କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ

ଉଇକିପିଡ଼ିଆ‌ରୁ
କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ
ବି-ସେଲ କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (ବି-ସିଏଲଏଲ)[୧]
କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ ସଂକ୍ରମିତ ପରିଧିୟ ରକ୍ତକୋଷଗୁଡିକ
ବିଭାଗHematology) ଓ oncology
ଲକ୍ଷଣଆରମ୍ଭରୁ: କିଛି ନାହିଁ [୨]
ପରେ: କଷ୍ଟହୀନ ଲିମ୍ଫ ନୋଡ ଫୁଲିଯିବା, ଥକା ଲାଗିବା, ଜ୍ୱର ହେବା, ବିନା କୌଣସି କାରଣବଶତଃ ଓଜନ ହ୍ରାସ ଘଟିବା[୨]
ଆକ୍ରାନ୍ତ ସମୟ୫୦ ଦିନରୁ ଅଧିକ[୩]
ବିପଦ କାରକପାରିବାରିକ ଇତିହାସ, ଏଜେଣ୍ଟ ଅରେଞ୍ଜ, କିଛି କୀଟନାଶକ[୨][୪]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା[୫]
ସଠିକ ରୋଗ ନିର୍ଣ୍ଣୟମନୋନ୍ୟୂକ୍ଳେଓସିସ, ହେୟାରୀ କୋଷ ଲିଉକେମିଆ, ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ନଛୋଡବନ୍ଧା ପଲିକ୍ଳୋନାଲ ବି-ସେଲ ଲିମ୍ଫୋସାଇଟୋସିସ[୫]
ଚିକିତ୍ସାସଜାଗ ଅପେକ୍ଷା, କେମୋଥେରାପି, ଇମ୍ମ୍ୟୁନୋଥେରାପି[୪][୫]
Prognosisପାଞ୍ଚ ବର୍ଷ ବଞ୍ଚିବା ହାର ~୮୩% (US)[୩]
ପୁନଃପୌନିକ୯,୦୪,୦୦୦ (୨୦୧୫)[୬]
ମୃତ୍ୟୁ ସାନ୍ଦ୍ରତା୬୦,୭୦୦ (୨୦୧୫)[୭]
ସିଏଲଏଲଦ୍ୱାରା ସଂକ୍ରମିତ କୋଷଗୁଡ଼ିକର ଏକ ଛବି

କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (ସିଏଲଏଲ) ହେଉଛି ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଅସ୍ଥି ମଜ୍ଜା ଅତ୍ୟଧିକ ସଂଖ୍ୟକ ଲିମ୍ଫୋସାଇଟ (lymphocytes), ଏକ ପ୍ରକାରର ଶ୍ୱେତ ରକ୍ତ କଣିକା (white blood cell), ତିଆରି କରିଥାଏ । ପ୍ରଥମେ ପ୍ରଥମେ ଏହି ରୋଗଟିର କିଛି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ପରେ ବିଭିନ୍ନ ଲକ୍ଷଣ ଯଥା କୌଣସି କଷ୍ଟ ନହୋଇ ଲିମ୍ଫ ନୋଡ ଫୁଲିଯିବା, ଥକ୍କା ଲାଗିବା, ଜ୍ୱର ହେବା, ବିନା କୌଣସି କାରଣବଶତଃ ଓଜନ ହ୍ରାସ ଘଟିବା ହୋଇପାରେ ।[୨] ପ୍ଲୀହାର ଆକାର ବଢ଼ିଯିବା (Enlargement of the spleen) ଓ ଆନିମିଆ ମଧ୍ୟ ହୋଇପାରେ ।[୨][୪] ସମୟକ୍ରମେ ସ୍ୱାସ୍ଥ୍ୟ ଖରାପ ହୋଇଚାଲେ ।[୨]

ଏହି ରୋଗର ପାରିବାରିକ ଇତିହାସ ଥିଲେ ରୋଗ ସଙ୍କଟ ରହିବା ।[୨] ଏଜେଣ୍ଟ ଅରେଞ୍ଜ (Agent Orange) ଓ କେତେକ କୀଟ ନାଶକ (insecticides) ଦ୍ରବ୍ୟ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ସଙ୍କଟ ରହିବ ।[୪] ଏହି ରୋଗ ଫଳରେ ଅସ୍ଥି ମଜ୍ଜା (bone marrow), ଲସିକା ଗ୍ରନ୍ଥି (lymph nodes) ଓ ରକ୍ତରେ ଅଧିକ ବି ସେଲ (B cell) ଲିମ୍ଫୋସାଇଟ ତିଆରି ହୋଇଯାଏ ।[୪] ଏହି ଲିମ୍ଫୋସାଇଟ ଗୁଡ଼ିକ ଅନ୍ୟାନ୍ୟ ସୁସ୍ଥ ରକ୍ତ ଜୀବକୋଷମାନଙ୍କୁ (blood cells) ସ୍ଥାନ‌ଚ୍ୟୁତ କରିଦିଏ ।[୨] ସିଏଲଏଲ ଦୁଇ ପ୍ରକାର ଥାଏ ଯଥା:- ବିନା ମ୍ୟୁଟେସନରେ ଓ ମ୍ୟୁଟେସନ ସ‌ହିତ ଆଇଜିଏଚଭି (IGHV[୪] ରକ୍ତ ପରୀକ୍ଷାରେ (blood test) ଅତ୍ୟଧିକ ସଂଖ୍ୟକ ଲିମ୍ଫୋସାଇଟ ଓ ସ୍ମଜ ସେଲ ଦେଖାଯାଏ । [୫]

ଚିକିତ୍ସା ଆରମ୍ଭରୁ କେବଳ ସଜାଗ ଅପେକ୍ଷା (en:watchful waiting) କରାଯାଏ ।[୫] ସଂକ୍ରମଣ (Infections) ହେଲେ ତ‌ତକ୍ଷଣାତ୍ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪] ଉଲ୍ଲେଖନୀୟ ଲକ୍ଷଣ ଥିଲେ କେମୋଥେରାପି (chemotherapy) ବା ଇମ୍ମ୍ୟୁନୋଥେରାପି (immunotherapy) ଦିଆଯାଏପାରେ ।[୪] ଅନ୍ୟଥା ସୁସ୍ଥ ଲୋକଙ୍କୁ ଫ୍ଲୁଡାରାବିନ, ସାଇକ୍ଲୋଫସଫାମାଇଡ ବା ରିଟକ୍ସିମାବ ଦିଆଯାଏ ।[୮]

ପୃଥିବୀରେ ସନ ୨୦୧୫ରେ ଏହି ରୋଗରେ ୯୦୪,୦୦୦ ଲୋକ ଆକ୍ରାନ୍ତ ହୋଇଥିଲେ ଓ ୬୦,୭୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୬][୭] ପ୍ରାୟ ୫୦ ବର୍ଷ ବୟସ ପରେ ଏହି ରୋଗ ଆକ୍ରମଣ କରେ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ଏସିଆରେ କମ୍ ଲୋକଙ୍କୁ ଏହି ରୋଗ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ୫ ବର୍ଷ ବଞ୍ଚିବା (Five-year survival) ହାର ପ୍ରାୟ ୮୩% । [୩] ସମୁଦାୟ କର୍କଟ ରୋଗ ମୃତ୍ୟୁର ୧% ଏହି ରୋଗ ଯୋଗୁ ହୁଏ ।[୭]

ଆଧାର[ସମ୍ପାଦନା]

  1. O'Brien, Susan; Gribben, John G. (2008). Chronic Lymphocytic Leukemia (in ଇଂରାଜୀ). CRC Press. p. 19. ISBN 9781420068962.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Chronic Lymphocytic Leukemia Treatment". National Cancer Institute (in ଇଂରାଜୀ). 26 October 2017. Retrieved 19 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ "Chronic Lymphocytic Leukemia - Cancer Stat Facts". seer.cancer.gov (in ଇଂରାଜୀ). Retrieved 20 December 2017.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Kipps, Thomas J.; Stevenson, Freda K.; Wu, Catherine J.; Croce, Carlo M.; Packham, Graham; Wierda, William G.; O'Brien, Susan; Gribben, John; Rai, Kanti (2017-01-19). "Chronic lymphocytic leukaemia". Nature Reviews Disease Primers (in ଇଂରାଜୀ). 3: 16096. doi:10.1038/nrdp.2016.96. ISSN 2056-676X. PMC 5336551. PMID 28102226.
  5. ୫.୦ ୫.୧ ୫.୨ ୫.୩ ୫.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 750. ISBN 9780323529570.
  6. ୬.୦ ୬.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  7. ୭.୦ ୭.୧ ୭.୨ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  8. Hallek, M (September 2017). "Chronic lymphocytic leukemia: 2017 update on diagnosis, risk stratification, and treatment". American journal of hematology. 92 (9): 946–965. doi:10.1002/ajh.24826. PMID 28782884.

ଆହୁରି ଦେଖନ୍ତୁ[ସମ୍ପାଦନା]