ଅତି-ଉଚ୍ଚତା ଫୁସଫୁସ ଇଡିମା
High-altitude pulmonary edema | |
---|---|
High-altitude pulmonary oedema (HAPO)[୧] | |
ବିଭାଗ | Emergency medicine, wilderness medicine |
ଲକ୍ଷଣ | Shortness of breath, bluish colored skin, cough[୨] |
ଆକ୍ରାନ୍ତ ସମୟ | 2 to 5 days[୨] |
କାରଣ | Altitude > 2,500 meters (8,200 ft)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୨] |
ସଠିକ ରୋଗ ନିର୍ଣ୍ଣୟ | Asthma, acute bronchitis, pneumonia, heart attack[୨] |
ଚିକିତ୍ସା | Immediate descend, oxygen, nifedipine, portable hyperbaric chamber[୨] |
ପୁନଃପୌନିକ | At 4,500 meters (15,000 ft) ~3%[୨] |
ଅତି-ଉଚ୍ଚତା ଫୁସଫୁସ ଇଡିମା ( HAPE ) ହେଉଛି ଏକ ପ୍ରକାର ଉଚ୍ଚତା ରୋଗ ଯେଉଁଥିରେ ଫୁସଫୁସରେ ତରଳ ପଦାର୍ଥ ସୃଷ୍ଟି ହୁଏ । [୨] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ଥକ୍କା, ବ୍ୟାୟାମ ସମୟରେ ଅଣନିଶ୍ୱାସ, ଏବଂ ଶୁଖିଲା କାଶ ହୋଇପାରେ । [୨] ରୋଗ ଗମ୍ବୀର ହେଲେ ବିଶ୍ରାମ ସମୟରେ ଅଣନିଶ୍ୱାସ, ଗୋଲାପୀ ରଙ୍ଗର କଫ ଏବଂ ନୀଳ ଚର୍ମ ଦେଖାଯାଇପାରେ ।[୨] ସାଧାରଣତଃ ଉଚ୍ଚତାରେ ୨ରୁ ୫ ଦିନ ରହିବା ପରେ ଆରମ୍ଭ ହୁଏ । [୨] ଉଚ୍ଚତାରେ ରହିବା ପରେ ପ୍ରାୟ ୧୫% ମାମଲାରେ ରୋଗ ଜଟିଳ ହୋଇ ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା ହୋଇଥାଏ | [୨]
୨,୫୦୦ ମିଟର (୮,୨୦୦ଫୁଟ) ଉପରେ ରହିବା ଯୋଗୁଁ ଏହା ପ୍ରାୟ ଘଟିପାରେ । କିନ୍ତୁ ୨,୦୦୦ ମିଟର(୬,୬୦୦ଫୁଟ)ପରି କମ୍ ଉଚ୍ଚତାରେ ମଧ୍ୟ ହୋଇପାରେ । [୨] ବିପଦ କାରଣଗୁଡ଼ିକରେ ଜେନେଟିକ୍ସ, ଦ୍ରୁତ ଆରୋହଣ, କଠିନ ବ୍ୟାୟାମ, ଫୁସଫୁସ ଉଚ୍ଚ ରକ୍ତଚାପ ଏବଂ ଏକ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । [୨] ନିମ୍ନ ଅମ୍ଳଜାନର ପ୍ରତିକ୍ରିୟା ଭାବରେ ଫୁସଫୁସର ରକ୍ତନଳୀ ସଙ୍କୁଚିତ ହୋଇ ଏହା ହୋଇଥାଏ ।[୨] ଏହା ଏକ ପ୍ରକାର ଅଣହୃତପିଣ୍ଡ ଜନିତ ଫୁସଫୁସ ଏଡିମା ।[୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ [୨]
ଏହାର ଚିକିତ୍ସାରେ ତୁରନ୍ତ ଏକ ନିମ୍ନ ଉଚ୍ଚତାକୁ ଓହ୍ଲାଇ ଦିଆଥାଏ । [୨] ଯଦି ଅବତରଣ ସମ୍ଭବ ନୁହେଁ, ଅମ୍ଳଜାନ, ନିଫେଡିପାଇନ୍ କିମ୍ବା ଏକ ପୋର୍ଟେବଲ୍ ହାଇପରବାରିକ୍ ଚାମ୍ବର ବ୍ୟବହାର କରାଯାଇପାରେ | [୨] ୪,୫୦୦ମିଟର (୧୫,୦୦୦ଫୁଟ) ଉଚ୍ଚତାରେ ପ୍ରାୟ ୦.୬ରୁ ୬% ଲୋକ ପ୍ରଭାବିତ ହୁଅନ୍ତି । [୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ବିନା ଚିକିତ୍ସାରେ ୫୦% ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିପାରେ। [୨]
ଆଧାର
[ସମ୍ପାଦନା]- ↑ Oelz, O; Maggiorini, M; Ritter, M; Waber, U; Jenni, R; Vock, P; Bärtsch, P (25 November 1989). "Nifedipine for high altitude pulmonary oedema". Lancet. 2 (8674): 1241–4. doi:10.1016/s0140-6736(89)91851-5. PMID 2573760. S2CID 30715338.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Jensen, JD; Vincent, AL (January 2020). "High Altitude Pulmonary Edema". PMID 28613569.
{{cite journal}}
: Cite journal requires|journal=
(help)