ଇରଫାନ ଖାନ

ଉଇକିପିଡ଼ିଆ‌ରୁ
ଇରଫାନ ଖାନ

ଇରଫାନଙ୍କର ୨୦୧୫ର ଛବି
Born
ସାହାବଜାଦେ ଇରଫାନ ଅଲ୍ଲୀ ଖାନ[୧]

(1967-01-07)୭ ଜାନୁଆରୀ ୧୯୬୭
Died୨୯ ଅପ୍ରେଲ ୨୦୨୦(2020-04-29) (ବୟସ ୫୩)
Cause of deathକଲିଟିସ
Alma materରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
Occupationଅଭିନେତା
Years active୧୯୮୫–୨୦୨୦
Notable workମକବୁଲ, ହିନ୍ଦୀ ମିଡିୟମ, ପିକୁ, ଲଞ୍ଚ ବକ୍ସ
Spouseସୁତପା ସିକଦାର
Childrenଆୟାନ, ବବିଲ ଖାନ
Honoursପଦ୍ମଶ୍ରୀ (୨୦୧୧)

ସାହାବଜାଦେ ଇରଫାନ ଅଲ୍ଲୀ ଖାନ (୭ ଜାନୁଆରୀ ୧୯୬୭ – ୨୯ ଅପ୍ରେଲ ୨୦୨୦)[୨] ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହିନ୍ଦୀ ବ୍ୟତୀତ ସେ ବହୁ ବ୍ରିଟିଶ ଓ ଆମେରିକୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଭାରତର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ପରିଗଣିତ [୩] ଇରଫାନଙ୍କର ୩୦ବର୍ଷର ଅଭିନୟ ଜୀବନ ମଧ୍ୟରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଏସୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ୨୦୧୧ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଇରଫାନ ଏକ ଓଡ଼ିଆ ଚଳଚ୍ଚିତ୍ର ତାରାରେ ଅଭିନୟ ମଧ୍ୟ କରିଥିଲେ । ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।[୪]

୧୯୮୮ ମସିହାରେ, 'ସଲାମ ବମ୍ବେ' ଚଳଚ୍ଚିତ୍ରରୁ ଇରଫାନ ନିଜର ଅଭିନୟ ଜୀବନ ଆରମ୍ବ କରିଥିଲେ । ତାପରେ କିଛି ବର୍ଷର ସଂଘର୍ଷ ପରେ, ସେ ୨୦୦୧ରେ ବ୍ରିଟିଶ ଚଳଚ୍ଚିତ୍ର 'ଦ ୱାରିୟର', ୨୦୦୩ରେ 'ହାସିଲ', ୨୦୦୪ରେ 'ମକବୁଲ', ୨୦୦୬ରେ 'ନେମସେକ', ୨୦୦୭ରେ 'ଲାଇଫ ଇନ ଏ ମେଟ୍ରୋ', ୨୦୧୧ରେ 'ପାନ ସିଂ ତୋମାର' , ୨୦୧୩ରେ 'ଲଞ୍ଚ ବକ୍ସ', ୨୦୧୫ରେ 'ପିକୁ' ଓ 'ତଲୱାର' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପାନ ସିଂ ତୋମାର ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ହଲିଉଡ଼ ଚଳଚ୍ଚିତ୍ର 'ଦ ଆମେଜିଂ ସ୍ପାଇଡ଼ର ମ୍ୟାନ ( ୨୦୧୨), 'ଲାଇଫ ଅଫ ପାଇ' (୨୦୧୨), 'ଜୁରାସିକ ୱାର୍ଲଡ଼' (୨୦୧୫), 'ଇନଫର୍ଣୋ ( ୨୦୧୬),[୫][୬] 'ସଲ୍ମଡଗ ମିଲିନୟାର ( ୨୦୦୮), ନ୍ୟୁୟୋର୍କ ( ୨୦୦୯), ହୈଦର ( ୨୦୧୪), 'ଗୁଣ୍ଡେ' (୨୦୧୪) ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ 'ଇନ ଟ୍ରିଟମେଣ୍ଟ' (୨୦୧୦) ଆଦିରେ ସେ ଅଭିନୟ କରିଥିଲେ ।[୭] '୨୦୧୭ର ଚଳଚ୍ଚିତ୍ର 'ହିନ୍ଦୀ ମିଡିୟମ' ତାଙ୍କର ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା ଚଳଚ୍ଚିତ୍ର ଥିଲା । ଏଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହାର ଦ୍ୱିତୀୟ ଭାଗ 'ଅଂରେଜୀ ମିଡିୟମ' ୨୦୨୦ରେ ତାଙ୍କ ମୃତ୍ୟୁର କିଛି ଦିନ ଆଗରୁ ମୁକ୍ତିଲାଭ କରିଥିଲା ।[୮]

୨୦୧୭ ବର୍ଷ ସୁଦ୍ଧା, ତାଙ୍କର ସମସ୍ତ ଚଳଚ୍ଚିତ୍ର ମିଶି ସମୁଦାୟ ୩.୬ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ କରିସାରିଥିଲା । ୨୦୧୮ରେ ତାଙ୍କ ଶରୀରରେ ନ୍ୟୁର-ଏଣ୍ଡୋକ୍ରୀନ ଟ୍ୟୁମର ଦେଖା ଯାଇଥିଲା ।[୯][୧୦] ୨୦୨୦ ଅପ୍ରେଲ ୨୯ ତାରିଖରେ ସେ କଲୋନ ସଂକ୍ରମଣ ଯୋଗୁ ମୃତ୍ୟୁ ବରଣ କରିଥିଲେ ।[୨] ଗାର୍ଡିୟନ ପତ୍ରିକାର ପିଟର ବ୍ରାଡ଼ସ ଇରଫାନଙ୍କୁ ହଲିଉଡ଼ ଓ ଦକ୍ଷିଣ ଏସୀୟ ଚଳଚ୍ଚିତ୍ରର ଯୋଗସୂତ୍ରକାରୀ ଭାବରେ ବର୍ଣ୍ଣନା କରିଥିଲେ [୬]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଇରଫାନ ରାଜସ୍ଥାନର ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧୧] ତାଙ୍କ ପିତା ୟାସିର ଅଲ୍ଲୀ ଖାନ ଓ ମା ସୟିଦା ବେଗମ ରାଜସ୍ଥାନର ଟଙ୍କ ଜିଲ୍ଲା ନିକଟସ୍ଥା ଖଜୁରିୟା ଗ୍ରାମର ବାସିନ୍ଦା ଥିଲେ । ସେମାନଙ୍କର ଗାଡି ଟାୟାର ବ୍ୟବସାୟ ଥିଲା ।[୧୨][୧୩] ଇରଫାନ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ ଓ ୨୩ ବର୍ଷରୁ କମ ଦଳରେ ସି କେ ନାଇଡୁ ଟ୍ରଫି ପାଇଁ ଚୟିତ ହୋଇଥିଲେ । କିନ୍ତୁ ଅର୍ଥାଭାବରୁ ସେ ଖେଳି ପାରି ନଥିଲେ ।[୧୪]

ଇରଫାନ ଜୟପୁରରୁ ନିଜର ସ୍ନାତକତ୍ତୋର ଶିକ୍ଷା ସମାପ୍ତ କରି, ଅଭିନୟ ଶିକ୍ଷା ପାଇଁ ୧୯୮୪ ମସିହାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଯୋଗ ଦେଇଥିଲେ ।

ବୃତିଗତ ଜୀବନ[ସମ୍ପାଦନା]

ଟେଲିଭିଜନରେ ଅଭିନୟ(୧୯୮୭-୨୦୦୧)[ସମ୍ପାଦନା]

୧୯୮୭ରେ ଇରଫାନଙ୍କୁ ମୀରା ନାୟାରଙ୍କ 'ସଲାମ ବମ୍ବେ' ଚଳଚ୍ଚିତ୍ରରେ କାମ ମିଳିଥିଲେ ମଧ୍ୟ, ଚଳଚ୍ଚିତ୍ର ଶେଷ ସମ୍ପାଦନା ପରେ ତାଙ୍କ ଭୂମିକାକୁ ହଟାଇ ଦିଆଯାଇଥିଲା । ଦୂରଦର୍ଶନର ଟେଲି ଫିଲ୍ମ 'ଲାଲ ଘାସ ପର ନୀଲେ ଘୋଡେ'ରେ ସେ ଲେନିନ ଭୂମିକାର ଅଭିନୟ କରିଥିଲେ । ଷ୍ଟାର ଟିଭିର 'ଡର' ଧାରାବାହିକରେ ସେ ଏକ ମାନସିକ ବିକୃତ ହତ୍ୟାକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । 'କହକସାଁ' ଧାରାବାହିକରେ ସେ ଉର୍ଦ୍ଦୁ କବି ମଖଦୂମ ମୋହିଉଦ୍ଦିନଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୮୯ରେ ସେ 'କମଲା କି ମୌତ'ଓ ୧୯୯୦ ଦଶକରେ ଚାଣକ୍ୟ, ଭାରତ ଏକ ଖୋଜ, ସାରା ଜାହାନ ହମାର, ବନେଗୀ ଆପନି ବାତ, ଚନ୍ଦ୍ରକାନ୍ତା, ଶ୍ରୀକାନ୍ତ, ଅନୁଗୁଞ୍ଜ, ଷ୍ଟାର ବେଷ୍ଟ ସେଲର, ସ୍ପର୍ଶ ଆଦି ଧାରାବାହିକରେ ଅଭିନୟ କରିଥିଲେ । ୧୯୯୦ ଦଶକରେ ସେ 'ଏକ ଡକ୍ଟର କି ମୌତ, 'ସଚ ଏ ଲଙ୍ଗ ଜର୍ଣ୍ଣୀ' ଓ 'ଜୟ ହନୁମାନ' ଧାରାବାହିକରେ ଅଭିନୟ କରିଥିଲେ ।

୨୦୦୧-୨୦୦୮[ସମ୍ପାଦନା]

Irfan Khan with Tabbu
ନେମସେକ ଚଳଚ୍ଚିତ୍ର ପ୍ରିମିୟରେ ତବୁଙ୍କ ସହ ଇରଫାନ

୨୦୦୧ରେ ଅସିଫ କାପାଡିଆଙ୍କ 'ଦ ୱାରିୟର'ରେ ଅଭିନୟ ଏବଂ ଏହି ଚଳଚ୍ଚିତ୍ରର ବିଭିନ୍ନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶନ ପରେ ଇରଫାନଙ୍କ ପାଇଁ ଭାରତ ବାହାରେ ପରିଚିତି ଆଣି ଦେଇଥିଲା । ୨୦୦୩ରୁ ୨୦୦୪ ମଧ୍ୟରେ ସେ 'ରୋଡ଼ ଟୁ ଲଦାଖ'[୧୫] ଓ 'ମକବୁଲ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୫ର ଚଳଚ୍ଚିତ୍ର 'ରୋଗ'ରେ ସେ ପ୍ରଥମ ଥର ନାୟକ ଭୂମିକାରେ ଆସିଥିଲେ । ୨୦୦୪ରେ ଚଳଚ୍ଚିତ୍ର 'ହାସିଲ'ରେ ଖଳନାୟକ ଭୂମିକା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ଏହି ସମୟରେ ସେ ତେଲୁଗୁ ଚଳଚ୍ଚିତ୍ର 'ସୈନିକୁଡୁ'ରେ ଖଳନାୟକ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ୨୦୦୭ରେ 'ମେଟ୍ରୋ' ଚଳଚ୍ଚିତ୍ରରେ ସହ-ଅଭିନେତା ଭାବରେ ସେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ଏହି ସମୟରେ ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର 'ଏ ମାଇଟି ହାର୍ଟ' ଓ 'ଦ ଦାର୍ଜିଲିଂ ଲିମିଟେଡ଼'ରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ସଫଳତା ପରେ ମଧ୍ୟ ସେ 'ମାନୋ ୟା ନା ମାନୋ' ଓ 'କ୍ୟା କହେଁ' ଭଳି ଟେଲିଭିଜନ କାର୍ଯ୍ୟକ୍ରମ କରୁଥିଲେ ।

ଆନ୍ତର୍ଜାତୀୟ ସଫଳତା(୨୦୦୮-୨୦୨୦)[ସମ୍ପାଦନା]

୨୦୦୮ରେ ଇରଫାନ 'ସ୍ଲମଡଗ ମିଲେନୟାର'[୧୬], ୨୦୦୯ରେ 'ଏସିଡ଼ ଫ୍ୟାକ୍ଟରୀ', 'ନ୍ୟୁୟର୍କ', 'ନ୍ୟୁୟର୍କ ଆଇ ଲଭ ୟୁ', 'ପାନ ସିଂ ତୋମାର' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୦ରେ ସେ ଏଚବିଓ ଚ୍ୟାନେଲର 'ଟ୍ରିଟମେଣ୍ଟ' ଧାରାବାହିକରେ ଅଭିନୟ କରିଥିଲେ । ୨୦୧୨ରେ 'ଆମାଜିଂ ସ୍ପାଇଡରମ୍ୟାନ',[୧୭] , 'ଲାଇଫ ଅଫ ପାଇ', ୨୦୧୩ରେ 'ଲଞ୍ଚ ବକ୍ସ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୮] ୨୦୧୪ରେ ସେ 'ଗୁଣ୍ଡେ', 'ଏକ୍ସପୋଜ', 'ହୈଦର' , ୨୦୧୫ରେ 'ପିକୁ' ,'ଜଜୱା' ଓ 'ତଲୱାର' , ୨୦୧୬ରେ 'ଇନଫର୍ଣ୍ଣୋ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୯] ୨୦୧୭ରେ ସେ 'କରିବ କରିବ ସିଙ୍ଗଲ', 'ହିନ୍ଦୀ ମିଡିୟମ'[୨୦] ଓ 'ଲଞ୍ଚ ବକ୍ସ'[୧୮] ଓ 'ନୋ ବେଡ଼ ଅଫ ରୋଜେସ'ରେ ଅଭିନୟ କରିଥିଲେ । ୨୦୧୭ ପର୍ଯ୍ୟନ୍ତ ତାଙ୍କ ଚଳଚ୍ଚିତ୍ର ସାମୁହିକ ଭାବରେ US$୩.୬୪୩ billionର ବ୍ୟବସାୟ କରିଥିଲେ । ୨୦୧୮ରେ ସେ 'କାରୱାଁ' ଓ 'ବ୍ଲାକମେଲ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୧]

ଇରଫାନଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ଅଂରେଜୀ ମିଡିୟମ' । ଏହା ୨୦୨୦ ମସିହା ମାର୍ଚ୍ଚ ୧୩ ତାରିଖରେ ମୁକ୍ତିଲାଭ କରିଥିଲା । ଏହାକୁ ହୋମି ଆଡାଜାନିଆ ନିର୍ଦ୍ଦେଶନା ଦେଇଥିଲେ ।[୨୨]

ଅନ୍ୟାନ୍ୟ କାମ[ସମ୍ପାଦନା]

୨୦୧୫ ସେପ୍ଟେମ୍ବର ମାସରେ ସେ ରାଜସ୍ଥାନ ସରକାରଙ୍କଦ୍ୱାରା ରାଜ୍ୟର 'ବ୍ରାଣ୍ଡ ଆମ୍ବାସିଡ଼ର ନିଯୁକ୍ତ ହୋଇଥିଲେ ।[୨୩] ଜୟପୁରର ବିଧାନ ସଭା ମାର୍ଗରେ ଥିବା 'ୱାର ମେମୋରିୟାଲ'ରେ ହେଉଥିବା ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମ ତାଙ୍କର ସ୍ୱରରେ ରେକଡିଂ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନୀ ସୈନ୍ୟଙ୍କର ବିରତ୍ୱ ଦର୍ଶାଯାଏ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୯୫ ଫେବୃଆରୀ ମାସରେ ଇରଫାନ ନିଜ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ସହପାଠୀ 'ସୁତପା ସିକଦାର'ଙ୍କୁ ବିବାହ କରିଥିଲେ । ତାଙ୍କର ଆୟାନ ଓ ବବିଲ ନାମରେ ଦୁଇଟି ପୁଅ ଅଛନ୍ତି ।[୨୪]
୨୦୧୮ ମାର୍ଚ୍ଚ ମାସରେ ଇରଫାନଙ୍କ ଦେହରେ 'ନ୍ୟୁରଏଣ୍ଡୋକ୍ରୀନ ଟ୍ୟୁମର' ଦେଖା ଦେଇଥିଲା ।[୨୫] ସେ ଲଣ୍ଡନରେ ୧ ବର୍ଷ ଚିକିତ୍ସା ପରେ ୨୦୧୯ ଫେବୃଆରୀରେ ଭାରତ ଫେରିଥିଲେ । ୨୦୨୦ ଅପ୍ରେଲ ୨୯ତାରିଖରେ ସେ ମୁମ୍ବାଇର କୋକିଲା ବେନ ଅମ୍ବାନୀ ହାସପାତାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୨୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୧୧ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଉଥିବା ଅବସରରେ
ବର୍ଷ ଚଳଚ୍ଚିତ୍ର ସମ୍ମାନ ହେତୁ ଫଳାଫଳ ଆଧାର
୨୦୦୪ ହାସିଲ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ଖଳନାୟକ ଜିତିଥିଲେ
୨୦୦୮ ଲାଇଫ ଇନ୍ ଏ ମେଟ୍ରୋ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ସହ-ଅଭିନେତା ଜିତିଥିଲେ
୨୦୧୧ N/A ପଦ୍ମଶ୍ରୀ କଳା ଜିତିଥିଲେ [୨୭]
୨୦୧୩ ପାନ ସିଂ ତୋମାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତା ଜିତିଥିଲେ
ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ଅଭିନେତା ମନୋନୀତ
ଶ୍ରେଷ୍ଠ ଅଭିନେତା (ସମୀକ୍ଷକ) ଜିତିଥିଲେ
୨୦୧୮ ହିନ୍ଦୀ ମିଡିୟମ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ଅଭିନେତା ଜିତିଥିଲେ
ଶ୍ରେଷ୍ଠ ଅଭିନେତା(ସମୀକ୍ଷକ) ମନୋନୀତ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Irrfan Khan, Indian Actor in 'Life of Pi', Dies of Cancer Aged 54". The New York Times. 29 April 2020. Archived from the original on 29 April 2020. Retrieved 29 April 2020.
  2. ୨.୦ ୨.୧ "Irrfan Khan, actor extraordinaire and India's face in the West, dies at 53". Hindustan Times (in ଇଂରାଜୀ). 29 April 2020. Retrieved 29 April 2020.
  3. Iqbal, Nosheen (25 July 2013). "Irrfan Khan: 'I object to the term Bollywood'". the Guardian. Archived from the original on 9 October 2015. Retrieved 28 October 2015.
  4. "'ତାରା'ରେ ଅଭିନୟ ପାଇଁ ଆସିଥିଲେ ଇରଫାନ୍‌, ରିଷିଙ୍କ ସହ ୩ ବର୍ଷ ଧରି ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି". sambad.in/. ସମ୍ବାଦ. Archived from the original on 3 May 2020. Retrieved 3 May 2020.
  5. "Irrfan Khan, 'Life of Pi,' and 'Slumdog Millionaire' Star Dies at 53". Variety. 28 April 2020. Retrieved 29 April 2020.
  6. ୬.୦ ୬.୧ Bradshaw, Peter (29 April 2020). "Irrfan Khan: a seductive actor capable of exquisite gentleness". The Guardian. Retrieved 29 April 2020.
  7. Chhabra, Aseem (29 April 2020). "Excerpt: Irrfan Khan; The Man, The Dreamer, The Star by Aseem Chhabra". Hindustan Times. Retrieved 29 April 2020.
  8. "Re-watching Irrfan: From Salaam Bombay to Angrezi Medium". India Today. 29 April 2020. Retrieved 29 April 2020.
  9. France, Lisa Respers. "'Life of Pi' star Irrfan Khan reveals he has a rare tumor". CNN. Archived from the original on 16 March 2018. Retrieved 16 March 2018.
  10. "Life of Pi actor has rare tumour". BBC News (in ବ୍ରିଟିଶ୍‌ ଇଂରାଜୀ). 16 March 2018. Archived from the original on 13 June 2018. Retrieved 16 March 2018.
  11. Saran, Sathya (7 March 2020). "'Irrfan Khan The Man, The Dreamer, The Star' review: Kite runner to actor". The Hindu. Retrieved 29 April 2020. We read with some surprise about the boy who preferred to fly kites than go hunting with his father, prompting his father to tell him he was a Brahmin born in the family of Pathans.
  12. "Cutting across roles". The Hindu. Chennai, India. 14 February 2009. Archived from the original on 21 February 2009. Retrieved 4 August 2010.
  13. O'Connor, Ashling (27 March 2007). "From Bollywood to Boston". London: Times Online. Archived from the original on 15 June 2011. Retrieved 4 December 2010.
  14. Abish Mathew (10 November 2017), Son Of Abish feat. Vir Das & Irrfan Khan, retrieved 29 June 2018
  15. Kalla, Avinash (March 2003). "On the High Road To Ladakh". The-south-asian.com. Archived from the original on 12 April 2003.
  16. "Keeping It Real". Time. 15 February 2010. Archived from the original on 9 February 2010. Retrieved 9 February 2010.
  17. Bhushan, Nyay (28 June 2012). "'The Amazing Spider-Man' Gets Widest-Ever India Release for A Hollywood Film". The Hollywood Reporter. Archived from the original on 29 October 2012. Retrieved 4 February 2013.
  18. ୧୮.୦ ୧୮.୧ "Hindi Medium records higher box office opening than Dangal, Bajrangi Bhaijaan in China; Irrfan's highest grosser worldwide". Firstpost. Archived from the original on 29 June 2019. Retrieved 6 April 2018.
  19. Singh, Prashant (15 February 2015). "Irrfan Khan to work with Tom Hanks in Inferno". Hindustan Times. New Delhi. Archived from the original on 6 September 2015. Retrieved 28 October 2015.
  20. "63rd Jio Filmfare Awards 2018: Complete winners' list". The Times of India. 21 January 2018.
  21. Karwaan Review {3.5/5}: Brilliant performances by Dulquer and Irrfan, retrieved 29 April 2020
  22. "Irrfan Khan and Dulquer Salmaan starrer Karwan to release on June 1". Bollywood Hungama. 23 January 2018. Archived from the original on 23 January 2018. Retrieved 24 January 2018.
  23. "Local boy Irfan in Jaipur as a face of Resurgent Rajasthan". The Times of India. 8 September 2015. Archived from the original on 26 September 2015. Retrieved 28 October 2015.
  24. "Irrfan Khan's wife Sutapa, son Babil pen heartfelt open letter: 'It's magical, whether he is there or not there'". www.hindustantimes.com. hindustan times. Retrieved 1 May 2020.
  25. "Irrfan Khan has neuroendocrine tumour, is travelling abroad for treatment". Hindustan Times (in ଇଂରାଜୀ). 16 March 2018. Archived from the original on 26 March 2018. Retrieved 26 March 2018.
  26. Tribune, Emea (Apr 29, 2020). "Indian Actor Irrfan Khan has passed away". EMEA TRIBUNE. Retrieved Apr 29, 2020.
  27. "Obituary: Irrfan Khan". BBC News (in ବ୍ରିଟିଶ୍‌ ଇଂରାଜୀ). 29 April 2020. Retrieved 29 April 2020.

ବାହାର ଆଧାର[ସମ୍ପାଦନା]