ଚାର୍ଲ୍ସ ଡିକେନ୍ସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଚାର୍ଲ୍ସ ଡିକେନ୍ସ
Charles Dickens
୧୮୬୭ରେ ନିଉ ୟର୍କରେ ଡିକେନ୍ସ
ଜନ୍ମ ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date=୭ ଫେବୃଆରୀ ୧୮୧୨(1812-02-07)
Landport, Hampshire, England, United Kingdom
ମୃତ୍ୟୁ ୯ ଜୁନ, ୧୮୭୦ (୫୮ ବର୍ଷ)
Higham, Kent, England, United Kingdom
ସମାଧି ସ୍ଥଳ Poets' Corner, Westminster Abbey
ବୃତ୍ତି Writer
ଜାତୀୟତା British
ସାହିତ୍ୟ କୃତିs
ଜୀବନ ସାଥି Catherine Thomson Hogarth
ସନ୍ତାନ

ଦସ୍ତଖତ

ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ ବିଶ୍ଵର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତରେ ସେ ଭିକ୍ଟୋରିଆନ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ  ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ  ଦରିଦ୍ର ବାଳକର ଚରିତ୍ର । ତାହାର ଚରିତ୍ର ଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡର ସାଧାରଣ ଜନ ଜୀବନକୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକାରେ ରହିଛି ।  [୧][୨]

ଡିକେନ୍ସଙ୍କ ଜନ୍ମ ଇଂଲଣ୍ଡର ପୋର୍ଟ୍ସମାଉଥଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତାଙ୍କୁ ରୁଣ ସୁଝି ନ ପାରିବାରୁ  ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳରୁ ସେ ସ୍କୁଲ ଛାଡି ଏକ କାରଖାନାରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ଟି କାଳ୍ପନିକ ଉପନ୍ୟାସ ସହ ୫ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାରର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।

 ଡିକେନ୍ସ 1836 ମସିହାରେ “ ଦି ପିକୱିକ ପେପର୍ସ “( The Pickwick Papers ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଇ ଗଲେ । ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀକୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield )ରେ "ମିସ ମିକାୱର"ଙ୍କ ଚରିତ୍ର ଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହାଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .[୩]

ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହାରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “Oliver Twist “ଓ “ Great Expectations” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁକୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସଙ୍କ ଉପନ୍ୟାସ “A Tale of Two Cities,”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସଙ୍କ ଲେଖା ସମୂହକୁ ବିଶ୍ଵର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟରେ ମନସ୍ତାତ୍ଵିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖାର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟର ପରିଚୟ ଦେଇଥିଲା ।  [୪]

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ପୋର୍ଟମାଉଥଠାରେ ଥିବା ଚାର୍ଲ୍ସ ଡିକେନ୍ସଙ୍କ ଜନ୍ମସ୍ଥାନ 
photograph
1817 ମସିହାରୁ 1821 ମସିହା ଯାଏ ଡିକେନ୍ସ ରହୁଥିବା ଗୃହ ଚଠାମ ଠାରେ 
[୫]

 ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହାରେ ପୋର୍ଟ ସୀ ଦ୍ଵିପର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ )ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସଙ୍କ  ଆଠଟି ସନ୍ତାନ ମଧ୍ୟରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭିର ଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ   ତାଙ୍କ ପିତାଙ୍କ ବନ୍ଧୁ ତଥା ଏକ କମ୍ପାନୀର ମାଲିକ  "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହାରେ ରଚିତ ) ନାମକ ଏକ ଉପନ୍ୟାସରେ ଜାହାଜ କମ୍ପାନୀର ମାଲିକ ଭାବରେ ତାଙ୍କର ଚରିତ୍ରକୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ । 

I୧୮୧୫ ମସିହାରେ ଜନ  ଡିକେନ୍ସଙ୍କୁ ଇଂଲଣ୍ଡରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟଠାରେ ରହିଥିଲେ ।[୬] ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାରରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .[୭]

 ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟରେ ଜନପ୍ରିୟ  ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ"  ଆଦି ଲେଖକଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ  ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" "ଏଲିଜାବେଥ ଇଞ୍ଚବାଲ୍ଡ"[୮]ଙ୍କ ହାସ୍ୟ ଲେଖବଳି ସଂଗ୍ରହକୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନରେ ବହୁ ଉପାଦେୟ ହେଇଥିଲା ।  ସେ ଜନସାଧାରଣଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା  ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳିକୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ[୯]ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ  ରେ ତାଙ୍କ ପିତାଙ୍କ ସ୍ଥାନରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ ।  [୧୦]

drawing
୧୮୯୨ ମସିହାରେ ପ୍ରକାଶ ପାଇଥିବା ଚାର୍ଲ୍ସ ଡିକେନ୍ସଙ୍କ ଜୀବନୀ ଉପରେ ଫୋର୍ସ୍ତର ଲେଖିଥିବା ପୁସ୍ତକ (Life of Dickens)  ଏକ ଚିତ୍ରରେ ଜୋତା କାରଖାନାରେ କାମ କରୁଥିବାର ଏକ ଅଙ୍କିତ  ଚିତ୍ର  
[୧୧]

 ୧୮୨୨ ମସିହା ବେଳକୁ ଚାର୍ଲ୍ସଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ ।ତାଙ୍କ ଋଣଦାତା ମାନେ କୋର୍ଟରେ ମକଦମା କରିବାରୁ ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟର ପ୍ରଥା ଅନୁସାରେ ମର୍ଶଲ ସୀ ( marshaalsea) ଜେଲରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କ ଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ "ଙ୍କ ଗୃହରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସଙ୍କ "  The Old Curiosity Shop." ଉପନ୍ୟାସ ରଚନା ମୂଳର ପ୍ରେରଣା ଥିଲେ ।  [୧୨]

ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନାରେ ସାମାନ୍ୟ ମଜୁରିରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କରେ ପ୍ରତିଫଳିତ ହେଇଥିଲା । ସେହି ସମୟରେ ଅଳ୍ପ ବୟସର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ରକୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):

୧୮୯୭ ମସିହାରେ ମାର୍ଶାଲସି ଜୈଲ , ବନ୍ଦ ହେବା ପରେ 

କିଛି ମାସ ଜେଲରେ ରହିବା ପରେ ଚାର୍ଲ୍ସଙ୍କ ପିତାମହୀ ଏଲିଜାବେଥ ଡିକେନ୍ସଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜେଲରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସଙ୍କ ବାସ ଭବନକୁ ଚାଲିଗଲେ । [୧୩] ତେବେ ଚାର୍ଲ୍ସଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତାଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳରେ ତାଙ୍କର ଉପନ୍ୟାସରେ ସମାଜରେ ଥିବା ସେହିପରି ମହିଳାଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳାଙ୍କ ପ୍ରତି ଆଭିମୁଖ୍ୟରେ କିଛିଟା ବିତୃଷ୍ଣା ତାଙ୍କ ଲେଖାରେ ପ୍ରତିଫଳିତ ହେଇଥିଲା ।[୧୪] 


 ତାଙ୍କର "David Copperfield "[୧୫] ଉପନ୍ୟାସରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର "ଡାଭିଡ" ପ୍ରକୃତରେ ତାଙ୍କ ନିଜ ବାଲ୍ୟାବସ୍ଥାର ଘରଣାବଳୀଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ , 

" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବରେ ମୁ ସ୍ଵର୍ଗକୁ ଯିବାର ଆଶା ରଖିଛି । "  "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"

ପରିଶେଷରେ ୧୮୨୭ ମସିହାରେ ଡିକେନ୍ସ ୱେଲିଂଟନ ଏକାଡେମୀ ନାମକ ସ୍କୁଲରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର  କରୁଥିଲେ ।ତାଙ୍କ ଚରିତ୍ରକୁ ଡିକେନ୍ସ ପରେ  "David Copperfield " ଉପନ୍ୟାସରେ "ମିଷ୍ଟର କ୍ରୀକୀଳ"ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ ।  [୧୬]

୧୮୨୭ ମେରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ପ୍ରତ୍ୟହ ଥିଏଟରକୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟରେ ଶର୍ଟ-ହାଣ୍ଡ[୧୭] ଲେଖିବା ଅଭ୍ୟାସ କରି ପରବର୍ତୀ କାଳରେ ସମ୍ପାଦକ ହିସାବରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳରେ " Doctors Commons" ନାମକ ପତ୍ରିକାରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ ।  [୧୮][୧୯]

୧୮୩୦ ମସିହାରେ "ଚାର୍ଲ୍ସ ମାରୀଆ ବିଡନେଲ" ନାମକ ଝିଅଙ୍କ ପ୍ରେମରେ ପଡିଥିଲେ ମଧ୍ୟ ମାରୀଆଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସଙ୍କ ପ୍ରେମ ସମ୍ପର୍କରେ ଜବନିକା ପଡିଥିଲା । .[୨୦]

ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ [ସମ୍ପାଦନା]

 ୧୮୩୨ ମସିହାରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନର ଅନୁଭୂତିରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟରରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନର ପତ୍ରିକା "Monthly Magazine"କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ   The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟର ଜର୍ନାଲରେରେ ରିପୋର୍ଟର ଭାବରେ କାର୍ଯ୍ୟ ନିଯୁକ୍ତ କଲେ ।ଏଥିରେ ସେ ପାର୍ଲିଆମେଣ୍ଟର ବିତର୍କର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହାରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥଙ୍କ ସଂଶର୍ଷରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାରର ନିକଟତର ହେଇଥିଲେ ଓ ହୋଗର୍ଥଙ୍କ ସାନ ଝିଅ କାଥେରିନଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହାରେ ବିବାହ କରିଥିଲେ । [୨୧] .[୨୨]

କାଠେରିନ ହୋଗର୍ଥ ଡିକେନ୍ସ , ୧୮୩୮ର ଅଙ୍କିତ ଚିତ୍ର ରେ 

 ଏହା ପରେ ତାଙ୍କର ଧାରାବାହିକ ଲେଖା "  The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନର ବିକ୍ରୟ କ୍ରମଶଃ ୪୦,୦୦୦ରୁ ଅଧିକ ହେଇଯାଇଥିଲା ଓ ପତ୍ରିକାର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା [୨୩]। ୧୮୩୬ ମସିହାରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକାର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist "କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକର କାହାଣୀକୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗର ପ୍ରଥମ ଉପନ୍ୟାସ ଥିଲା ।[୨୪] 

୧୮୩୯ ମସିହାରେ ତରୁଣ ଚାର୍ଲ୍ସଙ୍କ ଚିତ୍ର 

 ୧୮୩୭ ମସିହାରେ ଡିକେନ୍ସ ଓ କାଥେରିନଙ୍କ ଔରସରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସଙ୍କ ପରିବାର ସେହି ସମୟରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନଙ୍କ ଭଉଣୀ ମାରିଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବରଣ କରିବା ଘଟଣା ଚାର୍ଲ୍ସଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରିଙ୍କୁ ଏ ଖୁବ ସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସରେ " Rose Maylie" ଚରିତ୍ର ଭାବରେ ଆଦରର ସହ ଚିତ୍ରଣ କରିଥିଲେ । ସେହି ସମୟରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ  ଫୋଷ୍ଟରଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ  ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ ।  .[୨୫]

ଏହି ସମୟରେ ସାହିତ୍ୟ କୃତି ସବୁ  "Nicholas Nickleby"(୧୮୩୮-୩୯ ), "The Old Curiosity Shop" (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " Barnaby Rudge: A Tale of the Riots of 'Eighty,"  "Master Humphrey's Clock " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାରରେ ପ୍ରକାଶିତ ହେଇଥିଲା । .[୨୬]


ପ୍ରଥମ ଆମେରିକା ଭ୍ରମଣ [ସମ୍ପାଦନା]

 ୧୮୪୨ ମସିହାରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ [୨୭]। ସେହି ସମୟରେ କାଥେରୀନଙ୍କ ଭଗିନୀ ଜର୍ଜିନା [୨୮]ତାଙ୍କର ପରିବାରର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହାରେ ଡିକେନ୍ସଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ  "Agnes Wickfield" ଚରିତ୍ରରେ ଚିତ୍ରଣ କରିଥିଲେ । .[୨୯]

Sketch of Dickens in 1842 during American Tour. Sketch of Dickens's sister Fanny, bottom left

 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣର ଅନୁଭୂତି ସବୁକୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକାରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ[୩୦] ଭାବରେ ରଖିବା ପ୍ରଥାକୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକାର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉୟର୍କ ସହରରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକାରେ ତାଙ୍କର ଲେଖା ଗୁଡିକର ସତ୍ଵବାଦୀ ଅଧିକାର[୩୧][୩୨][୩୩]ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକାରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 


ତାଙ୍କର [ ଆମେରିକା] ଅନୁଭୂତିରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .

୧୮୪୪ ମସିହାରେ ଡିକେନ୍ସ ଇଟାଲୀରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ଵିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ରଚନା କରିଥିବା  "Dombey and Son" (୧୮୪୬-48) ଓ  "David Copperfield" (୧୮୪୯-୫୦ ) ଉପନ୍ୟାସର ବିଷୟବସ୍ତୁ ଅଧିକ ଗଭୀରତାର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର  ଦେଖାଯାଇଥାଏ । 

ଦାତବ୍ୟତା [ସମ୍ପାଦନା]

୧୮୪୬ ମସିହାରେ ଡିକେନ୍ସ ଆଙ୍ଗେଲା ବରଦେତ୍  କଉତ୍ ନାମକ ଜଣେ ଧନିକ ମହିଳାଙ୍କ ଆର୍ଥିକ ସହାୟତାରେ ଇଂଲଣ୍ଡର ଦରିଦ୍ର ଓ ଅସହାୟ ବସ୍ତାରେ ଥିବା ପତିତା ମହିଳାଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ  " Urinaa Cottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ [୩୪]କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।[୩୫] ଏଥିରେ ସେ ସେହି ପତିତା ମହିଳା ମାନକୁ ସମାଜରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । [୩୬]

ଧାର୍ମିକ ଦୃଷ୍ଟିକୋଣ [ସମ୍ପାଦନା]

ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସଙ୍କ ସୃହା ନ ଥିଲା । ବାଧ୍ୟ ବଧକତାରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରାର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭାକୁ ଯାଉନଥିଲେ ।[୩୭] କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ[୩୮] ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ[୩୯][୪୦] ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । [୪୧][୪୨]  [୪୩]


ମାଧ୍ୟମ କାଳ [ସମ୍ପାଦନା]

"Little Dorrit" 1856

୧୮୪୯-୫୦ ମସିହାରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟ ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ରେ "Bleak House " ୧୮୫୪ ମସିହାରେ " Hard Times" ଓ ୧୮୫୬ ମସିହାରେ " Little Dorrit" ରଚନା କରିଥିଲେ ।[୪୪]   


୧୮୫୮ ମସିହା ଅଙ୍କିତ ଚିତ୍ରରେ ଏଲେନ ତେରନାନ 

୧୮୫୭ ମସିହାରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen   Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକର ଅଭିନେତ୍ରୀ "ଏଲେନ ତେରନାନ"ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା । ତେବେ ଏହା ଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜଣେ ସନ୍ତାନକୁ ନେଇ ଭିନ୍ନ ହେଇ ରହିଥିଲେ ।ଡିକେନ୍ସଙ୍କ ଅନନ୍ୟ ସନ୍ତାନ ମାନେ ଜର୍ନିନାଙ୍କ ଦେଖାରେଖାରେ ରହିଲେ ।  [୪୫]

୧୮୫୮ରେ ଡିକେନ୍ସ 

ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities" (୧୮୫୯ ) and "Great Expectations" (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " Household Words "ଓ " All the Year Round"ମୁଖ୍ୟ ଲେଖକ ଥିଲେ । .[୪୬]


ଅନ୍ତିମ ଜୀବନକାଳ [ସମ୍ପାଦନା]

ସ୍ତେପେଲହର୍ଷ ରେଳ ଦୁର୍ଘଟଣା ସମୟରେ 

୧୮୬୫ ଜୁନ ୯ ତାରିଖରେ ଡିକେନ୍ସ ପାରିସରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .[୪୭].[୪୮]

ଆମେରିକାକୁ ଦ୍ଵିତୀୟ ଭ୍ରମଣ [ସମ୍ପାଦନା]

ବିଦାୟକାଳୀନ ବକୃତା [ସମ୍ପାଦନା]

୧୮୬୮-୬୯ ବେଳକୁ ଡିକେନ୍ସଙ୍କ ଶ୍ଵାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟରେ ପରି ୧୦୦ଟି ବକୃତା ବିଭିନ୍ନ ସ୍ଥାନରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତା ମାଳ " କୁହାଯାଇଥାଏ । ଏହି ସମୟରେ ସେ ତାଙ୍କର ଶେଷ ଉପନ୍ୟାସ  " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟରେ ଇଂଲଣ୍ଡରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । .[୪୯]

ମୃତ୍ୟୁ [ସମ୍ପାଦନା]

Samuel Luke Fildes—The Empty Chair. Fildes was illustrating "Edwin Drood" at the time of Charles Dickens's death. The engraving shows Dickens's empty chair in his study at Gads Hill Place. It appeared in the Christmas 1870 edition of The Graphic and thousands of prints of it were sold.[୫୦]

୧୮୭୦ ଜୁନ ୮ ତାରିଖରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନାରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା[୫୧] ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନର ସହିତ ଇଂଲଣ୍ଡର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟଠାରେ " Poets' Corner"ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁରେ ଇଂଲଣ୍ଡର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତିଙ୍କୁ ହରେଇଥିଲେ ।  [୫୨][Charles_Dickens#cite_note-120 [nb 1]][nb ୧]

ସାହିତ୍ୟିକ ଶୈଳୀ [ସମ୍ପାଦନା]

[୫୩]ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖାରେ ପୁରାତନ ୧୮ ଶ ଶତାବ୍ଦୀର ଚିତ୍ରମୟ ଶୈଳୀକୁ ଗ୍ରହଣ କରିଥିଲେ । ଲୋକ କଥା " The Arabian   Night 'ର ଶୈଳୀ  ଦ୍ଵାରା ତାଙ୍କର  ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖାରେ ସୃଜନଶୀଳତା , ଚରିତ୍ରର ନିଖୁଣ ବର୍ଣ୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖାରେ ସେ ନାଟକୀୟତା କିଛି ମାତ୍ରାରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।[୫୪] [୫୫]

ଡିକେନ୍ସ ଡ୍ରିମ ରବର୍ଟ ୱିଲିୟମ ବସ ବକ ଚିତ୍ରରେ ଡିକେନ୍ସ , ତାଙ୍କ ଚିତ୍ରିତ ଚରିତ୍ର ମାନଙ୍କ ସହ

 ଚରିତ୍ର ଚିତ୍ରଣ [ସମ୍ପାଦନା]

ଡିକେନ୍ସଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର "କ୍ଲାୟରେ ତୋମାଳୀନ"ଙ୍କ ଅନୁସାରେ ଡିକେନ୍ସ ସେକସପିଆରଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସରେ ଚରିତ୍ରା ଗୁଡିକର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି )  ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟରୁ କେତେକ ବହୁ ଆଦୃତ ନାମ ହିସାବରେ ଲୋକେ ସବୁଦିନେ ମନେ ରଖିଥାନ୍ତି । 

ଆତ୍ମଜୀବନୀ ମୂଳକ ଚରିତ୍ର [ସମ୍ପାଦନା]

An original illustration by Phiz from the novel "David Copperfield", widely regarded as Dickens's most autobiographical work

 ତାଙ୍କର ସବୁ ଚରିତ୍ରର ଆଧାର ବାସ୍ତବ ଜୀବନରୁ ଆଣିଥିବା ବେଳେ " David copperfield " ଉପନ୍ୟାସର ମୁଖ୍ୟ ଚରିତ୍ର ଭାବରେ ଡାଭିଡ ତାଙ୍କ ନିଜ ଜୀବନ ଅନୁଭୂତିରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ । ଏପରିକି " BleakHouse " ଉପନ୍ୟାସର କୋଟ ରୁମ ଘଟଣା ବଳି ତାଙ୍କ ନିଜସ୍ଵ କେସର ଘଟଣା ବଳି ସହ ସାମଞ୍ଜସ୍ଯ ରହିଛି ।[୫୬] [୫୭]

ଡିକେନ୍ସଙ୍କ ୧୮୬୭ ମସିହାର ଏକ ଫୋଟୋ 

ସାମାଜିକ ବକ୍ତବ୍ୟ [ସମ୍ପାଦନା]

ଫିଲ୍ମ ଓ ଟିଭି ସିରିୟାଲରେ ଡିକେନ୍ସ [ସମ୍ପାଦନା]

ଡିକେନ୍ସଙ୍କ ଉପନ୍ୟାସ ଓ ଅନନ୍ୟ ଲେଖା ଗୁଡିକ ତାଙ୍କ ସମୟରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପକୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶାରେ " The Pickwick Papers'ର କାହାଣୀକୁ ନେଇ ଏକ ନୀରବ ଚଳଚିତ୍ର ନିର୍ମିତ ହେଇଥିଲା । [୫୮]

ବ୍ଲିକ ହାଉସ , ଯେଉଠାରେ ଡିକେନ୍ସ କେତେକ ଉପନ୍ୟାସ ରଚନା କରିଥିଲେ । 

ପରବର୍ତୀ କଳାରେ ପ୍ରଭାବ [ସମ୍ପାଦନା]

ଆମେରିକାର ଫିଲାଡେଲଫିଆଠାରେ ଡିକେନ୍ସଙ୍କ ପ୍ରତିମୂର୍ତି 

ମୁଖ୍ୟ ସାହିତ୍ୟିକ କୃତି ସମୂହ [ସମ୍ପାଦନା]

ଡିକେନ୍ସଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟରୁ ଏହି ଗୁଡିକ ମୁଖ୍ୟ । ଏଠି ମଧ୍ୟରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକାରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା । 

  • The Posthumous Papers of the Pickwick Club  
  • The Adventures of Oliver Twist
  • The Life and Adventures of Nicholas Nickleby 
  • The Old Curiosity Shop
  • Barnaby Rudge: A Tale of the Riots of Eighty
  • A Christmas Carol (1843)
  • The Life and Adventures of Martin Chuzzlewit 
  • Dombey and Son
  • David Copperfield 
  • Bleak House 
  • Hard Times: For These Times
  • Little Dorrit 
  • A Tale of Two Cities 
  • Great Expectations 
  • Our Mutual Friend 

ଆଧାର ସମୂହ [ସମ୍ପାଦନା]

ଫୁଟ ନୋଟ 

  1. A contemporary obituary in The Times, alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from The Times, London, August 1870 in Bidwell 1870, p. 223.

Notes

  1. Mazzeno 2008, p. 76.
  2. Chesterton 2005, pp. 100–126.
  3. Hauser 1999, p. 116.
  4. "Oxford Dictionaries – Dickensian".
  5. Simon Callow, Charles Dickens and the Great Theatre of the World, p.9
  6. Charles Dickens and the Great Theatre of the World, Simon Callow, p.5
  7. Forster 2006, p. 13.
  8. Simon Callow, Charles Dickens and the Great Theatre of the World, p.7
  9. Ackroyd 1990, pp. 22–24:29–30.
  10. Ackroyd 1990, p. 41.
  11. Schlicke 1999, p. 158.
  12. Ackroyd 1990, p. 76.
  13. Schlicke 1999, p. 157.
  14. Wilson 1972, p. 58.
  15. Cain 2008, p. 91.
  16. Wilson 1972, p. 61.
  17. Callow, p.34, 36
  18. Pope-Hennessy 1945, p. 18.
  19. Wilson 1972, p. 64.
  20. Davis 1998, p. 23.
  21. Ackroyd 1990, pp. 201, 278–279.
  22. Callow p.54
  23. Simon Callow, Charles Dickens and the Great theatre of the World, p.60
  24. Smiley 2002, pp. 12–14.
  25. Simon Callow, p.77, 78 'Charles Dickens and the Great Theatre of the World'
  26. Schlicke 1999, p. 514.
  27. Simon Callow, Charles Dickens and the Great Theatre of the World, p 98
  28. Jones 2004, p. 7
  29. Ackroyed 1990
  30. Moore 2004, pp. 44–45
  31. Tomalin 2011, pp. 128–132.
  32. Ackroyd 1990, pp. 345–346.
  33. Tomalin 2011, p. 127.
  34. Nayder 2011, p. 148.
  35. Ackroyd 1990, pp. 249; 530–538; 549–550; 575
  36. Hartley 2009, pp. ?
  37. Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
  38. Simon Callow, 'Charles Dickens'. p.159
  39. Gary Colledge (2012), God and Charles Dickens: Recovering the Christian Voice of a Classic Author, p. 24.
  40. Rost, Stephen. "The Faith Behind the Famous: Charles Dickens". Christian History. Christianity Today. Retrieved 20 December 2016. 
  41. Stephen Skelton, Reclaiming 'A Christmas Carol'.
  42. The Life Of Our Lord
  43. Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
  44. Ackroyd 1990, pp. 628; 634–638.
  45. Smith 2001, pp. 10–11.
  46. Ackroyd 1990, pp. 589–95; 848–852.
  47. Ackroyd 1990, pp. 959–961.
  48. "The Staplehurst Disaster". Retrieved 28 February 2015. 
  49. Foxcroft 2007, p. 53.
  50. "Luke Fildes". TheFamousArtists.com. 
  51. Forster 2006, p. 628.
  52. Ackroyd 1990, pp. 1077–1078.
  53. Vlock 1998, p. 30.
  54. Vlock 1998, p. 30.
  55. Ackroyd 1990, pp. 44–45.
  56. Polloczek 1999, p. 133.
  57. Ackroyd 1990, p. 653.
  58. Flom, Eric L. (୫ March ୨୦୦୯). Silent Film Stars on the Stages of Seattle: A History of Performances by Hollywood Notables. McFarland. p. ୧୧୯. ISBN ୯୭୮୦୭୮୬୪୩୯୦୮୯. 

ପୁନଶ୍ଚ ପଠନ [ସମ୍ପାଦନା]

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]

Works[ସମ୍ପାଦନା]