Jump to content

କ୍ଲୋରାମ୍ବୁସିଲ

ଉଇକିପିଡ଼ିଆ‌ରୁ
କ୍ଲୋରାମ୍ବୁସିଲ
Clinical data
Trade namesLeukeran, others
AHFS/Drugs.commonograph
MedlinePlusa682899
Pregnancy
category
  • US: D (Evidence of risk)
    Routes of
    administration
    by mouth
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability?
    MetabolismLiver
    Elimination half-life1.5 hours
    ExcretionN/A
    Identifiers
    • 4-[bis(2-chlorethyl)amino]benzenebutanoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.005.603 Edit this at Wikidata
    Chemical and physical data
    FormulaC14H19Cl2NO2
    Molar mass304.212 g/mol
    3D model (JSmol)
    • c1cc(ccc1CCCC(=O)O)N(CCCl)CCCl
    • InChI=1S/C14H19Cl2NO2/c15-8-10-17(11-9-16)13-6-4-12(5-7-13)2-1-3-14(18)19/h4-7H,1-3,8-11H2,(H,18,19) checkY
    • Key:JCKYGMPEJWAADB-UHFFFAOYSA-N checkY
      (verify)

    କ୍ଲୋରାମ୍ବୁସିଲ (ଇଂରାଜୀ ଭାଷାରେ Chlorambucil, ବିକ୍ରୟ ନାମ ଲିଉକେରାନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia ବା ସିଏଲଏଲ), ହଜକିନସ ଲିମ୍ଫୋମାନନ୍-ହଜକିନସ ଲିମ୍ପୋମା (non-Hodgkin lymphoma) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । [] ସିଏଲଏଲ ରୋଗରେ ଏହା ପସନ୍ଦ‌ଯୋଗ୍ୟ ଔଷଧ । ଏହା ପାଟିରେ ଦିଆଯାଏ ।[]

    କ୍ଲୋରାମ୍ବୁସିଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଅଧିକ କର୍କଟ ରୋଗ ସଙ୍କଟ, ବନ୍ଧ୍ୟାତ୍ୱ (infertility) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ହାନୀ ହୁଏ । କ୍ଲୋରାମ୍ବୁସିଲ ଏକ ଆଲକିଲେଟିଙ୍ଗ ଏଜେଣ୍ଟ (alkylating agent) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ (DNA) ଓ ଆରଏନଏ (RNA) ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    କ୍ଲୋରାମ୍ବୁସିଲ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୧୧.୮୭ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହାର ଏକ ମାସ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୪୫.୮୪ ପାଉଣ୍ଡ ।[] ଏହା ପ୍ରଥମେ ନାଇଟ୍ରୋଜେନ ମସ୍ଟାର୍ଡ଼ରୁ (nitrogen mustard) ପ୍ରସ୍ତୁତ କରାଯାଇଥିଲା ।[]

    1. "Chlorambucil". National Cancer Institute. 17 September 2014. Retrieved 19 December 2016.
    2. 1 2 3 4 "Chlorambucil". The American Society of Health-System Pharmacists. Retrieved 8 December 2016.
    3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    4. "Chlorambucil". International Drug Price Indicator Guide. Retrieved 8 December 2016.[permanent dead link]
    5. British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.