ପ୍ଲୀହା

ଉଇକିପିଡ଼ିଆ‌ରୁ
Spleen
Spleen
Laparoscopic view of a horse's spleen (the purple and grey mottled organ)
ଲାଟିନ ଭାଷାରେ Lien (Greek: Splen)
Gray's subject #278 1282
ଧମନୀ Splenic artery
ଶିରା Splenic vein
ସ୍ନାୟୁ Splenic plexus
Precursor Mesenchyme of dorsal mesogastrium
MeSH Spleen
Dorlands/Elsevier Spleen

ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗnରୁ[୧] ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୂପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକାପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ [୨]। ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହାଦ୍ୱାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ୱାରା ବହିଷ୍କୃତ ହୁଏ[୩] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।
ଏହାର ଶ୍ୱେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । ୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ [୪]। ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି [୪][୫][୬]। ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ [୭]।।
ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ୱରେ ଥାଏ, ଏହା ଦେଖିବାକୁ ମାଟିଆ [୩][୮]

ଗଠନ[ସମ୍ପାଦନା]

ପ୍ଲୀହାର ଲମ୍ବ ସୁସ୍ଥ ଲୋକ ଦେହରେ ୭ ସେ.ମି.ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମ[୯]ରୁ ୨୦୦ ଗ୍ରାମ[୧୦] ଥାଏ । ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି । ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ବ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ ।
ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ । ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ । ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ । ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ । ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ ।

କାର୍ଯ୍ୟ[ସମ୍ପାଦନା]

Micrograph of splenic tissue showing the red pulp (red), white pulp (blue) and a thickened inflamed capusule (mostly pink - top of image). H&E stain.
କ୍ଷେତ୍ର କାର୍ଯ୍ୟ ସଂଯୋଜନ
ଲାଲ ପଲ୍ପ ଲୋହିତ ରକ୍ତ କଣିକାମାନଙ୍କର ମେକାନିକାଲ ଫିଲଟ୍ରେସନ ହୁଏ । ମୂଷାଙ୍କର ଏଠାରେ ମୋନୋସାଇଟ ରିଜର୍ଭ ଥାଏ । [୪]
ଧଳା ପଲ୍ପ ହ୍ୟୁମୋରାଳ ଓ ଜୀବକୋଷ ମାଧ୍ୟମରେ ଇମମୁନିତି Composed of nodules, called ମାଲଫିଜିଆନ କରପସଲ These are composed of:

ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ

  • ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ ।
  • ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ । ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ । ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ । ଏହା ଲିମ୍ଫୋସାଇଟ ତିଆରି କରେ ।
  • ଏଠାରେ ଲୋହିତ ରକ୍ତ କଣିକାଲିମ୍ଫୋସାଇଟ ଷ୍ଟୋର ହୋଇ ରହେ । ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ [୧୧]। ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ [୧୨]। ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।

ରୋଗ ଅବସ୍ଥାରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. σπλήν, Henry George Liddell, Robert Scott, A Greek-English Lexicon, on Perseus Digital Library
  2. Spleen, Internet Encyclopedia of Science
  3. ୩.୦ ୩.୧ Mebius, RE; Kraal, G (2005). "Structure and function of the spleen". Nature reviews. Immunology. 5 (8): 606–16. doi:10.1038/nri1669. PMID 16056254.
  4. ୪.୦ ୪.୧ ୪.୨ Swirski, FK; Nahrendorf, M; Etzrodt, M; Wildgruber, M; Cortez-Retamozo, V; Panizzi, P; Figueiredo, JL; Kohler, RH; Chudnovskiy, A; Waterman, P; Aikawa, E; Mempel, TR; Libby, P; Weissleder, R; Pittet, MJ (2009). "Identification of splenic reservoir monocytes and their deployment to inflammatory sites". Science. 325 (5940): 612–6. doi:10.1126/science.1175202. PMC 2803111. PMID 19644120.
  5. Jia, T; Pamer, EG (2009). "Immunology. Dispensable but not irrelevant". Science. 325 (5940): 549–50. doi:10.1126/science.1178329. PMC 2917045. PMID 19644100.
  6. Finally, the Spleen Gets Some Respect By NATALIE ANGIER, The New York Times, August 3, 2009
  7. Brender, MD, Erin; Allison Burke, MA, illustrator, Richard M. Glass, MD, editor (2005-11-23). "Spleen Patient Page" (PDF). Journal of the American Medical Association. American Medical Association. 294 (20): 2660. doi:10.1001/jama.294.20.2660. PMID 16304080. Retrieved 2008-03-20. {{cite journal}}: |author2= has generic name (help)CS1 maint: multiple names: authors list (link)
  8. Loscalzo, Joseph; Fauci, Anthony S.; Braunwald, Eugene; Dennis L. Kasper; Hauser, Stephen L; Longo, Dan L. (2008). Harrison's principles of internal medicine. McGraw-Hill Medical. ISBN 978-0-07-146633-2.{{cite book}}: CS1 maint: multiple names: authors list (link)
  9. eMedicine > Splenomegaly Author: David J Draper. Coauthor(s): Ronald A Sacher, Emmanuel N Dessypris, Lewis J Kaplan. Updated: Oct 4, 2009
  10. Spielmann, Audrey L.; David M. DeLong, Mark A. Kliewer (1 January 2005). "Sonographic Evaluation of Spleen Size in Tall Healthy Athletes". American Journal of Roentgenology. American Roentgen Ray Society. 2005 (184): 45–49. doi:10.2214/ajr.184.1.01840045. PMID 15615949. Retrieved 2008-09-09.
  11. Carey, Bjorn (May 5, 2006). "Horse science: What makes a Derby winner - Spleen acts as a 'natural blood doper,' scientist says". MSNBC.com. Retrieved 2006-05-09.
  12. "Spleen: Information, Surgery and Functions". Childrens Hospital of Pittsburgh - Chp.edu. 2010-11-17. Retrieved 2011-04-03.