ସର୍ଟ ବାୱେଲ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ସର୍ଟ ବାୱେଲ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - short gut syndrome, short gut, intestinal failure
ଅପରେଶନ କରି ବାହାର କରିଥିବା ଗୋଟିଏ ଛୋଟ ରୋଗାକ୍ରାନ୍ତ ଇଲିଅମ (କ୍ଷୁଦ୍ରାନ୍ତ୍ରର ଏକ ଅଂଶ) ଖଣ୍ଡ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K91.2{{{2}}}.{{{3}}}
ଆଇସିଡ଼ି-୯-ସିଏମ୍579.3
ରୋଗ ଡାଟାବେସ12026
ମେଡ଼ିସିନ-ପ୍ଲସ000237
ଇ-ମେଡ଼ିସିନmed/2746 ped/2088
MeSHD012778

ସର୍ଟ ବାୱେଲ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Short bowel syndrome ବା SBS ବା short gut) ଏକ ବେମାରୀ ଯେଉଁଥିରେ କାର୍ଯ୍ୟକ୍ଷମ କ୍ଷୁଦ୍ରାନ୍ତ୍ରର ଅଭାବ ଯୋଗୁ କୁପରିଶୋଷଣ/ମାଲ‌ଆବସର୍ପସନ (malabsorption) ହୁଏ ।[୧] ଏହାର ମୂଖ୍ୟ ଲକ୍ଷଣ ତରଳ ଝାଡ଼ା ହେବା ଫଳରେ ନିର୍ଜଳନ (dehydration), ଅପ‌ପୁଷ୍ଟି (malnutrition) ଓ ଓଜନ ହାନୀ (weight loss) ହୁଏ । ଅନ୍ୟ ଲକ୍ଷଣ ମଧ୍ୟରେ ପେଟ ଭର୍ତ୍ତି ଥିବା ଲାଗେ, ଛାତି ଜ୍ୱାଳା (‌heartburn), ଥକ୍କା ଅନୁଭବ, ଲାକ୍ଟୋଜ ଇନଟୋଲେରାନ୍ସ (lactose intolerance) ଓ ଦୁର୍ଗନ୍ଧ‌ଯୁକ୍ତ ମଳ ଇତ୍ୟାଦି ଦେଖାଯାଏ । [୨] ରୋଗ ଜଟିଳ ହେଲେ ଆନିମିଆବୃକ୍‌କ ପଥର ରୋଗ ହୋଇପାରେ । [୩]

ଅଧିକାଂଶ କ୍ଷେତ୍ରରେ କୌଣସି କାରଣ ବଶତଃ ଗୋଟିଏ ବଡ଼ ଖଣ୍ଡ କ୍ଷୁଦ୍ରାନ୍ତ୍ର ଅପରେଶନ କରି କାଢ଼ିଦିଆଗଲା ଏହି ରୋଗ ହୁଏ । [୨] ବୟଃପ୍ରାପ୍ତ ଲୋକଙ୍କର କ୍ରନ୍ ରୋଗ ଓ ବଡ଼ପିଲାଙ୍କର ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotising enterocolitis) ହେଲେ ଏହି ଅପରେଶନ ଦରକାର ହୁଏ । [୩] ଜନ୍ମରୁ ଛୋଟ ଅନ୍ତନଳୀ ଥିଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଏହି ପରିସ୍ଥିତି ଉପୁଜେ । [୨] ସାଧାରଣତଃ ୨ମିଟରରୁ (୬.୬ ଫୁଟ) କମ ଅନ୍ତନଳୀ ଥିଲେ ଏହି ବେମାରୀ ହୁଏ । [୧][୨]

ନିର୍ଦ୍ଦିଷ୍ଟ ଖାଦ୍ୟ, ଔଷଧ ଓ ଅପରେଶନ କରି ଏହି ରୋଗର ଚିକିତ୍ସା କରାଯାଏ । ଓଆରଏସ, ଭିଟାମିନ, ଅଳ୍ପ ଖାଦ୍ୟ ଅଧିକ ଥର ଖାଇବା ଓ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏଡ଼େଇ ଏହାର ସମସ୍ୟା ସମାଧାନ କରାଯାଏ । ବେଳେବେଳେ ଶିରାଭ୍ୟନ୍ତର ଲାଇନରେ ପୋଷକ ଦିଆଯାଏ ଯାହାକୁ ପାରେଣ୍ଟେରାଲ ନ୍ୟୁଟ୍ରିସନ (parenteral nutrition) କୁହାଯାଏ । ଆଣ୍ଟିବାୟୋଟିକ, ଆଣ୍ଟାସିଡ, ଲୋପେରାମାଇଡ, ଟେଡୁଗ୍ଲୁଟାଇଡ (teduglutide) ଓ ଗ୍ରୋଥ ହରମୋନ (growth hormone) ଇତ୍ୟାଦି ଔଷଧ ଦିଆଯାଏ । ଅନ୍ତନଳୀ ପ୍ରତିରୋପଣ ସ‌ହ ଅନ୍ୟ କେତେକ ଅପରେଶନ କେତେକ ଲୋକଙ୍କୁ ସାହାଯ୍ୟ କରେ । [୨]

ପ୍ରତିବର୍ଷ ପ୍ରାୟ ୩ ନିୟୁତ ଲୋକଙ୍କର ସର୍ଟ ବାୱେଲ ସିଣ୍ଡ୍ରୋମ ରୋଗ ହୁଏ । [୨] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫,୦୦୦ରୋଗୀ ଥିବା ହିସାବରୁ ଜଣାଯାଏ । [୩] ୟୁରୋପିଆନ ମେଡିସିନ ଏଜେନ୍ସି (European Medicines Agency) ଏହି ରୋଗକୁ ବିରଳ ରୋଗ (rare disease) ଶ୍ରେଣୀଭୁକ୍ତ କରିଛନ୍ତି ।[୪] ଅନ୍ତନଳୀର ପରିମାଣ ଓ ଏହାର ବୃହଦନ୍ତ୍ର ସ‌ହ ସଂଯୋଗ ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Pironi, L (April 2016). "Definitions of intestinal failure and the short bowel syndrome". Best practice & research. Clinical gastroenterology. 30 (2): 173–85. PMID 27086884.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Short Bowel Syndrome". NIDDK. July 2015. Archived from the original on 20 October 2016. Retrieved 20 October 2016.
  3. ୩.୦ ୩.୧ ୩.୨ ୩.୩ Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 1074. ISBN 9780323084307.
  4. "Short bowel syndrome", orphanet, February 2012, retrieved November 16, 2012