ଅତି-ଉଚ୍ଚତା ଫୁସଫୁସ ଇଡିମା

ଉଇକିପିଡ଼ିଆ‌ରୁ
High-altitude pulmonary edema
High-altitude pulmonary oedema (HAPO)[୧]
Chest x-ray of HAPE showing characteristic patchy alveolar infiltrates with right middle lobe predominance.
ବିଭାଗEmergency medicine, wilderness medicine
ଲକ୍ଷଣShortness of breath, bluish colored skin, cough[୨]
ଆକ୍ରାନ୍ତ ସମୟ2 to 5 days[୨]
କାରଣAltitude > 2,500 meters (8,200 ft)[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟAsthma, acute bronchitis, pneumonia, heart attack[୨]
ଚିକିତ୍ସାImmediate descend, oxygen, nifedipine, portable hyperbaric chamber[୨]
ପୁନଃପୌନିକAt 4,500 meters (15,000 ft) ~3%[୨]

ଅତି-ଉଚ୍ଚତା ଫୁସଫୁସ ଇଡିମା ( HAPE ) ହେଉଛି ଏକ ପ୍ରକାର ଉଚ୍ଚତା ରୋଗ ଯେଉଁଥିରେ ଫୁସଫୁସରେ ତରଳ ପଦାର୍ଥ ସୃଷ୍ଟି ହୁଏ । [୨] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ଥକ୍କା, ବ୍ୟାୟାମ ସମୟରେ ଅଣନିଶ୍ୱାସ, ଏବଂ ଶୁଖିଲା କାଶ ହୋଇପାରେ । [୨] ରୋଗ ଗମ୍ବୀର ହେଲେ ବିଶ୍ରାମ ସମୟରେ ଅଣନିଶ୍ୱାସ, ଗୋଲାପୀ ରଙ୍ଗର କଫ ଏବଂ ନୀଳ ଚର୍ମ ଦେଖାଯାଇପାରେ ।[୨] ସାଧାରଣତଃ ଉଚ୍ଚତାରେ ୨ରୁ ୫ ଦିନ ରହିବା ପରେ ଆରମ୍ଭ ହୁଏ । [୨] ଉଚ୍ଚତାରେ ରହିବା ପରେ ପ୍ରାୟ ୧୫% ମାମଲାରେ ରୋଗ ଜଟିଳ ହୋଇ ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା ହୋଇଥାଏ | [୨]

୨,୫୦୦ ମିଟର (୮,୨୦୦ଫୁଟ) ଉପରେ ରହିବା ଯୋଗୁଁ ଏହା ପ୍ରାୟ ଘଟିପାରେ । କିନ୍ତୁ ୨,୦୦୦ ମିଟର(୬,୬୦୦ଫୁଟ)ପରି କମ୍ ଉଚ୍ଚତାରେ ମଧ୍ୟ ହୋଇପାରେ । [୨] ବିପଦ କାରଣଗୁଡ଼ିକରେ ଜେନେଟିକ୍ସ, ଦ୍ରୁତ ଆରୋହଣ, କଠିନ ବ୍ୟାୟାମ, ଫୁସଫୁସ ଉଚ୍ଚ ରକ୍ତଚାପ ଏବଂ ଏକ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । [୨] ନିମ୍ନ ଅମ୍ଳଜାନର ପ୍ରତିକ୍ରିୟା ଭାବରେ ଫୁସଫୁସର ରକ୍ତନଳୀ ସଙ୍କୁଚିତ ହୋଇ ଏହା ହୋଇଥାଏ ।[୨] ଏହା ଏକ ପ୍ରକାର ଅଣହୃତପିଣ୍ଡ ଜନିତ ଫୁସଫୁସ ଏଡିମା[୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ [୨]

ଏହାର ଚିକିତ୍ସାରେ ତୁରନ୍ତ ଏକ ନିମ୍ନ ଉଚ୍ଚତାକୁ ଓହ୍ଲାଇ ଦିଆଥାଏ । [୨] ଯଦି ଅବତରଣ ସମ୍ଭବ ନୁହେଁ, ଅମ୍ଳଜାନ, ନିଫେଡିପାଇନ୍ କିମ୍ବା ଏକ ପୋର୍ଟେବଲ୍ ହାଇପରବାରିକ୍ ଚାମ୍ବର ବ୍ୟବହାର କରାଯାଇପାରେ | [୨] ୪,୫୦୦ମିଟର (୧୫,୦୦୦ଫୁଟ) ଉଚ୍ଚତାରେ ପ୍ରାୟ ୦.୬ରୁ ୬% ଲୋକ ପ୍ରଭାବିତ ହୁଅନ୍ତି । [୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ବିନା ଚିକିତ୍ସାରେ ୫୦% ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିପାରେ। [୨]

ଆଧାର[ସମ୍ପାଦନା]

  1. Oelz, O; Maggiorini, M; Ritter, M; Waber, U; Jenni, R; Vock, P; Bärtsch, P (25 November 1989). "Nifedipine for high altitude pulmonary oedema". Lancet. 2 (8674): 1241–4. doi:10.1016/s0140-6736(89)91851-5. PMID 2573760. S2CID 30715338.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Jensen, JD; Vincent, AL (January 2020). "High Altitude Pulmonary Edema". PMID 28613569. {{cite journal}}: Cite journal requires |journal= (help)