ଶୈବାଳିନୀ ସାହୁ
ଦେଖଣା
ଶୈବାଳିନୀ ସାହୁ | |
---|---|
ଜନ୍ମ | ୧୩ ଏପ୍ରିଲ ୧୯୭୨ କୃତ୍ତାଙ୍ଗ, ରଘୁନାଥପୁର, ଜଗତସିଂହପୁର |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ମମତାର ଧାରେ |
ବୈବାହିକ-ସାଥୀ | ମନୋରଞ୍ଜନ ସାହୁ |
ସନ୍ତାନ | ମୌସମ ସାହୁ, ସୌମ୍ୟରଞ୍ଜନ ସାହୁ |
ପିତାମାତା | ବୈରାଗୀ ଚରଣ ସାହୁ (ପିତା), ଅନ୍ନପୂର୍ଣ୍ଣା ସାହୁ (ମାତା) |
ଶୈବାଳିନୀ ସାହୁ (ଜନ୍ମ: ୧୩ ଏପ୍ରିଲ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକା ଓ ସମାଜସେବୀ । ସେ ଗଳ୍ପ, କବିତା, ପ୍ରବନ୍ଧ, ଗୀତିକବିତା, ଫିଚର ଆଦି ରଚନା କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଅନ୍ତର୍ଗତ କୃତ୍ତାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଶୈବାଳିନୀ ନିଜ ପିତାମାତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଉତ୍ତର ୮୦ଦଶକରୁ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କଲେ । ୧୯୮୬ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଅତୃପ୍ତ ଆତ୍ମା" ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତାଙ୍କ ଲେଖାମାନ ସମାଜ, ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ, ପ୍ରଜାତନ୍ତ୍ର, କାଦମ୍ବିନୀ, ରେବତୀ, ସମାରୋହ, ଅମୃତାୟନ, ଆହ୍ୱାନ[୧] ଆଦି ପତ୍ରପତ୍ରିକାରେ ପ୍ରକାଶିତ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଆୟୋଜିତ ବହୁଭାଷୀ କବି ସମ୍ମିଳନୀରେ ସେ ଅଂଶଗ୍ରହଣ କରିଥିଲେ ।[୨][୩]
ରଚନାବଳୀ
[ସମ୍ପାଦନା]- ଶୈବାଳିନୀ (କବିତା)[୪]
- ଇତି ତୁମର ଶୈବାଳିନୀ (କବିତା)
- ଶବଦରେ ଶବ୍ଦରେ ଶୈବାଳିନୀ (କବିତା)
- ପ୍ରୀତି କଣିକା (କବିତା)
- ଫେରିବାକୁ ହେବ (ଗଳ୍ପ)
- ମମତାର ଧାରେ (ଗଳ୍ପ)
- ଦ୍ୱାଦଶୀ ଜହ୍ନର ଫଟୋଗ୍ରାଫ୍ (ଗଳ୍ପ)
- ରାଜପ୍ରାସାଦର ମୋହ (ଗଳ୍ପ)
ଇଂରାଜୀ
[ସମ୍ପାଦନା]- Echoes from Ether (ଓଡ଼ିଆରୁ ଅନୂଦିତ)
ସମ୍ମାନ
[ସମ୍ପାଦନା]- ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ, ଭୁବନେଶ୍ୱର
- ମୟୂରଭଞ୍ଜ ରୂପା ଥାଳିଆ ତରଫରୁ ସୂର୍ଯ୍ୟ ତନୟା ସମ୍ମାନ
- ଅପରାହ୍ନ ସାରସ୍ୱତ ସମ୍ମାନ, ବାଲେଶ୍ୱର
ଆଧାର
[ସମ୍ପାଦନା]- ↑ "Aahwaan e-Patrika : e-Patrika, Patrika, Magazine, Online Magazine in Odia | aahwaan.com". www.aahwaan.com. Retrieved 2024-11-15.
- ↑ "ସମାରୋହ". ସମାରୋହ (ପୂଜା ବିଶେଷାଙ୍କ). ଅକ୍ଟୋବର ୨୦୨୩.
- ↑ https://dharitriepaper.in/uploads/epaper/2023-06/6483a57f7ac51.jpg
- ↑ "ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ — OdiaBarta.in" (in ଆମେରିକୀୟ ଇଂରାଜୀ). 2024-02-21. Retrieved 2024-11-15.