ବଉଳ

ଉଇକିପିଡ଼ିଆ‌ରୁ

ବଉଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Clade: Asterids
Order: Ericales
Family: Sapotaceae
Genus: Mimusops
ଜାତି: M. elengi
ବାଇନୋମିଆଲ ନାମ
Mimusops elengi

ବଉଳ ଏକ ଦ୍ରୁମ ଜାତୀୟ ଉଦ୍ଭିଦ ହେଲେ ବି ଆମ୍ବପଣସ ଆଦି ଗଛ ପରି ବିଶାଳ ହୋଇ ନ ଥାଏ । ଏହାର ରସ ଉଗ୍ର, ଫୁଲ ସୁବାସିତ ଓ ଫଳ କଷାୟ ରସରେ ପୂର୍ଣ୍ଣ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ବଉଳ ଫୁଲ
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବଉଳ
ସଂସ୍କୃତ ବକୁଳ, ମଧୁଗନ୍ଧ, ସୌଗନ୍ଧିକ
ହିନ୍ଦୀ ମଉଲଶିରୀ
ତେଲୁଗୁ ପୋଗଡ
ବଙ୍ଗଳା ବକୁଲ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁଯୁକ୍ତ କଷାୟରସ, ଗୁରୁପାକ। ମାତ୍ରା ଚାରିଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।

ବ୍ୟବହାର[ସମ୍ପାଦନା]

ପାଚିଲା ବଉଳ ଫଳ

ବଉଳ ଗଛର ସର୍ବାଙ୍ଗ, ମୁଖ୍ୟତଃ ଏହାର ଛେଲି ଔଷଧୀୟ କାମରେ ଲାଗେ। ଦାନ୍ତ ହଲିବା ବନ୍ଦ କରିଦିଏ । ଏହା ଦାନ୍ତ ମୂଳକୁ ଏତେ ଶକ୍ତ କରିଦିଏ ଯେ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଏ । ଏହା କୃମି, ମୁଖ କ୍ଷତ, ଦନ୍ତରୋଗ, ଯାବତୀୟ ତୁଣ୍ଡ ଘା, ବ୍ରଣ ଓ ଶିରରୋଗ ନିବାରକ ଅଟେ ।

କଞ୍ଚା ବଉଳ କୋଳିକୁ ଚୋବାଇ କିଛି ସମୟ ପାଟିରେ ରଖିଲେ ଦାନ୍ତ ଶକ୍ତ ହୁଏ । ପ୍ରତିଦିନ ବଉଳ ଦାନ୍ତକାଠିରେ ଅଥବା ଏହାର ପତ୍ର ରସରେ ଦାନ୍ତ ଘସିଲେ ଦାନ୍ତ ରୋଗ ହୁଏ ନାହିଁ । ଏହାର ଛେଲିକୁ ପାଣିରେ ସିଝାଇ ସେଥିରେ କୁଳି କଲେ କୌଣସି ପ୍ରକାର ପାଟିଘା ହୁଏ ନାହିଁ । ବଉଳ ପତ୍ର ରସରୁ ଦୁଇଟୋପା ନାକରେ ପକାଇଲେ ଉହାଜ୍ୱର ଛାଡିଯାଏ। ପାଚିଲା ବଉଳ କୋଳିର ମଞ୍ଜି ଭିତରେ ଥିବା ଶସକୁ ବାଟି ସର୍ପାଘାତ କ୍ଷତରେ ଲଗାଇଲେ ସର୍ପବିଷ ନଷ୍ଟ ହୁଏ । ବଉଳ ପୁଳର ଚୂର୍ଣ୍ଣକୁ ନସ୍ୟ ଗ୍ରହଣ କଲେ ଜ୍ୱର, ଦେହ ପୀଡ଼ା ଓ ମୁଣ୍ଡ ବିନ୍ଧା ଆଦି ନିବାରିତ ହୁଏ । ବଉଳ ଛାଲି ଓ ହିଞ୍ଜଳ ଛାଲି, ଏ ଦୁଇଟି ଦ୍ରବ୍ୟକୁ ଜଳରେ ସିଝାଇ, ଛାଣି ସେଇ ଜଳରେ ଘା ଧୋଇଲେ ଘାଆ ଅଳ୍ପ ଦିନରେ ଶୁଖିଯାଏ ।

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ