ଆଇସୋସର୍ବାଇଡ୍ ମୋନୋନାଇଟ୍ରେଟ
Clinical data | |
---|---|
Trade names | Monoket, Imdur, others |
AHFS/Drugs.com | monograph |
MedlinePlus | a682348 |
data | |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | >95% |
Protein binding | <5% |
Metabolism | Hepatic |
Elimination half-life | 5 hours |
Excretion | Kidney (93%) |
Identifiers | |
| |
ECHA InfoCard | 100.036.527 |
Chemical and physical data | |
Formula | C6H9NO6 |
Molar mass | ୧୯୧.୧୪ g·mol−1 |
3D model (JSmol) | |
| |
| |
(verify) |
ଆଇସୋସର୍ବାଇଡ୍ ମୋନୋନାଇଟ୍ରେଟ୍, ଅନେକ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ହୃତ୍ପିଣ୍ଡ ସମ୍ବନ୍ଧୀୟ ଛାତି ଯନ୍ତ୍ରଣା ( ଆଞ୍ଜାଇନା), ହୃଦ୍ପାତ ଏବଂ ଏସୋଫେଜିଆଲ ସ୍ପାଜ୍ମ ନିମନ୍ତେଏ ଦିଆଯାଏ । [୨] ଏହା ହୃତ୍ପିଣ୍ଡ ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୋଇପାରେ; ଅବଶ୍ୟ, ଏହା ସାଧାରଣତଃ ବିଟାବ୍ଲକର କିମ୍ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଅପେକ୍ଷା କମ୍ ପସନ୍ଦ କରାଯାଏ | [୩] ଏହା ପାଟିରେ ନିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଠିଆ ହେବାବେଳେ ନିମ୍ନ ରକ୍ତଚାପ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଚର୍ମ ଲାଲ ପଡ଼ିଯିବା ଦେଖାଯାଏ | [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ହୋଇପାରେ ଯଦି ସିଲଡେନାଫିଲ ପରି ଔଷଧ ସଂସ୍ପର୍ଶରେ ଆସିଥାଏ | [୩] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [୪] ରକ୍ତନଳୀରେ ଥିବା ସ୍ମୁଥ ବା କୋମଳ ମାଂସପେଶୀକୁ ଶିଥିଳ କରି ଏହା କାମ କରେ ବୋଲି ବିଶ୍ୱାସ କରାଯାଏ | [୩]
ଏହା ୧୯୭୧ ମସିହାରେ ପେଟେଣ୍ଟ ହେଲାପରେ ୧୯୮୧ ମସିହାରେ ମେଡିକାଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୫] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୬] ବ୍ରିଟେନରେ ଏକ ମାସର ଯୋଗାଣ ଖର୍ଚ୍ଚ ୨୦୧୯ ମସିହାରେ ମାସ ପ୍ରତି ଏକ ପାଉଣ୍ଡ ଥିଲା [୬] ଓ ଆମେରିକାରେ ଏହି ପରିମାଣର ହୋଲସେଲ୍ ମୂଲ୍ୟ ୪,୩୦ ଡଲାର ଥିଲା । [୭] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରରେ ୧୧୧ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା ଓ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ହେଉଥିଲା। [୮] [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Isosorbide mononitrate Use During Pregnancy". Drugs.com. 28 February 2020. Retrieved 14 April 2020.
- ↑ "Isosorbide Dinitrate/Mononitrate Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Isosorbide Dinitrate/Mononitrate Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ British national formulary : BNF 76 (76 ed.). Pharmaceutical Press. 2018. pp. 219–220. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 454. ISBN 9783527607495.
- ↑ ୬.୦ ୬.୧ British national formulary : BNF 76 (76 ed.). Pharmaceutical Press. 2018. pp. 219–220. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Isosorbide Mononitrate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.