ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ
Obstructive sleep apnea | |
---|---|
Obstructive sleep apnoea; obstructive sleep apnea syndrome (OSAS); obstructive sleep apnea–hypopnea syndrome (OSAHS)[୧] | |
ବିଭାଗ | Sleep medicine |
ଲକ୍ଷଣ | Daytime sleepiness, snoring, periods of interrupted breathing, nighttime urination, morning headaches[୨][୧] |
ଆକ୍ରାନ୍ତ ସମୟ | Age over 40[୧] |
ବିପଦ କାରକ | Overweight, sedatives, large tonsils, smoking, nasal congestion, family history[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Polysomnography, home sleep testing[୨] |
ସଠିକ ରୋଗ ନିର୍ଣ୍ଣୟ | COPD, central sleep apnea, narcolepsy, periodic limb movement disorder[୩] |
ଚିକିତ୍ସା | CPAP, weight loss, avoiding sedatives, mandibular advancement device, surgery[୨][୧] |
Prognosis | Decreased life expectancy[୩] |
ପୁନଃପୌନିକ | Common[୨] |
Patient UK | Obstructive sleep apnea |
ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ (ଇଂରାଜୀ ଭାଷାରେ Obstructive sleep apnea/ OSA) କୁହାଯାଏ ଯେତେବେଳେ ଶୋଇବା ସମୟରେ ବାରମ୍ବାର ଗଳା ସଂକୀର୍ଣ୍ଣ ହୋଇଥାଏ କିମ୍ବା ଅବରୋଧ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଦିନରେ ନିଦ୍ରା ଆସିବା, ଭୁଙ୍ଗୁଡ଼ି ମାରିବା, ସାମୟିକ ଶ୍ୱାସକ୍ରିୟା ବନ୍ଦ, ରାତିରେ ପରିସ୍ରା ଲାଗିବା ଏବଂ ସକାଳେ ମୁଣ୍ଡବିନ୍ଧା ହୋଇପାରେ ।[୧] [୨] ରୋଗ ଜଟିଳ ହେଲେ ହୃତ୍ପିଣ୍ଡ ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ ମୋଟର ଯାନ ଧକ୍କା ହୋଇପାରେ ।[୨]
ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ଓଜନ ଥିବା, ପ୍ରଶାନ୍ତି ଔଷଧ ନେବା, ବଡ଼ ଆକାରର ଟନସିଲ୍, ଧୂମପାନ, ନାକ ଜନିତ ସମସ୍ୟା ଏବଂ ପାରିବାରିକ ଇତିହାସ ଥାଇପାରେ ।[୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅମ୍ଳଜାନ ସ୍ତରର ହ୍ରାସ ଘଟିଥାଏ ଯାହା ଫଳରେ ରୋଗୀ ଆଂଶିକ କିମ୍ବା ସଂପୂର୍ଣ୍ଣ ଜାଗ୍ରତ ହୋଇଯାଏ ।[୧] ଲକ୍ଷଣଗୁଡିକ ପରିବାର କିମ୍ବା ସାଙ୍ଗମାନଙ୍କଦ୍ୱାରା ପ୍ରଥମେ ଲକ୍ଷ୍ୟ କରାଯାଏ, ନିଜେ ପ୍ରଥମେ ଜାଣିପାରେ ନାହିଁ ।[୧] ପଲିସୋମ୍ନୋଗ୍ରାଫି କିମ୍ବା ଗୃହ ଶୋଇବା ପରୀକ୍ଷଣରେ କରାଯାଉଥିବା ଆପ୍ନିଆ - ହାଇପୋପ୍ନିଆ ଇଣ୍ଡେକ୍ସରେ (AHI) ଘଣ୍ଟା ପ୍ରତି ଅତି କମରେ ୫ଥର ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] [୪] ଏହା ଏକ ପ୍ରକାର ଏକ ପ୍ରକାର ନିଦ୍ରା ଶ୍ୱାସରୋଧ ଯାହା କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧଠାରୁ କମ୍ ସାଧାରଣ ଅଟେ ।[୧]
ମଧ୍ୟମରୁ ଗୁରୁତର ରୋଗରେ ଆକ୍ରାନ୍ତ କ୍ରମାଗତ ସକରାତ୍ମକ ବାୟୁପଥ ଚାପ (CPAP) ଦେବା ହେଉଛି ଏହାର ଚିକିତ୍ସା ।[୨] ଏହା ଦିନରେ ନିଦ୍ରା ଏବଂ ଜୀବନଚର୍ଯ୍ୟରେ ଉନ୍ନତି ଆଣୁଥିବାବେଳେ ହୃତ୍ପିଣ୍ଡ ରୋଗ କିମ୍ବା ମୃତ୍ୟୁ ହେବାର ଆଶଙ୍କା ଅସ୍ପଷ୍ଟ ଅଟେ ।[୫] [୬] [୭] ଓଜନ ହ୍ରାସ କରିବାକୁ ଏବଂ ପ୍ରଶାନ୍ତିକାରୀ ଔଷଧଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।[୨] ଯେଉଁମାନେ ସିପିଏପି (CPAP)କୁ ସହ୍ୟ କରିପାରନ୍ତି ନାହିଁ ତାଙ୍କ ପାଇପାଇଁ ଏକ ମାଣ୍ଡିବୁଲାର୍ ଆଡଭାନ୍ସମେଣ୍ଟ୍ ଡିଭାଇସ୍ କିମ୍ବା ଅସ୍ତ୍ରୋପଚାର କରାଯାଏ ।[୧] [୨] ପ୍ରଭାବିତମାନଙ୍କ ମଧ୍ୟରେ ଆୟୁଷ କମ୍ ହୁଏ, ବିଶେଷତ ଯଦି ସେମାନେ ସିପିଏପିକୁ ସହ୍ୟ କରନ୍ତି ନାହିଁ ।[୩]
ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ ଏକ ସାଧାରଣ ରୋଗ ଯାହା ବିଶ୍ୱର ପ୍ରାୟ ଏକ ବିଲିୟନ ଲୋକଙ୍କୁ ପ୍ରଭାବିତ କରୁଛି ।[୩] ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୩୪% ମଧ୍ୟବିତ୍ତ ପୁରୁଷ ଏବଂ ୧୭% ମହିଳାମାନଙ୍କଠାରେ ଦେଖାଯାଏ ।[୨][୮] ଏହା ସାଧାରଣତଃ ୪୦ ବର୍ଷ ବୟସରୁ ଅଧିକ ବୟସ୍କମାନଙ୍କଠାରେ ହୁଏ ।[୧] ସ୍ଥିତି ଭଲ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ କେତେକ ଦେଶ ପ୍ରଭାବିତଙ୍କର ଗାଡ଼ି ଚଲାଇବା କ୍ଷମତାକୁ ସୀମିତ କରନ୍ତି ।[୧] ୧୮୩୭ ମସିହାରେ ଲିଖିତ ଚାର୍ଲ୍ସ ଡିକେନ୍ସଙ୍କ ଉପନ୍ୟାସ ଦି ପୋଷଥୁମସ ପେପର୍ସ ଅଫ୍ ପିକ୍କୱିକ୍ କ୍ଲବରୁ ଏହି ଅବସ୍ଥା ପ୍ରତି ଆଗ୍ରହ ବଢ଼ିଥିଲା; ୧୯୬୦ ଦଶକରେ ସ୍ୱୀକୃତିପ୍ରାପ୍ତ ବାୟୁପଥ ଅବରୋଧ ସହିତ ଲିଙ୍କ୍ କରାଯାଇ ଥିଲା ।[୯] [୧୦]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Obstructive sleep apnoea (OSA)". www.nhsinform.scot (in ଇଂରାଜୀ). Archived from the original on 10 May 2023. Retrieved 27 June 2023.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Veasey, Sigrid C.; Rosen, Ilene M. (11 April 2019). "Obstructive Sleep Apnea in Adults". New England Journal of Medicine. 380 (15): 1442–1449. doi:10.1056/NEJMcp1816152.
- ↑ ୩.୦ ୩.୧ ୩.୨ ୩.୩ Slowik, JM; Sankari, A; Collen, JF (January 2023). "Obstructive Sleep Apnea". StatPearls. PMID 29083619.
- ↑ "Obstructive sleep apnoea (OSA)". www.nhsinform.scot (in ଇଂରାଜୀ). Archived from the original on 10 May 2023. Retrieved 27 June 2023.
- ↑ Ton, Joey (20 August 2018). "#218 CPAP—Breath of life, or just hot air?". CFPCLearn. Archived from the original on 25 March 2023. Retrieved 16 June 2023.
- ↑ Laratta, Cheryl R.; Ayas, Najib T.; Povitz, Marcus; Pendharkar, Sachin R. (4 December 2017). "Diagnosis and treatment of obstructive sleep apnea in adults". Canadian Medical Association Journal. 189 (48): E1481–E1488. doi:10.1503/cmaj.170296.
- ↑ Gottlieb, Daniel J.; Punjabi, Naresh M. (14 April 2020). "Diagnosis and Management of Obstructive Sleep Apnea: A Review". JAMA. 323 (14): 1389. doi:10.1001/jama.2020.3514.
- ↑ Yeghiazarians, Yerem; Jneid, Hani; Tietjens, Jeremy R.; Redline, Susan; Brown, Devin L.; El-Sherif, Nabil; Mehra, Reena; Bozkurt, Biykem; Ndumele, Chiadi Ericson (20 July 2021). "Obstructive Sleep Apnea and Cardiovascular Disease: A Scientific Statement From the American Heart Association". Circulation. 144 (3). doi:10.1161/CIR.0000000000000988.
- ↑ Guilleminault, Christian (November 1985). "Obstructive Sleep Apnea: The Clinical Syndrome and Historical Perspective". Medical Clinics of North America. 69 (6): 1187–1203. doi:10.1016/s0025-7125(16)30982-8.
- ↑ Kryger, Meir H.; Roth, Thomas; Dement, William C. (29 December 2015). Principles and Practice of Sleep Medicine E-Book (in ଇଂରାଜୀ). Elsevier Health Sciences. p. 627. ISBN 978-0-323-37752-2. Archived from the original on 1 July 2023. Retrieved 1 July 2023.