ଆଟ୍ରୋପିନ/ଡାଇଫେନୋକ୍ସିଲେଟ

ଉଇକିପିଡ଼ିଆ‌ରୁ
ଆଟ୍ରୋପିନ/ଡାଇଫେନୋକ୍ସିଲେଟ
Combination of
DiphenoxylateMu opiate receptor agonist
AtropineMuscarinic acetylcholine receptors antagonist
Clinical data
Routes of
administration
By mouth
Legal status
Legal status
Identifiers
ChemSpider
  • none
  (verify)

ଆଟ୍ରୋପିନ/ଡାଇଫେନୋକ୍ସିଲେଟ (ଇଂରାଜୀ ଭାଷାରେ Diphenoxylate/atropine, ଅନ୍ୟ ନାମ କୋ-ଫେନୋଟ୍ରୋପ/ co-phenotrope) ଏକ ଔଷଧ ମିଶ୍ରଣ ଯେଉଁଥିରେ ଆଟ୍ରୋପିନଡାଇଫେନୋକ୍ସିଲେଟ (diphenoxylate) ଔଷଧ ଦ୍ୱୟ ଥାଏ ଯାହା ତରଳ ଝାଡ଼ା ରୋଗରେ ବ୍ୟବ‌ହୃତ ହୁଏ ।[୧] ଏହା କ୍ଲୋସ୍ଟ୍ରିଡାୟୋଡେସ ଡିଫିସିଲ ସଂକ୍ରମଣ (Clostridioides difficile infection) ଥିଲେ ଦିଆଯାଏ ନାହିଁ ।[୨] ଏହା ପାଟିରେ ଦିଆଯାଏ । [୧] ଏକ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇଯାଏ ।[୩]

ଆଟ୍ରୋପିନ/ଡାଇଫେନୋକ୍ସିଲେଟର ଔଷଧର ସାଧାରଣ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଆଞ୍ଜିଓଇଡିମା, ଗ୍ଲକୋମା, ହୃତ୍‌ପିଣ୍ଡ ସମସ୍ୟା (heart problems), ଥକ୍କା ଅନୁଭବ, ଶୁଷ୍କ ପାଟି ଓ ଦୃଷ୍ଟି ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ଓ ସ୍ତନ୍ୟପାନ ସମୟରେ ଏହା ଦେଲେ ଶିଶୁର ହାନୀ ହୋଇପାରେ ।[୪] ଖାଦ୍ୟନଳୀର ସଙ୍କୋଚନ କମେଇ ଏହା କାର୍ଯ୍ୟକ୍ଷମ ହୁଏ । [୧]

ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆଟ୍ରୋପିନ/ଡାଇଫେନୋକ୍ସିଲେଟ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ଓ ବିନା ପ୍ରେସକ୍ରିପସନରେ ମିଳେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୩୧ ଆମେରିକୀୟ ଡଲାର ।[୫] ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୯୮ତମ ସ୍ଥାନରେ ଥଲା ।[୬] ଏହା ଲୋମୋଟିଲ (Lomotil) ବ୍ରାଣ୍ଡ ନାମରେ ବିକ୍ରୟ ହୁଏ ।[୧] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ନିୟନ୍ତ୍ରିତ ସିଡ୍ୟୁଲ ୫ ପଦାର୍ଥ ଭାବରେ ଥାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ British national formulary : BNF 76 (76 ed.). Pharmaceutical Press. 2018. p. 66. ISBN 9780857113382.
  2. ୨.୦ ୨.୧ "Diphenoxylate hydrochloride and atropine sulfate solution". Dailymed. Retrieved 22 March 2019.
  3. ୩.୦ ୩.୧ "Diphenoxylate and Atropine (Professional Patient Advice)". Drugs.com (in ଇଂରାଜୀ). Retrieved 22 March 2019.
  4. "Atropine / diphenoxylate Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]