆଲଜିମର୍ସ, ଆଲଜାଇମର/ଆଲଜାଇମର୍ସ ନାମକୁ ବିଷୟ ମଧ୍ୟରେ (ଯଥା : ଏହାକୁ କେହି କେହି କୁହନ୍ତି ଆଲଜିମର/ ଆଲଜିମର୍ସ, ଆଲଜାଇମର/ ଆଲଜାଇମର୍ସ) ରଖିଲେ ଖୋଜାରେ କିଛି ଅସୁବିଧା ହବନାହିଁ, ସହଜରେ ପାଇହେବ । ଅଦରକାରୀ ହଳନ୍ତକୁ ନାମରୁ କାଢ଼ିଦେଲେ ଭଲହେବ ମୋ ମତରେ । ଆପଣ ଏବାବଦରେ ବିଶେଷଜ୍ଞ ଆମର ଆଶା ଆପଣ ଭଲ ନିଷ୍ପତି ନେବେ @ସୁବାସସାର । --ନିଷ୍ଠା ରଞ୍ଜନ ଦାଶ ୧୬:୦୬, ୨୦ ମଇ ୨୦୧୫ (UTC)

ଅନେକ ସମୟରେ ଏହି ନାମ ସମ୍ପର୍କରେ ଆଲୋଚନା ହେଉଛି । ରୋଗର ନାମ ସବୁ ଇଂରାଜୀରେ ଅଛି ଯାହାକୁ ଆମେ ଓଡ଼ିଆରେ ଲେଖୁଛେ ବା ପଢ଼ୁଛେ । ଯେଉଁମାନେ ଖବରକାଗଜରେ ବା ମାଗାଜିନରେ ଲେଖୁଛନ୍ତି ସେମାନେ ସେହି ଇଂରାଜୀ ନାମକୁ ପଢ଼ିକାରି ନିଜେ ଓଡ଼ିଆ ନାମ ସୃଷ୍ଟି କରନ୍ତି ବା ଓଡ଼ିଆରେ କାହାଠାରୁ ଶୁଣି ଲେଖନ୍ତି । ସେହି ଲେଖାରେ ଅନେକ ବନାନ୍ ଅଶୁଦ୍ଧି ଯୋଗୁ ଭୁଲ ନାମ ମଧ୍ୟ ଲେଖାହୋଇ ପ୍ରଚଳିତ ହୋଇଯାଏ । ଡାକ୍ତରମାନେ ମଧ୍ୟ ନିଜ ଇଚ୍ଛା ଅନୁସାରେ ଅନେକ ଶବ୍ଦର ଉଚ୍ଚାରଣ କରନ୍ତି । ଉଦାହରଣ ସ୍ୱରୁପ ହାର୍ନିଆ ରୋଗକୁ ହାରମାନିଆ କ‌ହ‌ନ୍ତି । ଏସ.ସି.ବି.ରେ ଜଣେ ଇଂଲଣ୍ଡ ଫେରନ୍ତା ପ୍ରଫେସର ଥିଲେ ଯିଏ champagneକୁ ଚମ୍ପାଗ୍ନି ଉଚ୍ଚାରଣ କରୁଥିଲେ ଯାହା ସାମ୍ପେନ ନାମରେ ପରିଚିତ । ସୁତରାଂ ଆମର ଲକ୍ଷ ହେବା ଦରକାର, ଆମେ ଶୁଦ୍ଧ ନାମକରଣ କରିବା ଯାହା ସବୁରି ମୁଖରେ ଧୀରେ ଧୀରେ ପ୍ରଚଳିତ ହୋଇଯିବ । ଚିନ୍ତା କରନ୍ତୁ, ଆମେ ଗୁଡ଼ାଏ ଭୂଲ ଶବ୍ଦ ଅନୁକରଣ କରିବା ବା ଠିକ୍ ଶବ୍ଦ ଲେଖିବା । କିଏ କଅଣ ଲେଖିଲା ତାହା ଆମେ ବେଶୀ ଭାବିଲେ ଆମର ଭୂଲ ହେବା ସମ୍ଭାବନା ବଢ଼ିବ । ଅତୀତରେ ଏହା ହୋଇଛି ।--Subas Chandra Rout (ମୋ ଆଲୋଚନା) ୧୧:୧୦, ୨୧ ମଇ ୨୦୧୫ (UTC)

ସମ୍ପୁର୍ଣ୍ଣ ଏକମତ ମୋ ଚିନ୍ତାଧାରା ବି ସେଇଆ । ଉଇକିପିଡିଆରେ ସଠିକ ଉଚ୍ଚାରଣ ରହିବା ଉଚିତ । ବିଦେଶୀ ଶବ୍ଦକୁ ବିଦେଶୀଙ୍କ ଭଳି ଉଚ୍ଚାରଣ କରିବା ଭଲ ନହେଲେ ଅନେକ conflict ଆସିବ । ପୁର୍ବରୁ ଗଣମାଧ୍ୟମ ସେମାନଙ୍କ ଇଛା ଅନୁସାରେ ନୂଆ ଶବ୍ଦ ଲେଖୁଥିଲେ । ଅନେକ ଭୁଲ ବି ରହୁଥିଲା ଲୋକେ ସେଇଟା କୁ ଠିକ ଭାବି ଗ୍ରହଣ କରିନେଉଥିଲେ । କିନ୍ତୁ ସଠିକ କଣ ଉଇକିପିଡିଆରୁ ଜାଣନ୍ତୁ । ଯେଉଁମାନେ ଭୁଲ ଉଚ୍ଚାରଣ ସହ ଟାଇପ କରି ଖୋଜୁଛନ୍ତି ସେମାନଙ୍କ ପାଇଁ ବି କିଛି ବାଟ କରନ୍ତୁ ସେମାନେ ଯେମିତି target page କୁ ଯାଇପାରିବେ । --ନିଷ୍ଠା ରଞ୍ଜନ ଦାଶ ୧୮:୦୭, ୨୧ ମଇ ୨୦୧୫ (UTC)
ଏ ବାବଦରେ ଆଲୋଚନା ଯେତେବେଳେ ହେଉଛି ଦୁଇଟି ବିଷୟ କହିରଖେ:
  • ଉଇକିପିଡ଼ିଆ ନିଜେ ସ୍ୱୟଂସମ୍ପୂର୍ଣ୍ଣ ଏକ ଜ୍ଞାନକୋଷ ନୁହେଁ, ଏହାର ସମସ୍ତ ବିଷୟ ଓ ବିଷୟବସ୍ତୁ ପ୍ରାଥମିକ (ମୂଳ ଗବେଷଣା), ମାଧ୍ୟମିକ (ଗବେଷଣା ନିବନ୍ଧ ବା ଜର୍ଣ୍ଣାଲ) ଓ ତା' ପରର (ଖବରକାଗଜ, ପତ୍ରପତ୍ରିକା) ଆଦିର ପ୍ରକାଶିତ ଖବରକୁ ଭିତ୍ତିକରି । ତେଣୁ ଠିକ ଭୁଲ ଅପେକ୍ଷା ପ୍ରଚଳିତ ଆଧାରକୁ ଅଧିକ ଗୁରୁତ୍ତ୍ୱ ଦିଆଯିବ । ବିଦେଶୀ ଶବ୍ଦର ବନାନ ନିରୂପଣ କେବଳ ଓ କେବଳ ଆଧାରମାନଙ୍କରେ ବ୍ୟବହୃତ ସର୍ବାଧିକ ବନାନ ହେବ । ତେଣୁ ଇଂରାଜୀ କିମ୍ବା ଲାଟିନରୁ ଆହରି ଶବ୍ଦଟିଏ ଓଡ଼ିଆରେ ଆଜି ଯାଏ ଯେଉଁଭଳି ଭାବେ ଲେଖାଯାଇଛି ସେହିଭଳି ଭାବେ ଉଇକିପିଡ଼ିଆରେ ଲେଖାଯିବ । ଯଦିଓ Table ର ଉଚ୍ଚାରଣ "ଟେବ୍ଲ" ବୋଲି ଇଂରାଜୀରେ କରାଯାଏ, ଓଡ଼ିଆରେ ପ୍ରଚଳିତ ବହିମାନଙ୍କରେ "ଟେବୁଲ" ଲେଖାଯିବା ହେତୁ ଉଇକିପିଡ଼ିଆରେ "ଟେବୁଲ" ବୋଲି ଲେଖାଯିବ ।
  • ଏହା ଉଇକିପିଡ଼ିଆ ପରିସର ବାହାରେ, କେବଳ ଏଠାରେ ଆଲୋଚନା ସକାଶେ ଲେଖୁଛି । ବିଦେଶୀ ଭାଷାରୁ ଶବ୍ଦ ଆହରିବା ବେଳେ ନିଜ ଭାଷାର ଉଚ୍ଚାରଣ ପ୍ରଣାଳୀ ଅନୁସାରେ ଉଚ୍ଚାରଣ ଓ ବନାନ ଲେଖିବା ଏକ ପ୍ରାକୃତିକ ଓ ପାରମ୍ପାରିକ ପଦ୍ଧତି । ଓଡ଼ିଆ ଏଥିରୁ ବାହାର ନୁହେଁ । ଓଡ଼ିଆରେ Tax କୁ ଟିକସ, Sir (ଉଚ୍ଚାରଣ ସର୍) କୁ ସାର ହେବା, "ଜଗନ୍ନାଥ" ଇଂରାଜୀରେ "juggernaut" ହେବା କିମ୍ବା "India" ଫ୍ରେଞ୍ଚରେ "inde" ହେବା କୋଟି କୋଟି ନଜିର ମଧ୍ୟରୁ କିଛି । ତେଣୁ ଇଂରାଜୀର ଅନେକ (ପ୍ରାୟ ସବୁ କହିଲେ ଚଳିବ‌) ଉଚ୍ଚାରଣ ପାଇଁ ଓଡ଼ିଆରେ ଉଚ୍ଚାରଣ ଓ ବର୍ଣ ନାହିଁ । ଏକଥା ଗୋଲୋକ ବିହାରୀ ଧଳ ଓ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଭଳି ଓଡ଼ିଆ ଭାଷା ବିଷେଷଜ୍ଞମାନେ ଅନେକ ବେଳୁ ନିବନ୍ଧରେ ଲେଖି ପ୍ରକାଶ କରିସାରିଛନ୍ତି । ତେଣୁ ଏ ଆଲୋଚନା ଆମେ ଉଇକିପିଡ଼ିଆ ବାହାରକୁ ନେଲେ ଭଲ । ଏ ଉଚିତ/ଅନୁଚିତ ବିଷୟଟି ଆଲୋଚିତ ହେବା ଉଚିତ, କିନ୍ତୁ ପ୍ରୟୋଗର କ୍ଷେତ୍ରଟି ଉଇକିପିଡ଼ିଆର ନିୟମାବଳୀ ବାହାରେ । --ସୁଭାସିସ ପାଣିଗାହି (ଆଳାପ) ୦୭:୧୫, ୨୨ ମଇ ୨୦୧୫ (UTC)
(୧) କେଉଁଠୁ ଗୋଟେ ଶୁଣିଥିଲି ଯେ: ଶୁଦ୍ଧ ଉଚ୍ଚାରଣ ବୋଲି କିଛି ନଥାଏ । ଗୋଟିଏ ଅଶୁଦ୍ଧ ଉଚ୍ଚାରଣ ବହୁତ ଦିନ ଧରି ବହୁମୁଖରେ ଉଚ୍ଚରିତ ହେଲେ ଶୁଦ୍ଧ ବୋଲି ଗ୍ରହଣ କରିନିଆଯାଏ । ଆଉ ପୂର୍ବୋକ୍ତ ଶୁଦ୍ଧ ଉଚ୍ଚାରଣଟିକୁ ମୂଳ ଭାଷାର ସିଧା ଅନୁବାଦ କହି ଅଗ୍ରାହ୍ୟ କରିଦିଆଯାଏ । ଯଥା - ଟିକସ, ଗିଲାସ, ଇନ୍ଦେ ଇତ୍ୟାଦି (କିଛି ଦିନ ପରେ ବୋଧେ ଭାରତ ଉଠିଯାଇ ଖାଲି ଇଣ୍ଡିଆ ଚାଲିବ :P ) । ଏପରି ଅପଭ୍ରଂଶ ହୁଏତ ନିଜ କହିବା ଭଙ୍ଗି / ବୋଲି / ପାଟିରେ ପଇଟିବା ଉପରେ ନିର୍ଭର କରେ କିମ୍ବା ଏହାକୁ ସେ ଭାଷାକୁ ଆଣିଥିବା ଜ୍ଞାନୀର ଅଜ୍ଞାନତା ଯୋଗୁଁ ହୁଏତ ହୋଇଥାଇପାରେ । (୨) ଆଉ ଖବରକାଗଜ କଥା ଉଠୁଛି ! ସେମାନଙ୍କ ତାଳମେଳ ନାହିଁ କି ହେବ ନାହିଁ । ଜଣେ ହୁଡ୍‌ହୁଡ୍ ଲେଖିଲାବେଳେ ଜଣେ ହୁଦ୍‌ହୁଦ୍ ଲେଖୁଛି । ପତ୍ରିକା ବାଲା ଅଲଗା ଲେଖୁଛନ୍ତି । (୩) ଏକଥା ସହ ସଂପୂର୍ଣ୍ଣ ଏକମତ ଯେ ଆମେ ଇଂରେଜଙ୍କ ଭଳି ଇଂରାଜୀ ଉଚ୍ଚାରଣ କରିପାରିବାନି କି ଲେଖିବା ପାଇଁ ଅମପାଖରେ ବର୍ଣ୍ଣ ନାହିଁ । ଆମେ ତାକୁ ଆମ ଭଙ୍ଗୀରେ କହୁ । ଆଉ ତାକୁ ଆମେ ଆମ ଭଙ୍ଗୀରେ ଲେଖିବା । ଖବରକାଗଜବାଲାଙ୍କୁ ଅନୁକରଣ କରିବାକୁ ମୁଁ ଆଦୌ ସମର୍ଥନ କରିବି ନାହିଁ । ସେଠାରେ ବହୁତ ବନାନ ବାହାରିବ । ବିଜ୍ଞାନ ପତ୍ରିକାରେ ଅନ୍ୟ ବନାନ ବାହାରିବ । ମୋ ମତରେ 'ଆଲ୍‌ଜାଇମର୍ ରୋଗ' (କିମ୍ବା 'ଆଲ୍‌ଜାଇମର ରୋଗ') ଠିକ ହେବ - ଆଧାର: http://dictionary.cambridge.org/pronunciation/american-english/alzheimer-s-disease । ଆଉ 'ଆଲଜିମର ରୋଗ' ଯେ ଏକ ପ୍ରଚଳିତ ଶବ୍ଦ, ଆଧାର ଲୋଡା ! :P --ଶିତିକଣ୍ଠ (ଆଲୋଚନା) ୧୮:୩୫, ୨୩ ମଇ ୨୦୧୫ (UTC)