ମୁକ୍ତା ଝୋଡ଼ିଆ
ମୁକ୍ତା ଝୋଡ଼ିଆ | |
---|---|
ବୃତ୍ତି | ରାଜନୈତିକ କର୍ମୀ |
ମୁକ୍ତା ଝୋଡ଼ିଆ ଜଣେ ଭାରତୀୟ-ଆଦିବାସୀ ଅଧିକାର କର୍ମୀ । ସେ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ କାଶିପୁରଠାରେ ସକ୍ରିୟ ଭାବେ କାର୍ଯ୍ୟ କରନ୍ତି । ସେ ସେଠାରେ ଆଦିବାସୀମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଆସିଛନ୍ତି ।[୧] ପାଖାପାଖି ୨୫,୦୦୦ ଆଦିବାସୀଙ୍କ ଜୀବନକୁ ପ୍ରଭାବିତ କରି ଓ ସେମାନଙ୍କର ୭୫% ଚାଷଜମିରୁ ସେମାନଙ୍କୁ ବିତାଡ଼ିତ କରି ତଥା ସେମାନଙ୍କୁ ବିସ୍ଥାପିତ କରିବାକୁ ଯାଉଥିବା କାଶିପୁରସ୍ଥିତ ହିଣ୍ଡାଲକୋ ବକ୍ସାଇଟ ଖଣି ବିକାଶ ବିରୋଧରେ ୨୦୦୦ ମସିହାରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କର ଜୀବନବ୍ୟାପୀ ଆନ୍ଦୋଳନ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ "ଚିଙ୍ଗାରୀ ଆୱାର୍ଡ଼ ଫର ଉଇମେନ ଏଗେନଷ୍ଟ କର୍ପୋରେଟ କ୍ରାଇମ" (ଅର୍ଥ: କର୍ପୋରେଟ୍ ଅପରାଧ ବିରୋଧରେ ମହିଳାମାନଙ୍କ ପାଇଁ ଚିଙ୍ଗାରୀ ପୁରସ୍କାର) ମିଳିଥିଲା ।[୨][୩]
ଜୀବନୀ
[ସମ୍ପାଦନା]"ମାଟି, ଜଙ୍ଗଲ, ପାହାଡ଼ ଏବଂ କାଶୀପୁରର ନଦୀସବୁ ଆମ ପାଇଁ ଜୀବିକାର ଉତ୍ସ ଏବଂ ଆମର ଭଗବାନ ମଧ୍ୟ । ଆମେ ଏହି ମାଟିକୁ ପୂଜା କରୁ...ଯଦି ଆପଣ ଆମଠାରୁ ଆମ ପ୍ରାକୃତିକ ସମ୍ପଦ ଛଡ଼ାଇ ନିଅନ୍ତି, ତେବେ ଆମେ ବଞ୍ଚି ପାରିବୁ ନାହିଁ ଏବଂ ଜମି ବଦଳରେ ଆମକୁ ମିଳିଥିବା ଟଙ୍କା କୌଣସି କାମକୁ ନୁହେଁ । ଆମେ କେବଳ ଜମି ବିଷୟରେ ଜାଣୁ । ଆମେ ଟଙ୍କା କଣ କରିବୁ... ବର୍ତ୍ତମାନ ପର୍ଯ୍ୟନ୍ତ ଖଣି କମ୍ପାନୀଗୁଡ଼ିକ ଉପରେ ଆମ ପଞ୍ଚାୟତରେ ଲୋକଙ୍କ ସଙ୍ଗେ କୌଣସି ପରାମର୍ଶ ହୋଇନାହିଁ... ସରକାର କ୍ଷମତାକୁ ଆସିବା ପାଇଁ ଆମର ଭୋଟ ନେଇଛନ୍ତି କିନ୍ତୁ ବର୍ତ୍ତମାନ ଆମକୁ ଭୁଲିଯାଇଛନ୍ତି... ସରକାର ଆମକୁ ନିଜ ଘରୁ ଆମକୁ ଘଉଡ଼ାଇ ଦେବା ପାଇଁ ବନ୍ଧୁକ ବ୍ୟବହାର କରୁଛନ୍ତି... ଆମେ ବିରୋଧ ଜାରି ରଖିବୁ"
"ତମେ କଲେକ୍ଟର, ତମେ ସରକାର, ତମେ ତହସିଲଦାର, ତମେ ଆମକୁ ଏ ଜମି, ଏ ଜଙ୍ଗଲ ଏବଂ ମାଟି ତଳର ଭାଣ୍ଡାର ଦେଇଛ କି? ଆମେ ପ୍ରକୃତିର ଏହି ଉପହାର ପାଇଛୁ ଏବଂ ଆମର ପୂର୍ବପୁରୁଷଙ୍କଠାରୁ ହଜାର ହଜାର ବର୍ଷ ଧରି ଉପଭୋଗ କରିଆସିଛୁ । ତମେ କିଏ ଏବଂ କିଏ ତମକୁ ଆମଠାରୁ ଏସବୁକୁ ଛଡ଼ାଇ ନେବାର ଅଧିକାର ଦେଇଛି? ଆମ ଧରିତ୍ରୀ ମାତାକୁ ବଞ୍ଚାଇବା ପାଇଁ ଏହି ପ୍ରକୃତିଦତ୍ତ ନଦୀ, ଜମି ଏବଂ ଜଙ୍ଗଲକୁ ନଷ୍ଟ କରିବାକୁ ଅନୁମତି ଦେବାଠାରୁ ଆମେ ବରଂ ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବୁ ।"
ମୁକ୍ତା ଝୋଡ଼ିଆ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ଶିତିଗୁଡ଼ା-ଗଉଡ଼ଗୁଡ଼ା ଗ୍ରାମରେ ଏକ ଝୋଡ଼ିଆ ପରଜା ପରିବାରରେ ଜନ୍ମଗ୍ରହଣ କରିଥିଲେ । ହିଣ୍ଡାଲକୋ ବକ୍ସାଇଟ ଖନନ ଓ କାରଖାନା ବିକାଶ ଯୋଗୁ କାଶିପୁର ଅଞ୍ଚଳର ପ୍ରାୟ ୬୦,୦୦୦ ଲୋକ ବିସ୍ଥାପିତ ହେବା ବିପଦର ସମ୍ମୁଖୀନ ହୋଇଥିଲେ । ଖଣି ଖନନ ହେତୁ ସେଠାକାର ଗ୍ରାମଗୁଡ଼ିକ ଏହି ଅଞ୍ଚଳରେ ୭୫ ପ୍ରତିଶତ ଚାଷଜମି ହରାଇଥାନ୍ତେ । ସେ ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନେତୃତ୍ୱ ନେଇ ଚକା ଜାମ, ଧାରଣା, ରାସ୍ତା ଅବରୋଧ ଆଦିର ଆୟୋଜନ କରିଆସିଛନ୍ତି । ତାଙ୍କ ନେତୃତ୍ତ୍ୱରେ ୨୦୦୦ ମସିହାରେ ମାଇକାଞ୍ଚଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ସମୟରେ ପୋଲିସ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲା ।[୨] ସେ ରାୟଗଡ଼ାର ଆଖପାଖ ଆଦିବାସୀ ଗ୍ରାମଗୁଡ଼ିକୁ ପ୍ରାୟତଃ ତାଙ୍କ ସ୍ୱାମୀ ବା ପୁଅଙ୍କ ସହ ଯାତ୍ରା କରି ଲୋକମାନଙ୍କୁ "ବିର୍ଲାର ଭିଟା ମାଟିକୁ ଶୋଷଣ କରିବାର ଯୋଜନା" ବାବଦରେ ସୂଚନା ଦେଉଆସୁଛନ୍ତି । ସେ ଶିଳ୍ପଦ୍ୱାରା ବିକାଶ ବଦଳରେ ଚେକଡ୍ୟାମଦ୍ୱାରା କୃଷିର ବିକାଶ, ଆଦିବାସୀ ପରମ୍ପରା, ସଂସ୍କୃତି ସହ ସମନ୍ୱୟ ରକ୍ଷା କରି ଶିକ୍ଷା ବ୍ୟବସ୍ଥା ଆଦି ପାଇଁ ଚେଷ୍ଟା କରିଆସୁଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Nanda, Chandi Prasad (2012). "Dislocated by Development: Discourse on Development and People's Movement in Post-Colonial Odisha". Proceedings of the Indian History Congress. 73: 1357–1365. ISSN 2249-1937. Retrieved 5 September 2021.
- ↑ ୨.୦ ୨.୧ Mukherjee, Suroopa (13 December 2007). "A profile in quiet courage - Indian Express". archive.indianexpress.com. ଇଣ୍ଡିଆନ ଏକ୍ସପ୍ରେସ. Retrieved 5 September 2021.
- ↑ "The Sunday Tribune - Spectrum". www.tribuneindia.com. WFS. 31 May 2009. Retrieved 5 September 2021.
- ↑ ପ୍ରଫୁଲ୍ଲ ସାମନ୍ତରା; Prafulla Samantara (୨୦୦୮), ବିନାଶ ବାଟରେ ବିକାଶର ରାଜନୀତି, p. 360, Wikidata Q108417016
- ↑ Naik, Iswar Chandra (1 July 2012). "Tribal Women and Environmental Movement in India: A Study of Kashipur Block of Odisha". Voice of Dalit. 5 (2): 153–162. doi:10.1177/0974354520120202.