ଗ୍ୟାସ୍ଟ୍ରୋସ୍କିସିସ

ଉଇକିପିଡ଼ିଆ‌ରୁ
ଗ୍ୟାସ୍ଟ୍ରୋସ୍କିସିସ (Gastroschisis)
ଗ୍ୟାସ୍ଟ୍ରୋସ୍କିସିସ ରୋଗ ଥିବା ଏକ ପିଲାର ଛବି
ଉଚ୍ଚାରଣ
ବିଭାଗଶଲ୍ୟ ବିଭାଗ (General surgery, ମେଡିକାଲ ଜେନେଟିକସ medical genetics
ଲକ୍ଷଣନାହି (belly button) ମଧ୍ୟ ଦେଇ ଅନ୍ତନଳୀ (Intestines) ବାହାରକୁ ବାହାରିଥାଏ ।[୨]
ଆକ୍ରାନ୍ତ ସମୟପ୍ରାକ୍ ବିକାଶ ସମୟରେ [୧]
କାରଣଅଜ୍ଞାତ[୧]
ବିପଦ କାରକଧୂମ୍ରପାୟୀ ମାତା, ମଦ୍ୟପାୟୀ ମାତା, ୨୦ ବର୍ଷ ବୟସରୁ କମ୍ ବୟସର ମାତା [୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ (Ultrasound), ଜନ୍ମ ପରେ ଲକ୍ଷଣ [୧]
ସଠିକ ରୋଗ ନିର୍ଣ୍ଣୟଓମ୍ଫାଲୋସିଲ (Omphalocele), ପ୍ରୁନ ବେଲି ସିଣ୍ଡ୍ରୋମ (prune belly syndrome)[୩][୪]
ଚିକିତ୍ସାଶୀଘ୍ରାତିଶୀଘ୍ର ଅପରେଶନ[୧]
ପୁନଃପୌନିକ୧୦,୦୦୦ ଜନ୍ମରେ ୪ ଜଣ [୩]

ଗ୍ୟାସ୍ଟ୍ରୋସ୍କିସିସ (ଇଂରାଜୀ ଭାଷାରେ Gastroschisis) ଏକ ଜନ୍ମଗତ ତୃଟି (birth defect) ଯେଉଁଥିରେ ଶିଶୁର ଅନ୍ତନଳୀ (Intestines) ନାଭି ମଣ୍ଡଳରେ (belly button) ଥିବା ଏକ କଣା ଦେଇ ଶରୀର ବାହାରକୁ ବାହାରିଆସିଥାଏ ।[୨] ଏହି କଣାର ଆକାର ଭିନ୍ନ ଭିନ୍ନ ଥାଏ ଓ ଏହା ମଧ୍ୟ ଦେଇ ଅନ୍ୟାନ୍ୟ ଉଦର ଅଙ୍ଗ ଯେପରିକି ପାକସ୍ଥଳୀ (stomach) ଓ ଯକୃତ (liver) ବାହାରିଆସେ ।[୧] ଏହି ରୋଗରେ ଅନେକ ଜଟିଳ ସମସ୍ୟା ଯେପରିକି ଖୁଏଇବା ସମସ୍ୟା, ଅପରିପକ୍ୱ ଜନ୍ମ (prematurity), ଗର୍ଭସ୍ଥ ବିକାଶ ବିଳମ୍ବ (intrauterine growth retardation), ଅନ୍ତନଳୀ ଆଟ୍ରେସିଆ (intestinal atresia) ଆଦି ଦେଖାଯାଇପାରେ ।[୧][୩]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୩][୧] ଧୂମ୍ରପାୟୀ ମାତା, ମଦ୍ୟପାୟୀ ମାତା, ୨୦ ବର୍ଷ ବୟସରୁ କମ୍ ବୟସର ମାତାଙ୍କର ଜନ୍ମିତ ଶିଶୁଙ୍କର ଏହି ସଙ୍କଟ ଅଧିକ ରହେ ।[୩][୧] ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ (Ultrasound) କରି ରୋଗ ଚିହ୍ନଟ କରାଯାଇପାରେ ।[୧] ଅନ୍ୟଥା ଜନ୍ମ ପରେ ଶିଶୁର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] ଓମ୍ଫାଲୋସିଲ (Omphalocele) ରୋଗରେ ଅନ୍ତନଳୀ ଉପରେ ଏକ ପତଳା ପରଦା ଥାଏ । [୩]

ଏକ ମାତ୍ର ଅପରେଶନ କରି ଏହାକୁ ଚିକିତ୍ସା କରାଯାଏ ।[୧] ଜନ୍ମର ଅଳ୍ପ ସମୟ ପରେ ଏହି ତୃଟି ଧରାପଡ଼େ ।[୧] ବଡ଼ କଣା ସ‌ହିତ ଏହା ବାହାରକୁ ଆସିଥିଲେ ସାଧାରଣତଃ ଏକ ପତଳା ପରଦା ଏହାକୁ ଘୋଡ଼େଇ ରଖିଥାଏ ଓ ଏହା ଉଦର ମଧ୍ୟକୁ ଚାଲିଯାଇପାରେ ।[୧] ଦଶ ହଜାର ନୂତନ ଜନ୍ମରେ ପ୍ରାୟ ୪ ଜଣଙ୍କର ଏହି ତୃଟି ରହିବା ଦେଖାଯାଏ ।[୩] ଏହି ଜନ୍ମ ତୃଟିର ହାର ବଢ଼ୁଥିବା ଲକ୍ଷ କରାଯାଉଛି ।[୧]

Video explanation

ଏହାକୁ ମଧ୍ୟ ଦେଖାନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "Facts about Gastroschisis". National Center on Birth Defects and Developmental Disabilities Home | NCBDDD | CDC (in ଆମେରିକୀୟ ଇଂରାଜୀ). 27 June 2017. Archived from the original on 18 July 2017. Retrieved 14 July 2017.
  2. ୨.୦ ୨.୧ "Gastroschisis". Genetic and Rare Diseases Information Center (GARD) (in ଇଂରାଜୀ). 2017. Archived from the original on 5 July 2017. Retrieved 14 July 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Reference, Genetics Home (August 2016). "Abdominal wall defect". Genetics Home Reference (in ଇଂରାଜୀ). Archived from the original on 10 July 2017. Retrieved 14 July 2017.
  4. "Gastroschisis". NORD (National Organization for Rare Disorders). 2007. Archived from the original on 21 February 2017. Retrieved 14 July 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ