ଅଶ୍ୱିନୀ କୁମାର ବେହେରା

ଉଇକିପିଡ଼ିଆ‌ରୁ
ଅଶ୍ୱିନୀ କୁମାର ବେହେରା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଭାନୁଗଙ୍ଗ ତ୍ରିଭୂବନ ଦେବ
ପର ଅଧିକାରୀରାଜକିଶୋର ପ୍ରଧାନ
ନିର୍ବାଚନ ମଣ୍ଡଳୀଦେବଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-04-01)୧ ଅପ୍ରେଲ ୧୯୪୬
ମୃତ୍ୟୁ୧୨ ଜୁନ ୨୦୧୧(2011-06-12) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅହଲ୍ୟା ବେହେରା
ବାପା/ବୋଉଇନ୍ଦ୍ରମଣି ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଅଶ୍ୱିନୀ କୁମାର ବେହେରା (୧ ଅପ୍ରେଲ ୧୯୪୬ - ୧୨ ଜୁନ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅଶ୍ୱିନୀ କୁମାର ବେହେରା ୧୯୪୬ ମସିହାର ଅପ୍ରେଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଇନ୍ଦ୍ରମଣି ବେହେରା ଓ ପତ୍ନୀଙ୍କ ନାମ ଅହଲ୍ୟା ବେହେରା ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ଅଶ୍ୱିନୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଶିକ୍ଷକତାରୁ ଅବ୍ୟାହତି ନେଇ ରାଜନୀତିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ଅଶ୍ୱିନୀ କୁମାର ବେହେରା ୨୦୧୧ ମସିହାର ଜୁନ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
  3. "Aswini Kumar Behera, Deogarh Assembly Elections 1980 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics". LatestLY (in ଇଂରାଜୀ). Retrieved 27 September 2020.
  4. ୪.୦ ୪.୧ "Shri Aswini Kumar Behera". odishaassembly.nic.in. Odisha Assembly. Retrieved 28 September 2020.
  5. "ପୂର୍ବତନ ବିଧାୟକ ଅଶ୍ୱିନୀ ବେହେରାଙ୍କ ପରଲୋକ". ଧରିତ୍ରୀ (in ଓଡ଼ିଆ). ଦେବଗଡ଼: ଧରିତ୍ରୀ. 14 June 2011. Retrieved 27 September 2020.{{cite news}}: CS1 maint: unrecognized language (link)