Jump to content

ତବୁ

ଉଇକିପିଡ଼ିଆ‌ରୁ
ତବୁ
ଲାକ୍‌ମି ଫ୍ୟାସନ୍ ସପ୍ତାହ-୨୦୧୭ରେ ତବୁ
ଜନ୍ମ
ତବସୁମ୍ ଫାତିମା ହାସିମ୍

(1971-11-04) ୪ ନଭେମ୍ବର ୧୯୭୧ (ବୟସ ୫୪)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୦-ଏବେଯାଏଁ
ପିତାମାତାଜମାଲ ହାସିମ୍ ଏବଂ ରେଜ୍‌ୱାନ୍
ପୁରସ୍କାର

ତବସୁମ୍ ଫାତିମା ହାସିମ୍‌ (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[][] ଯେ କଥାଚିତ୍ର ଜଗତରେ ‌ତବୁ‌ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସ‌ହ ସେ ୬ଥର ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।[]

ତବୁ ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ଅଭିନୟ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତବୁ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[][] ତବୁଙ୍କର ଜନ୍ମପରେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[] ତାଙ୍କର ମାଆ ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ । ତବୁ ସେଣ୍ଟ ଅନ୍ନା ହାଇସ୍କୁଲରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ପାଠ ପଢ଼ିବାକୁ ୧୯୮୩ରେ ଯାଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୧୯୮୦ରେ ତବୁ ‌ବଜାର୍‌ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ ‌ହମ୍ ନୌଜବାନ୍‌ ଚଳଚ୍ଚିତ୍ରରେ ଦେବ ଆନନ୍ଦଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର ‌କୁଲି ନଂ ୧‌ରେ ଭେଙ୍କଟେଶ ଦଗୁପତିଙ୍କ ସ‌ହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ମଧ୍ୟ ତବୁ ଅଭିନୟ କରିଥିଲେ ।[]

ବନ୍ୟଜନ୍ତୁ ବିବାଦ

[ସମ୍ପାଦନା]

୧୯୯୮ ମସିହାରେ ତବୁଙ୍କ ଦୁଇଟି କୃଷ୍ଣସାର ମୃଗର ହତ୍ୟା ମାମଲାର ଆରୋପ ଲାଗିଥିଲା । ‌ହମ୍ ସାଥ୍ ସାଥ୍ ହେ‌ ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସ‌ହ କଳାକାର ସଲମାନ ଖାଁ, ସୈଫ ଅଲ୍ଲୀ ଖାନ, ସୋନାଲୀ ବିନ୍ଦ୍ରେ ଏବଂ ‌ନୀଲମ୍ କୋଠାରୀ‌ଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ତବୁଙ୍କ ଅଭିନୀତ କିଛି ଚଳଚ୍ଚିତ୍ର:

  • ୧୯୯୪: ବିଜୟ ପଥ
  • ୧୯୯୫: ପ୍ରେମ୍
  • ୧୯୯୬: ମାଚିସ୍
  • ୧୯୯୬: କଳାପାଣି
  • ୧୯୯୬: ନେନେ ପେଲ୍ଲାଦାତା
  • ୧୯୯୭: ବିରାସତ୍
  • ୧୯୯୯: ହୁ ତୁ ତୁ
  • ୨୦୦୦: ଅସ୍ତିତ୍ୱ
  • ୨୦୦୧: ଚାନିଦୀ ବାର୍
  • ୨୦୦୬: ଫନା
  • ୨୦୦୭: ଚିନି କମ୍
  • ୨୦୧୪: ହାଇଦର୍
  • ୨୦୧୫: ଦୃଶ୍ୟମ୍
  • ୨୦୧୬: ଫିତୁର୍
  1. 1 2 Nihalani, Govind; Chatterjee, Saibal (2003). Encyclopaedia of Hindi cinema. Encyclopædia Britannica (India), Popular Prakashan. p. 634. ISBN 81-7991-066-0.
  2. "Birthday special: Tabu's 10 best performances over the years". CNN-IBN. 4 November 2014. Archived from the original on 6 November 2014. Retrieved 14 April 2017.
  3. Padma Awards Announced. Ministry of Home Affairs. 25 January 2011
  4. 1 2 Bose, Derek (19 July 2009). "Cut above the rest". The Tribune. Retrieved 14 April 2017.
  5. Jahagirdar-Saxena, Shraddha (25 July 2007). "Nothing serious about Tabu". Verve. Retrieved 14 April 2017.
  6. Swarup, Harihar (29 April 2007). "Tabu, an actor who does not need make-up". The Tribune. Retrieved 14 April 2017.
  7. Martyris, Nina (26 April 2003). "When dosa was a luxury". The Times of India. Archived from the original on 18 July 2013. Retrieved 14 April 2017.
  8. "Blackbuck case: Tabu, Salman, Saif charged with poaching". hindi.com. 25 August 2007. Retrieved 14 April 2017.

ଅଧିକ ତ‌ଥ୍ୟ

[ସମ୍ପାଦନା]