ଉଚ୍ଚତା ବେମାରୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଚ୍ଚତା ବେମାରୀ (Altitude sickness)
High-altitude sickness,[୧] altitude illness,[୧] hypobaropathy, altitude bends, soroche
ସାଇନବୋର୍ଡ଼ - "ସାବଧାନ! ଆପଣ ୧୭୮୬ ଫୁଟ (5360 m)" ଉଚ୍ଚତାରେ ଅଛନ୍ତି ।
ସତର୍କ – ଭାରତୀୟ ସେନାବାହିନୀ (Indian Army)
ବିଭାଗଆଶୁ ଚିକିତ୍ସା ବିଜ୍ଞାନ (Emergency medicine)
ଲକ୍ଷଣମୁଣ୍ଡ ବିନ୍ଧା, ବାନ୍ତି, ଥକ୍କାଣ ଅନୁଭବ, ନିଦ୍ରା ସମସ୍ୟା ମୁଣ୍ଡ ବୁଲା (dizziness)[୧]
ଆକ୍ରାନ୍ତ ସମୟ୨୪ ଘଣ୍ଟା ମଧ୍ୟରେ [୧]
କାରଣକମ୍ ପରିମାଣର ଅମ୍ଳଜାନ ଥିବା ଯୋଗୁ (amounts of oxygen) ଅତ୍ୟଚ୍ଚ ସ୍ଥାନରେ (high elevation) [୧][୨]
ବିପଦ କାରକପୂର୍ବ ରୋଗ ଇତିହାସ, ଅତିଶୟ ପରିମାଣର ସକ୍ରିୟତା, ଉଚ୍ଚତାକୁ ଦୃତ ଅଗ୍ରଗତି [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[୨]
ସଠିକ ରୋଗ ନିର୍ଣ୍ଣୟExhaustion, ଭୁତାଣୁ ସଂକ୍ରମଣ, hangover, dehydration, carbon monoxide poisoning[୧]
ପ୍ରତିକାରକ୍ରମିକ ଉଚ୍ଚକୁ ଉଠିବା [୧]
ଔଷଧଆଇବୁପ୍ରୋଫେନ୍, ଆସେଟାଜୋଲାମାଇଡ, ଡେକ୍ସାମେଥାଜୋନ, ଅମ୍ଳଜାନ ଥେରାପି (oxygen therapy)[୨]
ଚିକିତ୍ସାନିମ୍ନତର ଉଚ୍ଚତାକୁ ଖସିବା, ଯଥେଷ୍ଟ ତରଳ ପଦାର୍ଥ [୧][୨]
ପୌନଃପୁନିକ୨,୫୦୦ metres (୮,୦୦୦ ft) ଉଚ୍ଚତାରେ ୨୦%
୩,୦୦୦ metres (୧୦,୦୦୦ ft) ଉଚ୍ଚତାରେ ୪୦%[୧][୨]

ଉଚ୍ଚତା ବେମାରୀ (ଇଂରାଜୀ ଭାଷାରେ Altitude sickness) ଏକ ସାମାନ୍ୟ ଧରଣର ଆକ୍ୟୁଟ ମାଉଣ୍ଟେନ ସିକନେସ (acute mountain sickness/ AMS) ଯାହା ଅତି ଉଚ୍ଚ ସ୍ଥାନ‌କୁ (high elevation) ଦୃତ ଗତିରେ ଗଲେ ସ୍ୱଳ୍ପ ଅମ୍ଳଜାନ (amounts of oxygen) ମିଳିବାରୁ ବିଯୁକ୍ତାତ୍ମକ ସ୍ୱାସ୍ଥ୍ୟ ଅବସ୍ଥା ହୁଏ । [୧][୨] ଏହି ବେମାରୀରେ ମୁଣ୍ଡ ବିନ୍ଧା, ବାନ୍ତି, ଥକ୍କାଣ ଅନୁଭବ, ନିଦ୍ରା ସମସ୍ୟା ମୁଣ୍ଡ ବୁଲା (dizziness) ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।[୧] ଆକ୍ୟୁଟ ମାଉଣ୍ଟେନ ସିକନେସ ଅଗ୍ରଗତି କଲେ ହାଇ ଅଲ୍‌ଟିଚ୍ୟୁଡ ପଲମୋନାରୀ ଇଡିମା (High altitude pulmonary edema) ଯୋଗୁ ଅଣନିଶ୍ୱାସୀ ହୁଏ ବା ହାଇ ଅଲ୍‌ଟିଚ୍ୟୁଡ ସେରେବ୍ରାଲ ଇଡିମା (high altitude cerebral edema) ହୁଏ ଯେଉଁଥିରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜେ ।[୧][୨] ଦୀର୍ଘକାଳ ଧରି ଉଚ୍ଚତାରେ ରହିଲେ କ୍ରନିକ ମାଉଣ୍ଟେନ ସିକନେସ (chronic mountain sickness) ଜାତ ହୁଏ ।[୨]

ସାଧାରଣତଃ ୨୫୦୦ ମିଟର/ ୮୦୦୦ଫୁଟ ଉଚ୍ଚତାରେ ଉଚ୍ଚତା ବେମାରୀ ହେଲେ ମଧ୍ୟ ଅଳ୍ପ ଉଚ୍ଚତାରେ ହୋଇପାରେ । [୨][୩] ପୂର୍ବରୁ ଏପରି ହୋଇଥିବା ରୋଗ ଇତିହାସ, ଅତିଶୟ ପରିମାଣର ସକ୍ରିୟତା, ଉଚ୍ଚତାକୁ ଦୃତ ଅଗ୍ରଗତି କଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । [୨] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ଓ ତାଙ୍କର ସକ୍ରିୟତା କମିଥିଲେ ନିର୍ଣ୍ଣୟ ସ‌ହାୟକ ହୁଏ ।[୨][୪] ଅତି-ଉଚ୍ଚତାରେ ମୁଣ୍ଡ ବିନ୍ଧା, ଅଇ, ଅଣନିଶ୍ୱାସୀ ବା ବାନ୍ତି ହେଲେ ତାହାକୁ ଉଚ୍ଚତା ବେମାରୀ ରୋଗ ହୋଇଥିବା ନିର୍ଣ୍ଣୟ କରାଯାଏ ।[୫]

ଦିନ‌କୁ ୩୦୦ ମିଟର ବା ୧୦୦୦ଫୁଟ ଉଚ୍ଚତାରୁ ଅଧିକ ଉଠିବା ମନା ଓ ଧୀରେ ଧୀରେ ଚଢ଼ିଲେ ଏହି ବେମାରୀ ପ୍ରତିଷେଧ ହୋଇଯାଏ । [୧] ଶରୀର ସକ୍ଷମ ଥିଲେ ମଧ୍ୟ ଏହି ବେମାରୀ ସଙ୍କଟ କମିଯାଏନାହିଁ । [୨] ବେମାରୀ ଆରମ୍ଭ ହେଲା ମାତ୍ରେ ତଳ ଉଚ୍ଚତାକୁ ଅଣାଯାଏ ଓ ଯଥେଷ୍ଟ ତରଳ ପଦାର୍ଥ ଦିଆଯାର । [୧][୨] ସାମାନ୍ୟ ବେମାରୀ ଥିଲେ ଆଇବୁପ୍ରୋଫେନ୍, ଆସେଟାଜୋଲାମାଇଡଡେକ୍ସାମେଥାଜୋନ ଦିଆଯାଏ ।[୨] ଅବସ୍ଥା ସାଂଘାତିକ ଥିଲେ ଅମ୍ଳଜାନ ଥେରାପି (oxygen therapy ଦିଆଯାଏ ଓ ଓହ୍ଲେଇବାକୁ ସକ୍ଷମ ନଥିଲେ ପୋର୍ଟେବ୍ଲ ହାଇପରବାରିକ ବ୍ୟାଗ (portable hyperbaric bag) ବ୍ୟବ‌ହାର କରାଯାଏ ।[୧] ଏଇ ଚିକିତ୍ସାର ଫଳାଫଳ ଅନୁଶୀଳନ ହୋଇନାହିଁ ।[୩]

ଦୃତ ଗତିରେ ୨୫୦୦ ମିଟର/୮୦୦୦ ଫୁଟ ଉଚ୍ଚତାକୁ ଉଠିଲେ ୨୦% ଲୋକଙ୍କର ଓ ୩୦୦୦ମିଟର/ ଫୁଟ ଉଚ୍ଚତାକୁ ଉଠିଲେ ୪୦% ଲୋକଙ୍କର ଏହି ବେମାରି ହେବା ସମ୍ଭାବନା ରହେ ।[୧][୨] ଉଚ୍ଚତା ବେମାରୀ ଓ ହାଇ ଅଲ୍‌ଟିଚ୍ୟୁଡ ପଲମୋନାରୀ ଇଡିମା ବା ଏଚଏସିଇ ରୋଗଦ୍ୱୟ ଉଭୟ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରିପାରେ କିନ୍ତୁ ହାଇ ଅଲ୍‌ଟିଚ୍ୟୁଡ ସେରେବ୍ରାଲ ଇଡିମା (High altitude pulmonary edema) (HAPE) ଏଚଏପିଇ ପୁରୁଷଙ୍କୁ ଅଧିକ ଆକ୍ରମଣ କରେ । [୧] ଏହି ବିଷୟର ସର୍ବପୂରାତନ ଆଲେଖ୍ୟ ଚୀନ ଭାଷାର ଖ୍ରୀ:ପୂ: ୩୦ରେ ଲେଖାଥିବା ଜଣାଯାଏ ଯେଉଁଥିରେ ବଡ଼ ମୁଣ୍ଡ ବିନ୍ଧା ପର୍ବତ ("Big Headache Mountains") ବିଷୟ ଲେଖାଅଛି ଯାହା କିଲିକ ପାସ (Kilik Pass) ପାଖରେ ଥିବା କାରାକୋରମ ପର୍ବତମାଳାକୁ (Karakoram Mountains) ସଙ୍କେତ କରୁଥିବା ଅନୁମାନ କରାଯାଏ ।[୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଛାଞ୍ଚ:Col div

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 590. ISBN 9780323448383.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ "Altitude Diseases - Injuries; Poisoning". Merck Manuals Professional Edition. May 2018. Retrieved 3 August 2018.
  3. ୩.୦ ୩.୧ Simancas-Racines, D; Arevalo-Rodriguez, I; Osorio, D; Franco, JV; Xu, Y; Hidalgo, R (30 June 2018). "Interventions for treating acute high altitude illness". The Cochrane Database of Systematic Reviews. 6: CD009567. doi:10.1002/14651858.CD009567.pub2. PMID 29959871.
  4. Meier, D; Collet, TH; Locatelli, I; Cornuz, J; Kayser, B; Simel, DL; Sartori, C (14 November 2017). "Does This Patient Have Acute Mountain Sickness?: The Rational Clinical Examination Systematic Review". JAMA. 318 (18): 1810–1819. doi:10.1001/jama.2017.16192. PMID 29136449.
  5. Weiss, Eric (2005). "Altitude Illness". A Comprehensive Guide to Wilderness & Travel Medicine - 3rd edition. pp. 137–141. ISBN 0-9659768-1-5. The Golden Rules of Altitude Illness 1) Above 8,000 feet, headache, nausea, shortness of breath, and vomiting should be considered to be altitude illness until proven otherwise. 2) No one with mild symptoms of altitude illness should ascend any higher until symptoms have resolved. 3) Anyone with worsening symptoms or severe symptoms of altitude illness should descend immediately to a lower altitude.
  6. West, John B. (2013). High Life: A History of High-Altitude Physiology and Medicine (in ଇଂରାଜୀ). Springer. pp. 2–7. ISBN 9781461475736.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ