କାଜଲ

ଉଇକିପିଡ଼ିଆ‌ରୁ
କାଜଲ
୨୦୧୪ର ଏକ କାର୍ଯ୍ୟକ୍ରମରେ କାଜଲ
Born
କାଜଲ ମୁଖାର୍ଜୀ

(1974-08-05) ୫ ଅଗଷ୍ଟ ୧୯୭୪ (ବୟସ ୪୯)
Occupationଅଭିନେତ୍ରୀ
Years active୧୯୯୨ – ଏବେଯାଏଁ
Spouse
(m. ୧୯୯୯)
Children
Parent(s)ଶୋମୁ ମୁଖାର୍ଜୀ
ତନୁଜା ସମର୍ଥ

କାଜଲ (ଜନ୍ମ: କାଜଲ ମୁଖାର୍ଜୀ; ୫ ଅଗଷ୍ଟ ୧୯୭୪) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି । କାଜଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତ୍ରୀ ତନୁଜା ସମର୍ଥ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ଶୋମୁ ମୁଖାର୍ଜୀଙ୍କର ଝିଅ ।[୧][୨][୩] ସେ ୬ଟି ଫିଲ୍ମ‌ଫେୟାର ପୁରସ୍କାର ଜିତିଛନ୍ତି । ହିନ୍ଦୀ କଥାଚିତ୍ର ଜଗତରେ ନାରୀ ଅଭିନେତ୍ରୀ ଭାବରେ ସବୁଠାରୁ ଅଧିକ ଫିଲ୍ମ‌ଫେୟାର ପୁରସ୍କାର କାଜଲ ଜିତିଛନ୍ତି । ୨୦୧୧ ମସିହାରେ ଭାରତ ସରକାର କାଜଲଙ୍କୁ ଭାରତର ୪ର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୪] ୨୦୦୬ରେ ଯୁକ୍ତରାଷ୍ଟ୍ର ଆମରିକାରେ ବଲିଉଡ୍ କିମ୍ବଦନ୍ତୀ ଭାବରେ କାଜଲର ମୂର୍ତ୍ତି ସ୍ଥାପନ କରାଯାଇଥିଲା ।[୫]

କାଜଲ ୧୯୯୨ ମସିହାରେ ହିନ୍ଦୀ କଥାଚିତ୍ର ବେଖୁଦି ଜରିଆରେ ଅଭିନୟ ଆରମ୍ଭ କରିଥିଲେ[୬] ଏବଂ ୧୯୯୩ ମସିହାର ଚଳଚ୍ଚିତ୍ର ବାଜିଗର ତାଙ୍କର ପ୍ରଥମ ସଫଳତମ ଚଳଚ୍ଚିତ୍ର ଥିଲା ।[୭] ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଶାହାରୁଖଙ୍କ ସ‌ହ ଅଭିନୟ କରିଥିଲେ ।[୮] କାଜଲ ବେଖୁଦୀ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ତାଙ୍କର ପାଠପଢ଼ା ବନ୍ଦ କରିଥିଲେ ଏବଂ ଚଳଚ୍ଚିତ୍ରକୁ ନିଜର ପେଶା ଭାବରେ ଆପଣେଇନେଇଥିଲେ ।[୯] ଏହାପରେ ସେ ୧୯୯୪ର ୟେଃ ଦିଲ୍ଲାଗି[୧୦], ୧୯୯୭ର ଇସ୍କ[୧୧], ୧୯୯୮ର ପ୍ୟାର୍ କିୟା ତୋ ଡର୍‌ନା କ୍ୟା, ପ୍ୟାର୍ ତୋ ହୋନା ହି ଥା[୧୨], ୧୯୯୯ ମସିହାର ହମ୍ ଆପ୍‌କେ ଦିଲ୍‌ମେ ରହେତେ ହେଁ[୧୩] ଆଦି ସଫଳ ଚଳଚ୍ଚିତ୍ରର ଅଭିନୟ କରି ଅନେକ ପ୍ରଶଂସା ସାଉଁଣ୍ଟିଥିଲେ । ୧୯୯୭ର ଚଳଚ୍ଚିତ୍ର ଗୁପ୍ତ: ଦ ହିଡେନ୍ ଟ୍ରୁଥ୍‌ରେ କାଜଲ ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ[୧୪] ଏବଂ ଏହି ଚଳଚ୍ଚିତ୍ର ପାଇଁ ସେ ସମାଲୋଚିତ ହୋଇଥିଲେ[୧୫] ମଧ୍ୟ ଫିଲ୍ମ‌ଫେୟାରରେ ତାଙ୍କୁ ଶ୍ରେଷ୍ଠ ଖଳନାୟିକା ପୁରସ୍କାର ମିଳିଥିଲା ।[୧୬]

ଏହାପରେ କାଜଲ ଶାହାରୁଖ ଖାଁଙ୍କ ସ‌ହିତ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୫ ମସିହାର ଦିଲ୍‌ବାଲେ ଦୁଲ୍ହନିଆଁ ଲେ ଯାଏଙ୍ଗେ[୧୭], ୧୯୯୮ର କୁଛ୍ କୁଛ୍ ହୋତା ହେ[୧୮][୧୯], ୨୦୦୧ର କଭି ଖୁସି କଭି ଗମ୍[୨୦], ୨୦୧୦ର ମାଇଁ ନେମ୍ ଇଜ୍ ଖାନ୍[୧୭] ଆଦି ଚଳଚ୍ଚିତ୍ରରେ ସେ ଶାହାରୁଖଙ୍କ ସ‌ହ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏଥିସ‌ହିତ ୨୦୦୬ ମସିହାରେ ଅମିର ଖାଁଙ୍କ ସ‌ହ କାଜଲଙ୍କର ଚଳଚ୍ଚିତ୍ର ଫନା ମଧ୍ୟ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଆଣିଦେଇଥିଲା ।[୨୧] [୨୨] ୨୦୧୫ ମସିହାରେ କାଜଲ ଏବଂ ଶାହାରୁଖଙ୍କର ଚଳଚ୍ଚିତ୍ର ଦିଲ୍‌ବାଲେ ତାଙ୍କର ଅନ୍ୟ ସମସ୍ତ ଚଳଚ୍ଚିତ୍ରଠାରୁ ଅଧିକ ଆୟ କରିଥିଲା ।[୨୩][୨୪] କାଜଲ ହିନ୍ଦୀ କଥାଚିତ୍ର ବ୍ୟତୀତ ଦୁଇଟି ତାମିଲ କଥାଚିତ୍ର ଏବଂ ଗୋଟିଏ ଆନିମେସନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ବ୍ୟତୀତ କାଜଲ ଅନେକ ସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ସେ ଜଣେ ସମାଜସେବୀ ଭାବରେ ବିଧାବା ଏବଂ ଶିଶୁମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି[୨୫] ଏବଂ ୨୦୦୮ ମସିହାରେ ତାଙ୍କୁ ଏହି କାର୍ଯ୍ୟ ପାଇଁ କର୍ମ‌ବୀର ପୁରସ୍କାର ମିଳିଥିଲା ।[୨୬] କାଜଲ ଜି ଟିଭିର କାର୍ଯ୍ୟକ୍ରମ ରକ୍-ଏନ୍-ରୋଲ୍ ଫ୍ୟାମିଲିରେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨୭] ସେ ଅଜୟ ଦେବଗନଙ୍କର ପ୍ରଯୋଜନା ସଂସ୍ଥା ଦେବଗନ ଏଣ୍ଟରଟେନମେଣ୍ଟ ଆଣ୍ଡ ସଫ୍ଟଓୟାର ଲିମିଟେଡ୍‌ର ପରିଚାଳିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୨୮] କାଜଲ ୧୯୯୯ ମସିହାରେ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଥିଲେ ।[୨୯] କାଜଲଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।[୩୦][୩୧][୩୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ବେଖୁଦୀ
  • ବାଜିଗର
  • ଉଧାର କି ଜିନ୍ଦେଗି
  • ୟେଃ ଦିଲ୍ଲାଗୀ
  • କରଣ ଅର୍ଜୁନ
  • ତାକତ୍
  • ହଲ୍‌ଚଲ୍
  • ଗୁଣ୍ଡାରାଜ୍
  • ଦିଲ୍‌ବାଲେ ଦୁଲ୍ହନିଆ ଲେଯାଏଙ୍ଗେ
  • ବମ୍ବାଇ କା ବାବୁ
  • ଗୁପ୍ତ: ଦ ହିଡେନ୍ ଟ୍ରୁଥ୍
  • ହମେଶା
  • ମିନ୍‌ସାରା କନ୍ନାବୁ (ତାମିଲ ଚଳଚ୍ଚିତ୍ର)
  • ଇସ୍କ
  • ପ୍ୟାର୍ କିୟା ତୋ ଡର୍‌ନା କ୍ୟା
  • ଡୁପ୍ଲିକେଟ୍
  • ଦୁସ୍ମନ୍
  • ପ୍ୟାର୍ ତୋ ହୋନା ହି ଥା
  • କୁଛ୍ କୁଛ୍ ହୋତା ହୈ
  • ଦିଲ୍ କ୍ୟା କରେ
  • ହମ୍ ଆପ୍‌କେ ଦିଲ୍‌ ମେଁ ରେହେତେ ହେଁ
  • ହୋତେ ହୋତେ ପ୍ୟାର୍ ହୋ ଗୟା
  • ରାଜୁ ଚାଚା
  • କୁଛ୍ ଖଟି କୁଛ୍ ମିଠି
  • କଭି ଖୁସି କଭି ଗମ୍
  • କଲ୍‌ ହୋ ନା ହୋ
  • ଫନା
  • କଭି ଅଲ୍‌ବିଦା ନା କେହେନା
  • ଓମ୍ ଶାନ୍ତି ଓମ୍
  • ୟୁ ମି ଔର୍ ହମ୍
  • ହାଲ୍-ଏ-ଦିଲ୍
  • ରବ୍‌ନେ ବନାଦି ଯୋଡ଼ି
  • ମାଇଁ ନେମ୍ ଇଜ୍ ଖାନ୍
  • ଉଇ ଆର୍ ଫ୍ୟାମିଲି
  • ତୁନ୍‌ପୁର୍‌କା ସୁପର ହିରୋ
  • ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍
  • ଦିଲ୍‌ବାଲେ
  • ବେଲାଇଲ୍ଲା ପଟ୍ଟାଦେରୀ ୨ (ତାମିଲ କଥାଚିତ୍ର)
  • ଜିରୋ
  • ଏଇଲା

ଆଧାର[ସମ୍ପାଦନା]

  1. R. Rahman A.K. Thakur (1 January 2009). Women Entrepreneurship. Deep & Deep Publications. p. 109. ISBN 978-81-8450-165-0. Archived from the original on 30 December 2016. Retrieved 1 June 2012.
  2. Varma, Anuradha (14 June 2009). "In Bollywood, everyone's related!". The Times of India. Archived from the original on 15 July 2012. Retrieved 2 June 2012.
  3. "Waking up Ayan". MidDay. 12 August 2008. Archived from the original on 3 April 2012. Retrieved 12 January 2012.
  4. "Padma awards go filmy". Hindustan Times. 2 April 2011. Archived from the original on 25 January 2013. Retrieved 12 August 2011.
  5. Banerjee, Akanksha (16 September 2006). "Kajol, Hrithik on London streets". IBNLive. Archived from the original on 4 November 2012. Retrieved 25 September 2012.
  6. Ramesh Dawar (1 January 2006). Bollywood Yesterday-Today-Tomorrow. Star Publications. p. 62. ISBN 978-1-905863-01-3. Archived from the original on 3 January 2014. Retrieved 5 June 2012.
  7. Bollywood News Service (1 February 2008). "You, me aur Kajol". The Hindu. Archived from the original on 29 August 2008. Retrieved 30 May 2009.
  8. Ravi Vasudevan (2000). Making meaning in Indian cinema. Oxford University Press. p. 256. ISBN 978-0-19-564545-3. Archived from the original on 30 December 2016. Retrieved 5 June 2012.
  9. Bamzai, Kaveree (22 May 2006). "Return of the natural". India Today. Archived from the original on 5 October 2013. Retrieved 2 June 2012.
  10. Karen McNally (16 December 2010). Billy Wilder, Movie-Maker: Critical Essays on the Films. McFarland. p. 216. ISBN 978-0-7864-4211-9. Archived from the original on 27 June 2014. Retrieved 5 June 2012.
  11. "Box Office 1997". BoxOfficeIndia.com. Archived from the original on 11 January 2012. Retrieved 10 January 2007.
  12. "Box Office 1998". BoxOfficeIndia.Com. Archived from the original on 22 January 2008. Retrieved 10 January 2007.
  13. "Box Office 1999". BoxOfficeIndia.Com. Archived from the original on 8 July 2011. Retrieved 10 January 2007.
  14. Rajendran, Girija (17 August 2001). "A complete change of scene". The Hindu. Archived from the original on 8 January 2014. Retrieved 31 May 2012.
  15. Shantanu Ray Chaudhuri; Prashanto Kumar Nayak (2005). Icons from Bollywood. Puffin Books. p. 155. Archived from the original on 19 March 2015. Retrieved 5 June 2012.
  16. "The life and times of Kajol". NDTV. 29 July 2009. Archived from the original on 12 July 2012. Retrieved 31 May 2012.
  17. ୧୭.୦ ୧୭.୧ "Kajol: Awards & Nominations". Bollywood Hungama. Archived from the original on 4 December 2009. Retrieved 23 July 2010.
  18. "Top Lifetime Grossers Worldwide". BoxOfficeIndia.Com. Archived from the original on 22 December 2010. Retrieved 26 December 2010.
  19. "Overseas Earnings (Figures in Ind Rs)". BoxOfficeIndia.Com. Archived from the original on 7 February 2008. Retrieved 10 January 2008.
  20. "Filmfare — Print Edition: Best Actress (Kajol)". Filmfare. April 2002. Archived from the original on 22 February 2014. Retrieved 3 May 2012.
  21. Verma, Sukanya (29 December 2001). "Top Bollywood actresses of 2001". Rediff.com. Archived from the original on 22 October 2012. Retrieved 5 June 2012.
  22. "Top Bollywood actresses of 2006". Rediff.com. 18 December 2006. Archived from the original on 3 March 2016. Retrieved 5 June 2012.
  23. Bhattacharya, Ananya (27 December 2015). "Dilwale vs Bajirao Mastani box office collection: Ranveer-Deepika's film crosses Rs 100 cr, SRK-Kajol unimpressive". India Today. Archived from the original on 28 December 2015. Retrieved 28 December 2015.
  24. "Nominations for the 61st Britannia Filmfare Awards". Filmfare. 11 January 2016. Archived from the original on 30 March 2016. Retrieved 11 January 2016.
  25. IANS (10 December 2011). "Every child deserves education, says Kajol". Yahoo! Today. Archived from the original on 18 October 2015. Retrieved 4 June 2012.
  26. "Kajol to receive the 'Karamveer Puraskar' award". Sify. 26 November 2008. Archived from the original on 31 March 2014. Retrieved 12 August 2011.
  27. "Ajay Devgan, Kajol join reality show bandwagon". DNA. 16 March 2008. Retrieved 4 June 2012.
  28. Choudhary, Anuradha (December 2000). "Filmfare -Print Edition: Lights! Action! Kajol!". Filmfare. Archived from the original on 9 November 2013. Retrieved 4 June 2012.
  29. Srnivasan, V.S. (25 February 1999). "Quietly were they wed". Rediff. Archived from the original on 8 March 2012. Retrieved 4 June 2012.
  30. "Kajol delivers baby girl". The Times of India. 20 April 2003. Archived from the original on 2 October 2013. Retrieved 4 June 2012.
  31. "Kajol, Ajay welcome baby boy". The Times of India. 13 September 2010. Archived from the original on 2 October 2013. Retrieved 4 June 2012.
  32. "Mums, listen to your kids!". The Times of India. 9 May 2010. Archived from the original on 10 November 2013. Retrieved 4 June 2012.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ କାଜଲ