ଅଛିଦ୍ର ଅନ୍ତନଳୀ

ଉଇକିପିଡ଼ିଆ‌ରୁ
Intestinal atresia
Bowel atresia
ବିଭାଗGeneral surgery
ଲକ୍ଷଣVomiting bile, abdominal bloating, failure to pass meconium[୧]
ଆକ୍ରାନ୍ତ ସମୟPresent at birth[୧]
ବିପଦ କାରକJIA: Gastroschisis, cystic fibrosis[୧]
DA: Down syndrome[୧]
ରୋଗ ନିର୍ଣ୍ଣୟ ପଦ୍ଧତିBefore birth: Ultrasound[୧]
After birth: X-ray[୧]
ସଠିକ ରୋଗ ନିର୍ଣ୍ଣୟIntestinal malrotation, volvulus, Hirschsprung disease[୧]
ଚିକିତ୍ସାNasogastric tube, intravenous fluids, surgery[୧]
Prognosis90% survival[୨]
ପୁନଃପୌନିକ1 in 3,000 newborns[୧][୩]

ଅଛିଦ୍ର ଅନ୍ତନଳୀ (ଇଂରାଜୀ ଭାଷାରେ Intestinal atresia) ରୋଗରେ ଅନ୍ତନଳୀରେ ଆଜନ୍ମ ତୃଟି ଥାଏ ଯାହା ଯୋଗୁ ଅନ୍ତନଳୀ ଅବରୋଧ ହୋଇଥାଏ ।[୧] ଅନ୍ତନଳୀରେ ସ୍ଥାନ ଅନୁସାରେ ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା:- ଡୁଏଡେନାଲ (DA), ଜେଜୁନୋଇଲିଆଲ୍ (JIA), ଏବଂ କୋଲୋନିକ୍ (CA) | [୧] ଏହାର ଲକ୍ଷଣ ମଧ୍ୟରେ ପିତ୍ତ ବାନ୍ତି, ପେଟ ଫୁଲିବା ଓ ମେକୋନିଅନ ନିଷ୍କାସନରେ ବାଧା । [୧] ଜେଜୁନୋଇଲିଆଲ୍‌ର ଜଟିଳତାରେ ସର୍ଟ ବାୱେଲ ସିଣ୍ଡ୍ରୋମ୍ ହୋଇପାରେ ଓ ଡୁଏଡେନାଲର ଜଟିଳତାରେ ହିରସପ୍ରଙ୍ଗ ରୋଗ ହୋଇପାରେ ।[୧]

ଜେଜୁନୋଇଲିଆଲ୍ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋସ୍କିସିସ୍ ଏବଂ ସିଷ୍ଟିକ୍ ଫାଇବ୍ରୋସିସ୍ ଅନ୍ତର୍ଭୁକ୍ତ କରୁଥିବାବେଳେ ଡୁଏଡେନାଲ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଡାଉନ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ଥାଏ | [୧] ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ ଏବଂ ଜନ୍ମ ପରେ ଏକ୍ସ-ରେ କରି ରୋଗ ନିର୍ଣ୍ଣୟ କରାଯାଇପାରେ। [୧] ସମାନ ଭାବରେ ଉପସ୍ଥାପିତ ଅନ୍ୟାନ୍ୟ ରୋଗମାନଙ୍କ ମଧରେ ଭଲଭ୍ୟୁଲସ, ଏବଂ ହିରସପ୍ରଙ୍ଗ ରୋଗ ସହିତ ଅନ୍ତନଳୀ ମାଲ୍‌ରୋଟେସନ ଥାଇପାରେ । [୧]

ପ୍ରାରମ୍ଭିକ ଚିକିତ୍ସାରେ ନାସାଖାଦ୍ୟନଳୀ ଲଗାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ । [୧] ଏହା ପରେ ଅସ୍ତ୍ରୋପଚାର କରାଯାଏ ଏବଂ ଅବସ୍ଥାରେ ଉନ୍ନତି ନହେବା ପର୍ଯ୍ୟନ୍ତ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଚାଲୁରଖାଯାଏ । [୧] ଅନ୍ତନଳୀ ବୃଦ୍ଧିକାରୀ ଅସ୍ତ୍ରୋପଚାର କିମ୍ବା କ୍ଷୁଦ୍ରାନ୍ତ୍ର ପ୍ରତିରୋପଣ କରାଯାଏ । [୧] ଡୁଏଡେନାଲରେ ମୃତ୍ୟୁ ଆଶଙ୍କା ପ୍ରାୟ ୫% ଥିବାବେଳେ କୋଲୋନିକରେ ପ୍ରାୟ ୨୫% ମୃତ୍ୟୁ ଆଶଙ୍କା ଥାଏ | [୧]

୧୦,୦୦୦ ଜଣ ନବଜାତ ଶିଶୁଙ୍କ ମଧ୍ୟରୁ ୧ରୁ ୩ ଜଣଙ୍କର ଜେଜୁନୋଇଲିଆଲ ଆଟ୍ରେସିଆ, ପ୍ରାୟ ୧୦,୦୦୦ ଜଣଙ୍କ ମଧରେ ଜଣକୁ ଡୁଏଡେନାଲ୍ ଆଟ୍ରେସିଆ ଏବଂ ୩୫,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକର କୋଲୋନିକ୍ ଆଟ୍ରେସିଆ ହୁଏ | [୧] [୩] ନବଜାତ ଶିଶୁମାନଙ୍କଠାରେ ଅନ୍ତନଳୀରେ ଅବରୋଧ ହେବାର ଏକ ତୃତୀୟାଂଶ ଅବସ୍ଥା ଏହି ରୋଗ ଯୋଗୁ ହୋଇଥାଏ । [୨] ଏହାକୁ ପ୍ରଥମେ ଗୋଏଲର୍ ୧୬୮୪ରେ ବର୍ଣ୍ଣନା କରିଥିଲେ | [୨]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Adams, SD; Stanton, MP (December 2014). "Malrotation and intestinal atresias". Early human development. 90 (12): 921–5. doi:10.1016/j.earlhumdev.2014.09.017. PMID 25448782.
  2. ୨.୦ ୨.୧ ୨.୨ Prasad, T. R. Sai; Bajpai, M. (2000-09-01). "Intestinal atresia". The Indian Journal of Pediatrics (in ଇଂରାଜୀ). 67 (9): 671–678. doi:10.1007/BF02762182. ISSN 0973-7693.
  3. ୩.୦ ୩.୧ William J. Cochran, MD. "Jejunoileal Atresia - Pediatrics". MSD Manual Professional Edition (in ବ୍ରିଟିଶ୍‌ ଇଂରାଜୀ). Retrieved 2019-02-03.