ଅଭିରାମ ନନ୍ଦ

ଉଇକିପିଡ଼ିଆ‌ରୁ
ଅଭିରାମ ନନ୍ଦ
ଅଭିରାମ ନନ୍ଦ ବଂଶୀବାଦନ କରୁଥିବା ଅବସରରେ
Born
Nationalityଭାରତୀୟ
Spouseସୋନାଲୀ ମହାପାତ୍ର
Parent(s)ଅଶୋକ କୁମାର ନନ୍ଦ
କାନ୍ତିଲତା ନନ୍ଦ
Relativesପିଣ୍ଟୁ ନନ୍ଦ (ଭାଇ)

ଅଭିରାମ ନନ୍ଦ, ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବଂଶୀବାଦକ ଅଟନ୍ତି । ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ସେ ବଂଶୀବାଦନ କରନ୍ତି ।[୧] ୯୦ଦଶକରୁ ବଂଶୀବାଦନ ସହିତ ଜଡ଼ିତ, ଅଭିରାମ ୧୦୦୦ରୁ ଅଧିକ ଗୀତରେ ବଂଶୀବାଦନ କରିସାରିଛନ୍ତି । ସେ ଗୁରୁ ହରିପ୍ରସାଦ ଚୌରାଶିଆମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ବଂଶୀବାଦନ ଶିକ୍ଷା କରିଛନ୍ତି । ସେ ଭାରତର ବିଭିନ୍ନ ସ୍ଥାନ ଏବଂ ୫୩ଟି ବାହାର ଦେଶରେ ବଂଶୀବାଦନ କରି ସାରିଛନ୍ତି । ବହୁ ଦେଶୀ ଓ ବିଦେଶୀ ଛାତ୍ର ତାଙ୍କଠାରୁ ବଂଶୀବାଦନ ଶିକ୍ଷାଗ୍ରହଣ କରନ୍ତି । ବଂଶୀ ତିଆରି କରିବାରେ ମଧ୍ୟ ସେ ପାରଙ୍ଗମ । ଦେଶବିଦେଶର ବହୁ ବଂଶୀବାଦକ ତାଙ୍କଠାରୁ ବଂଶୀ କିଣିଥାନ୍ତି ।

ବଂଶୀବାଦକ ଭାବରେ[ସମ୍ପାଦନା]

ନବେ ଦଶକ ଆରମ୍ଭରୁ ଅଭିରାମ ବଂଶୀବାଦନ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ଗୋଆର ଅନୁଷ୍ଟିତ ଯୁବ ଉତ୍ସବରେ ସେ ବଂଶୀବାଦନ ପାଇଁ ଜାତୀୟ ଯୁବ ପୁରସ୍କାର ଲାଭ କରିଥିଲେ । ହରିପ୍ରସାଦ ଚୌରାଶିଆଙ୍କଠାରୁ ବଂଶୀ ଶିକ୍ଷା ପରେ ସେ ବହୁ ମଞ୍ଚ କାର୍ଯ୍ୟକ୍ରମରେ ଗୁରୁଙ୍କ ସହିତ ଏକାଠି ବଂଶୀବାଦନର ସୁଯୋଗ ପାଇଥିଲେ । ତାଙ୍କର ଯଶ ବଢିବା ସହ, ସେ ଦେଶବିଦେଶରେ ବଂଶୀବାଦନର ସୁଯୋଗ ପାଇଥିଲେ । ସେ ଜଣେ ବେତାର କଳାକାର ମଧ୍ୟ । ଓଡ଼ିଶୀ ସଙ୍ଗୀତନୃତ୍ୟରେ ବଂଶୀ ଏକ ଗୁରୁତ୍ୱପୂର୍ଣ୍ଣ ବାଦ୍ୟଯନ୍ତ୍ର । ବହୁ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ସହ ଅଭିରାମ ପରିବେଷଣ କରନ୍ତି ।

ଜୀବନୀ[ସମ୍ପାଦନା]

ଅଭିରାମ, ଜଗତସିଂହପୁର ଜିଲ୍ଲାର ତେରତଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ତାଙ୍କ ପିତା ବୃତିରେ ଜଣେ ଇଞ୍ଜିନିୟର ଥିଲେ ମଧ୍ୟ, ବଂଶୀବାଦନ ଓ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ତାଙ୍କ ଭାଇ ପିଣ୍ଟୁ ନନ୍ଦ ଜଣେ ଅଭିନେତା ।[୨]

ପିଲାଦିନରୁ ସେ ବଂଶୀପ୍ରତି ଆକୃଷ୍ଟ ଥିଲେ ଓ ତାଙ୍କର ଏହି ପ୍ରବୃତ୍ତି ଦେଖି ପିତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପଠାଇଥିଲେ । ସେଠାରେ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ସେ ବଂଶୀବାଦନ ଶିକ୍ଷା କରିଥିଲେ । ଅଧିକ ଶିଖିବା ପାଇଁ ସେ ମୁମ୍ବାଇ ଯାଇ ଗୁରୁ ହରିପ୍ରସାଦ ଚୌରାଶିଆଙ୍କ ପାଖରୁ ପାରମ୍ପାରିକ ଗୁରୁ-ଶିଷ୍ୟ ସଂସ୍କୃତି ମଧ୍ୟରେ ବଂଶୀ ଶିକ୍ଷା କରିଥିଲେ ।[୩] ଅଭିରାମଙ୍କ ପତ୍ନୀ ସୋନାଲୀ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଟନ୍ତି ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୁରମଣୀ - ସୁର ସିଂଗାର ସଂସଦ (ମୁମ୍ବାଇ)[୫]

ଆଧାର[ସମ୍ପାଦନା]

  1. "Young flautist strikes the right note - Abhiram Nanda took lessons from Pandit Hariprasad Chaurasia". telegraphindia.com. telegraph. Archived from the original on 12 June 2020. Retrieved 12 June 2020.
  2. "ସମ୍ପର୍କ". No. ରବିବାର ସମ୍ବାଦ ୧୦/୦୩/୨୦୧୯ ପୃଷ୍ଠା ୧୧. Retrieved 11 March 2019.
  3. "Young flautist strikes the right note - Abhiram Nanda took lessons from Pandit Hariprasad Chaurasia". www.telegraphindia.com. telegraph. Archived from the original on 12 June 2020. Retrieved 12 June 2020.
  4. "ବଂଶୀର ସୁରକାର ସେ, କାରିଗର ବି". No. ଧରିତ୍ରୀ ୧୨/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 12 June 2020. Retrieved 12 June 2020.
  5. "Churning out melody". www.newindianexpress.com. The New Indian Express. Archived from the original on 12 June 2020. Retrieved 12 June 2020.