ଅନନ୍ତ ଶ୍ରୀଜଗନ୍ନାଥ

ଉଇକିପିଡ଼ିଆ‌ରୁ
ଅନନ୍ତ ଶ୍ରୀଜଗନ୍ନାଥ  
ଲେଖକପୀତବାସ ରାଉତରାୟ
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକମହାବୀର ପ୍ରକାଶନ, ଭୁବନେଶ୍ୱର
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛାପାବହି
ପୃଷ୍ଠା୬୨୮

ଅନନ୍ତ ଶ୍ରୀଜଗନ୍ନାଥ ଏକ ଓଡ଼ିଆ ବହି । ଏହା ପୀତବାସ ରାଉତରାୟଙ୍କଦ୍ୱାରା ସଂକଳିତ ଓ ସମ୍ପାଦିତ ହୋଇ ଭୁବନେଶ୍ୱରର ମହାବୀର ପ୍ରକାଶନଙ୍କଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଜଗନ୍ନାଥଙ୍କ ବିସ୍ତୃତି, ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବଙ୍କ ରୂପାନ୍ତର, ଶ୍ରୀକୃଷ୍ଣଙ୍କ ବିଭିନ୍ନ ରୂପ, ପୁରୁଷୋତ୍ତମ କ୍ଷେତ୍ର (ପୁରୀ)ରେ ଦାରୁବ୍ରହ୍ମ, ଅନନ୍ତ ମହାରଣା ହୋଇ ନିଜକୁ ନିଜେ ଗଢ଼ିବା ଓ ସମୟାନ୍ତରରେ ମୃତ୍ୟୁର ଅଧୀନ ହୋଇ ପୁରୁଣାକଳେବର ତ୍ୟାଗ କରି ନବକଳେବର ଧାରଣକରିବାର ପୌରାଣିକ ଆଖ୍ୟାୟାନ, ଅନୁଭବ ଓ ଅନୁଭୂତି, ଇତିହାସ, ସାହିତ୍ୟ, ଗବେଷଣା ଆଦି ବର୍ଣ୍ଣିତ । ନବକଳେବରକୁ ନେଇ ୧୯୧୨ରୁ ୨୦୧୫ମଧ୍ୟରେ ହୋଇଥିବା ସାତଟି ନବକଳେବରର ୨୮ଟି ସ୍ଥାନର ବିବରଣୀ ଓ ଉଭୟ ମନ୍ଦିର ପ୍ରଶାସକ ଏବଂ ଭକ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତି ସହ କେତେକ ଫଟୋଚିତ୍ର ଓ ସାକ୍ଷାତକାର ଏଥିରେ ସ୍ଥାନିତ । ସଚ୍ଚିଦାନନ୍ଦ ରାଉତରାୟ, ଭୁବନେଶ୍ୱର ବେହେରାବାମାଚରଣ ମିତ୍ର ଆଦି ଲେଖକଙ୍କ ଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ରଚନାବଳୀର ପୁନପ୍ରକାଶନ ଏଥିରେ ହୋଇଥିଲା । ଏହା ୬୨୮ ପୃଷ୍ଠାର ଓ ଏଥିରେ ଉଭୟ ଗଦ୍ୟ ଓ କବିତା ସ୍ଥାନ ପାଇଛି ।[୧]

ଆଧାର[ସମ୍ପାଦନା]

  1. "ଅନନ୍ତ ଶ୍ରୀଜଗନ୍ନାଥ". ସମାଜ. 1 September 2015. Retrieved 1 September 2015.