କଭି ଖୁସି କଭି ଗମ୍

ଉଇକିପିଡ଼ିଆ‌ରୁ
କଭି ଖୁସି କଭି ଗମ୍
ନିର୍ଦ୍ଦେଶକକରଣ ଜୋହର
ପ୍ରଯୋଜକୟଶ ଜୋହର
ଚିତ୍ରନାଟ୍ୟକରଣ ଜୋହର, ଶିନା ପାରିଖ
କଳାକାରଅମିତାଭ ବଚ୍ଚନ, ଜୟା ବଚ୍ଚନ, ସାହାରୁଖ ଖାଁ, କାଜଲ,ହ୍ରିତିକ ରୋଶନ
ସଙ୍ଗୀତଜତୀନ ଲଳିତ, ଆଦେଶ ଶ୍ରିବାସ୍ତବ, ସନ୍ଦେଶ ସାଣ୍ଡିଲ୍ୟ
ଚିତ୍ରଗ୍ରହଣକିରଣ ଦେଓହଂସ
ସମ୍ପାଦକସଞ୍ଜୟ ସଙ୍କଲା
ବିତରକୟଶରାଜ ଫିଲ୍ମସ୍
ମୁକ୍ତିଲାଭ ତାରିଖ
ଡିସେମ୍ବର ୧୪, ୨୦୦୧
କଥାଚିତ୍ରର ସମୟ
୨୧୦ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

କଭି ଖୁସି କଭି ଗମ୍ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ ପାରିବାରିକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସାହାରୁଖ ଖାଁ, କାଜଲ,ହ୍ରିତିକ ରୋଶନ ଇତ୍ୟାଦି । ଚଳଚ୍ଚିତ୍ରରେ ସଂଗୀତ ପରିଚାଳନା କରିଛନ୍ତି ଜତୀନ-ଲଳିତ ଜୋଡି, ସନ୍ଦେଶ ସାଣ୍ଡିଲ୍ୟ ଏବଂ ଆଦେଶ ଶ୍ରୀବାସ୍ତବ । ସଂଗୀତର ବୋଲ ଲେଖିଛନ୍ତି ସମୀର ଓ ଅନୀଲ ପାଣ୍ଡେ ।[୧]

ଇଜିପ୍ଟ,, ଯୁକ୍ତ ରାଜ୍ୟର ବଂକିଙ୍ଗହାମ ପେଲେସ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି ୧୪ ଡିସେମ୍ବର ୨୦୦୧ରେ ମୁକ୍ତିଲାଭ କରିଥିଲା ।[୨]

କାହାଣୀ[ସମ୍ପାଦନା]

ୟଶୋବର୍ଦ୍ଧନ ୟଶ ରାୟଚାନ୍ଦ (ଅମିତଭ ବଚ୍ଚନ ଅଭିନୀତ) ଜଣେ ବଡ଼ ବ୍ୟବସାୟୀ । ସେ ନିଜ ସ୍ତ୍ରୀ ନନ୍ଦିନୀ (ଜୟା ବଚ୍ଚନ ଅଭିନୀତ) ଏବଂ ଦୁଇ ପୁଅ ରାହୁଲ(ସାହାରୁଖ ଅଭିନୀତ) ଏବଂ ରୋଶନ (ହ୍ରିତିକ ଅଭିନୀତ) ସହ ଦିଲ୍ଲୀରେ ରହନ୍ତି । ବଡ଼ପୁଅ ରାହୁଲ ପ୍ରକୃତରେ ୟଶ ଏବଂ ନନ୍ଦିନୀଙ୍କଦ୍ୱାରା ଜନ୍ମରୁ ପୋଷ୍ୟପୁତ୍ର ରୂପେ ଗୃହୀତ । ଏକଥା ୟଶ ପରିବାରରେ କେବଳ ରୋଶନ (ସାନପୁଅ) ବ୍ୟତୀତ ଅନ୍ୟ ସମସ୍ତେ ଜାଣନ୍ତି । ୟଶ ପରିବାର ପରମ୍ପରା ତଥା ଆଦର୍ଶକୁ ଅତ୍ୟନ୍ତ ଗୁରୁତ୍ୱ ଦିଅନ୍ତି ।

ସମୟ ଗଡିଚାଲେ । ରାହୁଲ, ଅଞ୍ଜଳୀ ନାମକ ଏକ ଝିଅ (କାଜଲ ଅଭିନୀତ) ସଂସ୍ପର୍ଶରେ ଆସେ ଏବଂ ତାରି ପ୍ରେମରେ ପଡିଯାଏ । ତେବେ ଅଞ୍ଜଳୀ ନିମ୍ନ ମଧ୍ୟବିତ୍ତ ପରିବାରରୁ ହୋଇଥିବାରୁ ରାହୁଲର ପିତାମାତା ରାହୁଲକୁ ଏଥିରୁ ନିବୃତ କରନ୍ତି । ୟଶ ରାୟଚାନ୍ଦ ପରିବାରର ପରମ୍ପରା ଅନୁସାରେ ରାହୁଲର ଜୀବନସାଥି ଭାବେ ନୈନା (ରାଣୀ ମୁଖାର୍ଜୀ)କୁ ପସନ୍ଦ କରନ୍ତି ଏବଂ ନୈନାକୁ ବୋହୁ କରିବା ଅଭିଳାଷ ବ୍ୟକ୍ତ କରନ୍ତି । ନୈନା ଯେତେବେଳେ ଜାଣେ ଯେ ରାହୁଲ ବାସ୍ତବରେ ଅଞ୍ଜଳୀକୁ ଭଲ ପାଇବସିଛି, ସେ ରାହୁଲକୁ ଅଞ୍ଜଳୀକୁ ହିଁ ଜୀବନସାଥି କରିବା ପାଇଁ ଆଗେଇ ଯିବାକୁ ପ୍ରବର୍ତ୍ତାଏ ।

ୟଶ ରାୟଚାନ୍ଦ ଏକଥା ଜାଣିବାପରେ ଭୀଷଣ ଭାବେ ରାଗନ୍ତି । ତେବେ ବାପାଙ୍କୁ ଖୁସି କରିବାକୁ ଯାଇ ରାହୁଲ ଅଞ୍ଜଳୀକୁ ବିବାହ ନ କରିବା ପ୍ରତିଶ୍ରୁତି ଦେଇଦିଏ । ତେବେ ଏକଥା ଅଞ୍ଜଳିକୁ ଜଣାଇବାକୁ ଯାଇ ଦେଖେ ତ, ଅଞ୍ଜଳୀର ପିତାଙ୍କ (ଆଲୋକନାଥ ଅଭିନୀତ) ମୃତ୍ୟୁ ହୋଇଯାଇଛି । ଏଭଳି ସ୍ଥଳେ ସେ ପୂର୍ବ ପ୍ରତିଶ୍ରୁତିରୁ ଓହରିଯାଇ ପୁଣି ଅଞ୍ଜଳୀକୁ ବାହା ହୋଇଯାଏ । ୟଶ ରାୟଚାନ୍ଦ ଏହି ବିବାହ କଥା ଜାଣିବା ପରେ ରାହୁଲକୁ ତ୍ୟେଜ୍ୟପୁତ୍ର କରି ସମସ୍ତ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ କରିଦିଅନ୍ତି । ମାଆ ନନ୍ଦିନି କିନ୍ତୁ ରାହୁଲକୁ ନିଜ ସ୍ନେହରୁ ମୁକ୍ତି ଦେଇପାରନ୍ତି ନାହିଁ । ସେ ସଯୀଦା (ଫରିଦା ଜଲାଲ ଅଭିନୀତ)କୁ ପଠାଇ ରାହୁଲ ପ୍ରତି ନଜର ରଖି ତାର ସମସ୍ତ ସୁବିଧା ଅସୁବିଧାରେ ସାହାଯ୍ୟ କରିବାକୁ କହନ୍ତି । ରାହୁଲ ତେଣେ ବୋର୍ଡିଙ୍ଗ ସ୍କୁଲରେ ରୋହନକୁ ମିଶି ଅନୁରୋଧ କରେ କି ସେ ରାହୁଲ କଥା ନ ଭାବି ଯେପରି ମାଅଙ୍କର ସମସ୍ତ ଯତ୍ନ ନେଉ ।

ବହୁ ଘାତ ପ୍ରତିଘାତ ତଥା ଅନେକ ରୋଚକ ମୋଡ ଦେଇ କାହାଣୀ ଗତି କରିବାପରେ ରାୟଚାନ୍ଦ ପରିବାର ନିଜର ଭୁଲ ସୁଧାରି ରାହୁଲ ଏବଂ ଅଞ୍ଜଳୀକୁ ନିଜ ପରିବାରର ଗ୍ରହଣ କରନ୍ତି । ଏହିପରି ଭାବେ କାହାଣିର ଏକ ସୁଖଦ ଅନ୍ତ ଘଟିଛି ।

ଚରିତ୍ର[ସମ୍ପାଦନା]

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଫରିଦା ଜଲାଲ, ଆଲୋକନାଥ, ଜୁଗଳ ହଂସରାଜ ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
କଭି ଖୁସି କଭି ଗମ୍ ଲତା ମଙ୍ଗେସକର ୭ ମିନିଟ୍ ୫୫ ସେକେଣ୍ଡ
ବୋଲେ ଚୁଡିୟାଁ କବିତା କେ ସୁବ୍ରମନିୟମ, ଆଲ୍‌କା ୟାଗ୍ନିକ୍‌ ୬ ମିନିଟ୍ ୫୦ ସେକେଣ୍ଡ
ୟୁ ଆର ମାଇ ସୋନିୟେ ଆଲ୍‌କା ୟାଗ୍ନିକ୍‌, ସୋନୁ ନିଗମ ୫ ମିନିଟ୍ ୪୫ ସେକେଣ୍ଡ
ସୂରଜ ହୁଆ ମାଧମ୍ ଆଲ୍‌କା ୟାଗ୍ନିକ୍‌, ସୋନୁ ନିଗମ ୭ ମିନିଟ୍ ୦୮ ସେକେଣ୍ଡ
ସେ ସାଭା ସାଭା ଆଲ୍‌କା ୟାଗ୍ନିକ୍‌, ସୁନିଧି ଚୌହାନ ୬ ମିନିଟ୍ ୫୦ ସେକେଣ୍ଡ
ୟେ ଲଡକା ହାଇ ଅଲ୍ଲା ଆଲ୍‌କା ୟାଗ୍ନିକ୍‌, ଉଦିତ ନାରାୟଣ ୫ ମିନିଟ୍ ୨୮ ସେକେଣ୍ଡ
କଭି ଖୁସି କଭି ଗମ୍(ଦୁଃଖ ଭରା) ସୋନୁ ନିଗମ ୧ ମିନିଟ୍ ୫୩ ସେକେଣ୍ଡ
ଦିୱାନା ହୈ ଦେଖୋ ସୋନୁ ନିଗମ, ଆଲ୍‌କା ୟାଗ୍ନିକ୍‌ ୫ ମିନିଟ୍ ୪୬ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ଅଭିନେତ୍ରୀ(କାଜଲ), ଶ୍ରେଷ୍ଠ ସହ ଅଭିନେତ୍ରୀ (ଜୟା ବଚ୍ଚନ)[୩]
  • ସ୍କ୍ରୀନ ଆୱାର୍ଡ --- ଶ୍ରେଷ୍ଠ ଅଭିନେତ୍ରୀ(କାଜଲ)
  • ଆଇଫା ଆୱାର୍ଡ --- ଶ୍ରେଷ୍ଠ ସହ ଅଭିନେତ୍ରୀ (ଜୟା ବଚ୍ଚନ), ଶ୍ରେଷ୍ଠ କଳା ନିର୍ଦ୍ଦେଶନା (ଶର୍ମିଷ୍ଠା ରାୟ)

ଆଧାର[ସମ୍ପାଦନା]

  1. "Then and now: Kabhi Khushi Kabhie Gham". Retrieved 30 May 2018.
  2. "Kabhi Khushi Kabhie Gham". Retrieved 31 May 2018.
  3. "Kabhi Khusi Kabhi Gham". Retrieved 30 May 2018.

ବାହାର ଆଧାର[ସମ୍ପାଦନା]