ରାଣୀ ମୁଖାର୍ଜୀ

ଉଇକିପିଡ଼ିଆ‌ରୁ
ରାଣୀ ମୁଖାର୍ଜୀ
Rani Mukerji looks directly at the camera
୨୦୧୮ରେ ହିଚିକି ଚଳଚ୍ଚିତ୍ରର ପ୍ରଚାର ବେଳେ ରାଣୀ
Born (1978-03-21) ୨୧ ମାର୍ଚ୍ଚ ୧୯୭୮ (ବୟସ ୪୫)
Nationalityଭାରତୀୟ
Occupationଅଭିନେତ୍ରୀ
Years active୧୯୯୬-ଏବେଯାଏଁ
Spouse
(m. ୨୦୧୪)
Children
Parentରାମ ମୁଖାର୍ଜୀ

ରାଣୀ ମୁଖାର୍ଜୀ (ଜନ୍ମ: ୨୧ ମାର୍ଚ୍ଚ ୧୯୭୮[୧]); ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ପୁରସ୍କାର ଉତ୍ସବରେ ମନୋନୀତ ହୋଇଛନ୍ତି ଏବଂ ବିଜୟୀ ହୋଇଛନ୍ତି । ଏହି ମନୋନୟମ ଏବଂ ବିଜୟ ମଧ୍ୟରେ ସେ ସାତ‌ଥର ଫିଲ୍ମ‌ଫେୟାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଅଭିନୟର ଢଙ୍ଗ ପାରମ୍ପାରିକ ହିନ୍ଦୀ କଥାଚିତ୍ରର ମହିଳାମାନଙ୍କ ପରି ।

ରାଣୀ ଦଶମ ଶ୍ରେଣୀରେ ପଢ଼ିଲାବେଳେ ଓଡ଼ିଶୀ ନୃତ୍ୟ ଶିଖିଥିଲେ ।[୨] ଯଦିଓ ରାଣୀଙ୍କର ପରିବାର ହିନ୍ଦୀ ଚଳଚ୍ଚିତ୍ର ଜଗତ ସ‌ହିତ ଜଡ଼ିତ,[୩][୪] କିନ୍ତୁ ସେ ଆରମ୍ଭରୁ ଚଳଚ୍ଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାକୁ ମନ ବଳାଇନଥିଲେ ।[୫] ମାତ୍ର ପରେ ୧୯୯୬ ମସିହାରେ ସେ ଯେତେବେଳେ କିଶୋରୀ ଥିଲେ, ସେତେବେଳେ ତାଙ୍କର ବାପାଙ୍କର ଗୋଟିର ବଙ୍ଗାଳୀ ଚଳଚ୍ଚିତ୍ର ବିୟେର୍ ଫୁଲ୍‌ରେ ଏକ ଚରିତ୍ର ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।[୬] ଏବଂ ପରେ ୧୯୯୭ ମସିହାରେ ରାଜା କି ଆୟେଗି ବରାତ୍‌ରେ ସେ ମୁଖ୍ଯ ନାୟିକା ଭାବରେ ଅଭିନୟ କରିବାକୁ ରାଜି ହୋଇଥିଲେ ।[୭] ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ମାଆ ତାଙ୍କୁ ବାଧ୍ୟ କରାଇଥିଲେ । ରାଣୀ ଅଭିନୟ ଆରମ୍ଭ କରିବା ଆଗରୁ ପ୍ରଥମେ ପ୍ରଶିକ୍ଷଣ ନେଇଥିଲେ ।[୮] ଏହାପରେ ସେ ଚଳଚ୍ଚିତ୍ର ଜଗତରେ ଜଣେ ପେଶାଦାର ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୯୮ର ହିନ୍ଦୀ କଥାଚିତ୍ର କୁଛ୍ କୁଛ୍ ହୋତା ହୈରେ ସେ ସ‌ହ-ନାୟିକା ଭାବରେ ଅଭିନୟ କରିଥିଲେ[୯] ଏବଂ ଏହି କଥାଚିତ୍ରଟିରେ ତାଙ୍କୁ ଅନେକ ସଫଳତା ମିଳିଥିଲା ।[୧୦][୧୧] ଆରମ୍ଭରୁ ଭଲ ସଫଳତା ମିଳିଥିଲେ ମଧ୍ୟ ପରବର୍ତ୍ତୀ ତିନିବର୍ଷ ରାଣୀଙ୍କର ଚଳଚ୍ଚିତ୍ରଗୁଡ଼ିକ ସେତେଟା ସଫଳତା ପାଇପାରିନଥିଲା । ୨୦୦୨ରେ ୟଶ୍‌ରାଜ୍ ଫିଲ୍ମସ୍‌ର ଚଳଚ୍ଚିତ୍ର ସାଥିୟାରେ ରାଣୀକୁ ବ‌ହୁତ ଭଲ ସଫଳାତା ମିଳିଥିଲା ।[୧୨]

୨୦୦୪ ମସିହା ସୁଦ୍ଧା ରାଣୀ ଜଣେ ସଫଳ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ସ୍ଥାନ ପକ୍କା କରିସାରିଥିଲେ । ସେତେବେଳକୁ ସେ ହମ୍ ତୁମ୍[୧୩], ଯୁବା[୧୪], ବୀର୍‌-ଜାରା[୧୫] ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିଲେ । ୨୦୦୫ର ରାଣୀଙ୍କର ଚଳଚ୍ଚିତ୍ର ବ୍ଲାକ୍[୧୬] ଏବଂ ୨୦୦୬ରେ କଭି ଅଲ୍‌ବିଦା ନା କେହେନା[୧୭][୧୮] ବ‌ହୁତ ସଫଳତା ପାଇଥିଲା । ବ୍ଲାକ୍‌ରେ ସେ ଜଣେ ଅନ୍ଧ, ମୁକ ଏବଂ ବଧିର ନାରୀ ଭୂମିକାରେ ଅଭିନୟ କରିଥିଲେ ।[୧୯] ଏହାପରେ ସେ ୟଶ୍‌ରାଜ ଫିଲ୍ମସ୍‌ର ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ, ମାତ୍ର ସେତେଟା ସଫଳ ହୋଇପାରିଥିଲେ । ଏମିତିକି ସେ ଗୋଟିଏ ପ୍ରଡକ୍ସନ ଏବଂ ସମାନ ଧରଣର ଅଭିନେତାଙ୍କ ସ‌ହ କାମ କରି ସମାଲୋଚିତ ହୋଇଥିଲେ । ଚାରିବର୍ଷ ପରେ ୨୦୧୧ରେ ରାଣୀଙ୍କ ଅଭିନୀତ ଚଳଚ୍ଚିତ୍ର ନୋ ୱାନ୍‌ କିଲ୍‌ଡ୍ ଜେସିକା ସଫଳ ହେବା ସ‌ହ ଭଲ ବ୍ୟବସାୟ କରିଥିଲା ।[୨୦] ପରେ ୨୦୧୪ରେ ସେ ଅମୀର ଖାନ୍‌ଙ୍କ ଚଳଚ୍ଚିତ୍ର ତଲାସ୍‌ରେ ଅଭିନୟ କରିଥିଲେ ।[୨୧] ଏହାପରେ ୨୦୧୪ରେ ମର୍ଦ୍ଦାନୀ[୨୨] ଏବଂ ୨୦୧୮ରେ ହିଚ୍‌କି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୩]

ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ରାଣୀ ଅନେକ ସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ସେ ମ‌ହିଳା ଏବଂ ଶିଶୁ ବିକାଶ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ।[୨୪] ଏହାସ‌ହ ସେ ଅନେକ ମଞ୍ଚ ତ‌ଥା ବାହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ୨୦୦୯ରେ ସେ ଡ୍ୟାନ୍ସ ପ୍ରିମିୟର୍ ଲିଗ୍ ନାମକ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨୫] ରାଣୀ ୨୦୧୪ରେ ଚଳଚ୍ଚିତ୍ର ନିର୍ମାତା ତ‌ଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ ।[୨୬] ଆଦିତ୍ୟ ଏବଂ ରାଣୀଙ୍କର ଗୋଟିଏ ଝିଅ ଅଛି ।[୨୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ବିୟେର୍ ଫୁଲ୍‌
  • ରାଜା କି ଆୟେଗି ବରାତ୍
  • ଗୁଲାମ୍
  • କୁଛ୍ କୁଛ୍ ହୋତା ହୈ
  • ମେହେନ୍ଦି
  • ମନ୍
  • ହେଲୋ ବ୍ରଦର୍
  • ବାଦଲ
  • ହେ ରାମ୍
  • ହଦ୍ କର୍‌ଦି ଆପ୍‌ନେ
  • ବିଛୁ
  • ହର୍ ଦିଲ୍ ଯୋ ପ୍ୟାର୍ କରେଗା
  • କ‌ହିଁ ପ୍ୟାର୍ ନା ହୋ ଯାଏ
  • ଚୋରି ଚୋରି ଚୁପ୍‌କେ ଚୁପ୍‌କେ
  • ବାସ୍ ଇତ୍‌ନା ସା ଖ୍ୱାବ୍ ହୈ
  • ନାୟକ
  • କଭି ଖୁସି କଭି ଗମ୍
  • ପ୍ୟାର୍ ଦିୱାନା ହୋତା ହୈ
  • ମୁଝ୍‌ସେ ଦୋସ୍ତି କରୋଗି
  • ସାଥିୟା
  • ଚାଲୋ ଇସ୍କ ଲଢ଼ାୟୈ
  • ଚୋରି ଚୋରି
  • କୋଲ୍‌କାତା ମେଲ୍
  • କଲ୍ ହୋ ନା ହୋ
  • ଏଲ୍ଓସି କାର୍‌ଗିଲ୍
  • ଯୁବ୍
  • ହମ୍ ତୁମ୍
  • ବୀର୍-ଜାରା
  • ବ୍ଲାକ୍
  • ବଣ୍ଟି ଔର୍ ବବ୍‌ଲି
  • ପ‌ହେଲି
  • ମଙ୍ଗଳ ପାଣ୍ଡେ: ଦ ରାଇଜିଂ
  • କଭି ଅଲ୍‌ବିଦା ନା କେହେନା
  • ବାବୁଲ୍
  • ତାରା ରମ୍ ପମ୍
  • ଲଗା ଚୁନ୍‌ରି ମେଁ ଦାଗ୍
  • ସାବରିଆ
  • ଓମ୍ ଶାନ୍ତି ଓମ୍
  • ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍
  • ରବ୍‌ନେ ବନାଦି ଯୋଡ଼ି
  • ଲକ୍ ବାଏ ଚାନ୍ସ
  • ଦିଲ୍ ବୋଲା ହଡ଼ିପ୍ପା
  • ନୋ ୱାନ୍ କିଲ୍‌ଡ୍ ଜେସିକା
  • ଆଇୟା
  • ତଲାସ୍
  • ବମ୍ବେ ଟକିଜ୍
  • ମର୍ଦ୍ଦାନୀ
  • ହିଚ୍‌କି
  • ଜିରୋ

ଆଧାର[ସମ୍ପାଦନା]

  1. "Wish Rani Mukerji!". Rediff.com. 19 March 2008. Archived from the original on 21 September 2012. Retrieved 5 January 2011.
  2. Upadhyay, Karishma (11 September 2002). "Did you know Rani's an Odissi dancer?". The Times of India. Retrieved 13 January 2010.
  3. Sen, Raja (14 November 2007). "First-time fumblings". Rediff.com. Archived from the original on 27 December 2007. Retrieved 23 December 2007.
  4. Khubchandani, Lata (22 August 2002). "My sister, Rani". Rediff.com. Archived from the original on 21 September 2012. Retrieved 12 January 2012.
  5. Singh, Asha (11 October 2001). "Her talent speaks for itself". The Tribune. Archived from the original on 21 November 2013. Retrieved 16 July 2005.
  6. "Biyer Phool (1996)". British Film Institute. Archived from the original on 2 April 2015. Retrieved 19 March 2015.
  7. "Biyer Phool (1996)". British Film Institute. Archived from the original on 2 April 2015. Retrieved 19 March 2015.
  8. "Ranind others heap praises on Roshan Taneja". The Times of India. 21 October 2009. Archived from the original on 21 May 2013. Retrieved 8 March 2013.
  9. "When Karan Johar had to beg Salman Khan, Rani Mukerji for 'Kuch Kuch Hota Hai'". The Times of India. 11 July 2016. Archived from the original on 8 August 2016. Retrieved 3 November 2016.
  10. Chowdhury, Nandita (26 October 1998). "Three is company (Movie review: 'Kuch Kuch Hota Hai')". India Today. Archived from the original on 14 June 2013. Retrieved 6 May 2013.
  11. "'Kuch Kuch Hota Hai' wins all top Filmfare honors". India Abroad. 26 February 1999. Archived from the original on 8 June 2014. Retrieved 14 October 2012.
  12. "Top Actress". Box Office India. Archived from the original on 17 October 2013. Retrieved 8 January 2008.
  13. "Box Office 2004". Box Office India. Archived from the original on 14 October 2013. Retrieved 8 January 2008.
  14. Adarsh, Taran (21 May 2004). "Yuva (2004):Hindi movie review by Taran Adarsh". Bollywood Hungama. Archived from the original on 25 April 2013. Retrieved 8 January 2008.
  15. "Top Lifetime Grossers Worldwide". Box Office India. Archived from the original on 15 October 2013. Retrieved 9 January 2008.
  16. Corliss, Richard (23 December 2005). "2005's best movies". Time (magazine). Archived from the original on 24 September 2010. Retrieved 15 January 2010.
  17. "Rani models her 'Ta Ra Rum Pum' performance on her mom". Hindustan Times. 27 April 2007. Archived from the original on 11 June 2014. Retrieved 7 May 2013.
  18. "Happy Birthday Rani Mukherjee!". NDTV. Archived from the original on 17 May 2014. Retrieved 29 November 2012.
  19. Kaur, Swarleen (6 January 2005). "Rani finds 'Black' a learning experience". The Tribune. Archived from the original on 21 November 2013. Retrieved 27 April 2007.
  20. Guha, Aniruddha (5 January 2011). "Review: No One Killed Jessica is the film to beat in 2011". Daily News and Analysis. Archived from the original on 11 February 2012. Retrieved 25 October 2011.
  21. "Top Ten Worldwide Grossers 2012". Box Office India. 17 January 2013. Archived from the original on 2 June 2013. Retrieved 21 January 2013.
  22. Singh, Prashant (23 August 2014). "Imperative to show all girls the reality: Rani Mukerji". Hindustan Times. Retrieved 23 August 2014.
  23. Sahani, Alaka (25 ଫେବୃଆରୀ 2018). "Rani Mukerji: Everyone has to put in a little effort to accommodate working mothers". The Indian Express. Archived from the original on 26 ମାର୍ଚ୍ଚ 2018. Retrieved 26 ମାର୍ଚ୍ଚ 2018.
  24. "Educate as many kids as possible, Rani Mukerji urges people". Deccan Herald. 5 April 2011. Archived from the original on 3 January 2015. Retrieved 6 April 2011.
  25. Behal, Suchitra (22 November 2009). "In passing". The Hindu. Archived from the original on 19 September 2011. Retrieved 17 October 2011.
  26. Jha, Shefali S. (22 April 2014). "Finally: Rani and Aditya Chopra tie the knot". The Times of India. Archived from the original on 25 April 2014. Retrieved 22 April 2014.
  27. "Rani Mukherji delivers baby girl Adira; Rishi Kapoor and others congratulate her". International Business Times. 9 December 2015. Archived from the original on 11 December 2015. Retrieved 9 December 2015.

ବାହାର ଆଧାର[ସମ୍ପାଦନା]