ଅସିତ ରଞ୍ଜନ ଦାସ

ଉଇକିପିଡ଼ିଆ‌ରୁ
ଅସିତ ରଞ୍ଜନ ଦାସ
ଜନ୍ମ
ପଦାଗାଁ, ବାଲେଶ୍ୱର
ଜାତୀୟତାଭାରତୀୟ
ବୃତ୍ତିସୀତାର ଓ ଏସରାଜ ବାଦକ
ସକ୍ରିୟ ବର୍ଷ୧୯୭୫ – ଏବେଯାଏଁ
ପିତାମାତା
  • ମନୋରଞ୍ଜନ ଦାସ (father)

ଅସିତ ରଞ୍ଜନ ଦାସ ଜଣେ ଓଡ଼ିଆ ସୀତାର ଓ ଏସରାଜ ବାଦକ, ଯିଏକି ଓଡ଼ିଆ କଥାଚିତ୍ର ସହିତ ଆକାଶବାଣୀ, ଦୂରଦର୍ଶନ ଓ ରଙ୍ଗମଞ୍ଚ ଆଦିରେ ସୀତାର ଓ ଏସରାଜ ବାଦନ କରିଛନ୍ତି । ସେ ଓଡ଼ିଶା ଅପେରା, ଶ୍ରୀକୃଷ୍ଣ ଅପେରା ଓ ଜନତା ଅପେରା ଆଦି ଯାତ୍ରାପାର୍ଟିରେ ମଧ୍ୟ ସୀତାର ବାଦନ କରିଛନ୍ତି ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅସିତ ବାଲେଶ୍ୱର ଜିଲ୍ଲାର ପଦାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କା ବାପାଙ୍କ ନାମ ମନୋରଞ୍ଜନ ଦାସ, ଯିଏକି ତାଙ୍କର ପ୍ରଥମ ଗୁରୁ ଭାବରେ ତାଙ୍କୁ ସୀତାର ବାଦନ ଶିଖାଇଥିଲେ । ସେ ବାଲେଶ୍ୱରର ସାଇକଳା ମନ୍ଦିର ଓ ଭୁବନେଶ୍ୱରଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୧]

ପେଷା[ସମ୍ପାଦନା]

୧୯୭୫ ମସିହାରେ ସେ ଅନ୍ନପୂର୍ଣ୍ଣ ଗ୍ରୁପ୍-ଏରେ ଯୋଗ ଦେଇଥିଲେ । ସେ ବାଲେଶ୍ୱର, ଭୁବନେଶ୍ୱର, ରାଉରକେଲା, ମୟୂରଭଞ୍ଜ ଆଦି ସ୍ଥାନରେ ବିଭିନ୍ନ ମଞ୍ଚରେ ସୀତାର ବାଦନ କରିଛନ୍ତି । ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ସେ ସୀତାର ଓ ଏସରାଜ ବାଦନ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର, ଆକାଶବାଣୀ, ଦୂରଦର୍ଶନ ଓ ଯାତ୍ରାପାର୍ଟି ଆଦିରେ ସୀତାର ବାଦନ କରିଛନ୍ତି ।[୧]

କାମ କରିଥିବା ଯାତ୍ରାପାର୍ଟି[ସମ୍ପାଦନା]

କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଟିକେ ହସ ଟିକେ ଲୁହ". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.

ବାହାର ଆଧାର[ସମ୍ପାଦନା]