ରାଜେନ୍ଦ୍ର କେଶବଲାଲ ଶାହା

ଉଇକିପିଡ଼ିଆ‌ରୁ

ରାଜେନ୍ଦ୍ର କେଶବଲାଲ ଶାହା (୨୮ ଜାନୁୟାରୀ ୧୯୧୩- ୨ ଜାନୁୟାରୀ ୨୦୧୦) ଗୁଜରାଟୀ ଭାଷାରେ ଲେଖୁଥିବା ଜଣେ ସାହିତ୍ୟିକ ଥିଲେ । ବିଶେଷ ଭାବରେ ସେ କାବ୍ୟ ବା ଛନ୍ଦକାବ୍ୟ ଲେଖୁଥିଲେ । କପାଡଭଞ୍ଜରେ ଜନ୍ମଗ୍ରହଣ କରିଥିବା ଏହି କବିଙ୍କର ଲେଖା ସବୁ ୨୦ରୁ ଅଧିକ କବିତା ତଥା ଏବଂ ଗୀତ ସଂକଳନ ଆକାରରେ ପ୍ରକାଶଲାଭ କରିଥିଲା । ମୁଖ୍ୟତଃ ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ଆଦିବାସୀ ତଥା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଦୈନନ୍ଦିନ ଜୀବନ ତାଙ୍କର ଅଧିକାଂଶ କବିତାର ଆଧାର । ସେ ରବିନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଗାନ୍ଧୀ ଯୁଗର ପରବର୍ତ୍ତୀ ସମୟର ଗୁଜରାଟୀ ସାହିତ୍ୟକୁ ତାଙ୍କର ବିଶୈଷ ଅବଦାନ ରହିଛି ।

ବୃତ୍ତିଗତ ଜୀବନ ମଧ୍ୟରେ ମଧ୍ୟରେ ଶାହା ମଧ୍ୟ ମୁମ୍ବାଇରେ ପ୍ରକାଶକ ଥିଲେ, ଯେଉଁଠାରେ ସେ ୧୯୫୭ ମସିହାରେ "କବିଲୋକ" ନାମକ କବିତା ପତ୍ରିକା ଆରମ୍ଭ କରିଥିଲେ । ସେ ସମୟରେ ତାଙ୍କ ଛାପାଖାନା ବା ପ୍ରକାଶନ ସ୍ଥଳ ଗୁଜରାଟୀ କବିମାନଙ୍କ ସାହିତ୍ୟ ଆଲୋଚନା ବା ରବିବାର ସଭା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଯାଇଥିଲା । କବିତା ଲେଖିବା ବ୍ୟତୀତ ଶାହା ଅନେକ ଅନୁବାଦ କାର୍ଯ୍ୟ ମଧ୍ୟ କରିଥିଲେ । ତନ୍ମଧ୍ୟରୁ ଟାଗୋରଙ୍କ କବିତା ସଂଗ୍ରହ ବଳାକ; ଜୟଦେବଙ୍କ ଗୀତା ଗୋବିନ୍ଦ; ଇଁରାଜୀ କବି କୋଲେରିଜଙ୍କ "ଦି ରାଇମ୍ ଅଫ୍ ଦ ଆନସିୟେଣ୍ଟ ମେରାଇନର୍" ଏବଂ ଦାନ୍ତେଙ୍କ "ଦି ଡିଭାଇନ୍ କମେଡି" ଇତ୍ୟାଦି ସେ ଗୁଜରାଟୀ ଭାଷାରେ ଅନୁବାଦ କରିଥିଲେ ।

୨ ଜାନୁୟାରୀ ୨୦୧୦ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ସେ ୧୯୪୭ ମସିହାରେ କୁମାର ଚନ୍ଦ୍ରକ ସ୍ୱର୍ଣ୍ଣ ପଦକ ଏବଂ ୧୯୫୬ରେ ରଣଜିତରାମ ସୁଭର୍ନା ଚନ୍ଦ୍ରକ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କ ପୁସ୍ତକ "ଶାନ୍ତ କୋଲାହଲ" ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୩) ପାଇଥିଲେ । ସେ ୧୯୮୦ ମସିହାରେ ଗୁଜରାଟୀ ସାହିତ୍ୟ ପରିଷଦଦ୍ୱାରା ଅରୋବିନ୍ଦୋ ସୁଭର୍ଣ୍ଣା ଚନ୍ଦ୍ରକ ପୁରସ୍କାରଦ୍ୱାରା ସମାନିତ ହୋଇଥିଲେ । ସେ ମଧ୍ୟ ସାହିତ୍ୟ ଗୌରବ ପୁରସ୍କାର (୧୯୯୨) ଏବଂ ନରସିଂହ ମେହେଟ୍ଟା ପୁରସ୍କାର (୧୯୯୯) ଲାଭ କରିଥିଲେ । ଶାହା ୨୦୦୧ ପାଇଁ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତାର ରହସ୍ୟମୟ ସ୍ୱର ନରସିଂହ ମେହେଟ୍ଟା, କବୀର ଏବଂ ଅଖୋ ଭଳି ମଧ୍ୟଯୁଗୀୟ ଗୁରୁମାନଙ୍କ ପରମ୍ପରାରୁ ଆସିଥିବା ଜଣାଯାଏ ।[୨]

ଆଧାର[ସମ୍ପାଦନା]

  1. "Gujarati poet Rajendra Shah(97) passes away". DeshGujarat. 3 January 2010. Retrieved 19 October 2020.
  2. "'I Write What My Inner Voice Says'". www.outlookindia.com/. Retrieved 19 October 2020.