ଦୀପ୍ ଗ୍ରେସ୍ ଏକ୍କା
ଦେଖଣା
ବ୍ୟକ୍ତିଗତ ତଥ୍ୟ | |
---|---|
ଜାତୀୟତା | ଭାରତୀୟ |
ଜନ୍ମ | ଓଡ଼ିଶା, ଭାରତ | ୩ ଜୁନ ୧୯୯୪
Sport | |
ଦେଶ | ଭାରତ |
କ୍ରୀଡ଼ା | ଫିଲ୍ଡ ହକି |
Club | ସାଇ-ସାଗ ସେଣ୍ଟର, ସୁନ୍ଦରଗଡ, ଓଡ଼ିଶା, ରେଳବାଇ |
ଦୀପ୍ ଗ୍ରେସ୍ ଏକ୍କା (ଜନ୍ମ ଜୁନ୍ ୩, ୧୯୯୪) ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଭାରତୀୟ ମହିଳା ଫିଲ୍ଡ ହକି ଖେଳାଳୀ ।[୧] ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କର ବ୍ଲକ୍ର ଲୁଲକିଡିହି ଗ୍ରାମର । ତାଙ୍କ ବାପାଙ୍କ ନାମ ଚାର୍ଲ୍ସ ଏକ୍କା ଓ ମା'ଙ୍କ ନାମ ଜୟମଣି ଏକ୍କା ।[୨] ସେ ପ୍ରଥମେ ତେଜ୍ କୁମାର ଜେସ୍ (୨୦୦୫-୦୬)ଙ୍କଠାରୁ ପ୍ରଶିକ୍ଷଣ ନେଉଥଲେ, କିନ୍ତୁ ପରେ ୨୦୦୭ରେ ସେ ସାଇ-ସାଗ୍ରେ ଯୋଗ ଦେଇଥିଲେ ଓ ଲୁସେଲା ଏକ୍କା ଓ ସରୋଜ ମହାନ୍ତି ।[୩]ଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ ।[୪]
ସଫଳତା
[ସମ୍ପାଦନା]ସେ ୧୦୬ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୩ଟି ଆନ୍ତର୍ଜାତୀୟ ଗୋଲ୍ ଦେଇଛନ୍ତି ।[୫]
ଆନ୍ତର୍ଜାତୀୟ
[ସମ୍ପାଦନା]- ୨୦୧୧ ମସିହାରେ ସେ ଆର୍ଜେଣ୍ଟିନାରେ ଅନିଷ୍ଠିତ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ, ଯେଉଁଥିରେ ଭାରତ କାଂସ୍ୟ ପଦକ ଜିତିଥିଲା ।[୬]
- ୨୦୧୧ରେ ବ୍ୟାଙ୍ଗକକ୍, ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ଅଠର ବର୍ଷରୁ କମ୍ ବାଳିକା ଏସୀୟ କପ୍ ହକି ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଥିଲେ ।[୭]
- ୨୦୧୩, ଫେବୃଆରୀ ୧୮ରୁ ୨୪ରେ ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ୱାର୍ଲଡ ଲିଗ୍ (୨ୟ ରାଉଣ୍ଡ)ରେ ଭାରତୀୟ ସିନିୟର ମହିଳା ଦଳରେ ଥିଲେ ।[୮]
- ଜୁଲାଇ ୪ ୨୦୧୩ରେ ମୋଞ୍ଚେଗ୍ଲାଦବାଚ୍ ଜର୍ମାନୀରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ଭାଗ ନେଇ କାଂସ୍ୟ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଥିଲେ ।[୯]
- ୨୦୧୩ରେ ଅନୁଷ୍ଠିତ ମହିଳା ଏସୀୟ ହକି ପ୍ରତିଯୋଗିତାରେ କାଂସ୍ୟ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥଲେ ।[୧୦]
- ୨୦୧୩ରେ ଅନୁଷ୍ଠିତ ମହିଳା ଏସୀୟ ଚାମ୍ପିଅନ୍ସ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ସିନିୟର ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୧]
- ଜୁନ୍ ୯- ୧୭, ୨୦୧୪ରେ ମାଲେସିଆର କୁଆଲାମ୍ପୁରରେ ଅନୁଷ୍ଠିତ ମହିଳା ହକି ଟେଷ୍ଟ ସିରିଜ୍ରେ ମାଲେସିଆକୁ ୬-୦ରେ ହରାଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୨]
- ଜୁଲାଇ ୨୩- ଅଗଷ୍ଟ ୩, ୨୦୧୪ରେ ଗ୍ଲସ୍ଗୋରେ ଅନୁଷ୍ଠିତ ବିଂଶତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ ।[୧୩]
- ଅକ୍ଟୋବର ୧, ୨୦୧୪ରେ ଇଞ୍ଚିଅନ୍ (ଦକ୍ଷିଣ କୋରିଆ)ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ କାଂସ୍ୟ ପକ ଜିତିଥିବା ଭାରତୀୟ ମହିଳା ହକି ଦଳର ସେ ସଦସ୍ୟ ଥିଲେ ।[୧୪]
- ଅପ୍ରେଲ୍ ୧୧-୧୯, ୨୦୧୫ରେ ନ୍ୟୁଇଲ୍ୟାଣ୍ଡର ହାଷ୍ଟିଙ୍ଗ୍ସଠାରେ ଅନୁଷ୍ଠିତ ହକ୍ସ ବେ କପ୍ ପ୍ରତିଯୋଗିତାରେ ସପ୍ତମ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
- ୨୦୧୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଫ୍ଆଇଏଚ୍ ବିଶ୍ୱ ଲିଗ୍ ରୌଣ୍ଡ ୨ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୫][୧୬]
- ଅପ୍ରେଲ୍ ୨- ୧୦, ୨୦୧୬ରେ ନ୍ୟୁଜିଲ୍ୟାଣ୍ଡର ହାଷ୍ଟିଙ୍ଗ୍ସଠାରେ ଅନୁଷ୍ଠିତ ହକ୍ସ ବେ କପ୍ ମହିଳା ହକି ଉତ୍ସବରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୭]
- ଜୁନ୍ ୩, ୨୦୧୬ରେ ଅଷ୍ଟ୍ରେଲିଆର ଡାରୱିନ୍ରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ନିଜର ୨୨ତମ ଜନ୍ମ ଦିବସରେ ଭାରତର ଶେଷ ଗ୍ରୁପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୧୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।[୧୮]
- ସେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ୨୦୧୬ ପାଇଁ ମନୋନୀତ ହୋଇଥିଲେ ।[୧୯]
- ସେ ଭାରତୀୟ ମହିଳା ହକି ଦଳର ଉପ-ଅଧିନାୟିକା ଭାବରେ ମାଲେସିଆ ଗସ୍ତ କରିଥିଲେ ।[୨୦]
ଜାତୀୟ
[ସମ୍ପାଦନା]- ୨୦୦୯ରେ ଜାତୀୟ ବିଦ୍ୟାଳୟ ସ୍ତରୀୟ (୧୭ ବର୍ଷରୁ କମ୍) ହକି ପ୍ରତିଯୋଗିତା ଜିତିଥିବା ଓଡ଼ିଶା ଦଳର ସଦସ୍ୟ ଥିଲେ ।
- ୨୦୧୦ରେ ଭୋପାଳଠାରେ ଅନୁଷ୍ଠିତ ମହିଳା ଜାତୀୟ କ୍ରୀଡା ଉତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଅ ଓଡ଼ିଶା ଦଳର ସଦସ୍ୟ ଥିଲେ ।
- ୨୦୧୧ରେ ସୋନପାଟରେ ଅନୁଷ୍ଠିତ ପ୍ରଥମ ହକି ଇଣ୍ଡିଆ ସିନିୟର ଜାତୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶା ଦଳର ସଦସ୍ୟ ଥିଲେ ।
- ୨୦୧୧ରେ ଝାଡଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ୩୪ମ ଜାତୀୟ କ୍ରୀଡାରେ ସେ ଓଡ଼ିଶା ଦଳର ସଦସ୍ୟ ଥିଲେ ।
- ଡିସେମ୍ବର ୨୭ରୁ ଫେବୃଆରୀ ୧୫, ୨୦୧୧ରେ ନୂଆ ଦିଲ୍ଲୀର ମେଜର୍ ଧ୍ୟାନ୍ ଚାନ୍ଦ୍ ଜାତୀୟ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ସିନିୟର ଜାତୀୟ ମହିଳା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ସେ ହକି ଇଣ୍ଡିଆ ତରଫରୁ ବଛାଯାଇଥିଲେ ।[୨୧]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୨୨ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।[୨୨]
ଅନ୍ୟ ସୂଚନା
[ସମ୍ପାଦନା]- ଜୁକାଇ ୨୬, ୨୦୧୬ରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଓ ଅଲିମ୍ପିକ୍ସ୍ରେ ଭାଗ ନେବା ପାଇଁ ୧୦ ଲକ୍ଷ ଟଙ୍କା ସାହାଯ୍ୟ ଦେବାକୁ ଓଡ଼ିଶା ଖଣି ନିଗମକୁ ନିର୍ଦ୍ଦେଶ ଦେଇଥିଲେ ।
- ୧୦ ଅକ୍ଟୋବର ୨୦୧୪ରେ ଇଞ୍ଚିଅନ୍ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ ମହିଳା ବିଭାଗରେ ବ୍ରୋଞ୍ଜ୍ ଇତିଥିବା ହେତୁ ଓଡ଼ିଶା ସରକାର ୭୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
- ଅକ୍ଟୋବର ୨, ୨୦୧୪ରେ ଓଡ଼ିଶା କ୍ରିକେଟ୍ ସଂଘ, ୧୭ତମ ଏସୀୟ କ୍ରୀଡାରେ ସଫଳତା ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
- ଅଗଷ୍ଟ ୧୧, ୨୦୧୪ରେ, ଜର୍ମାନୀରେ ଅନୁଷ୍ଠିତ ୨୦୧୩ କନିଷ୍ଠ ମହିଳା ହକି ବିଶ୍ୱ କପ୍ରେ କାଂସ୍ୟ ପଦକ ଜିତିଥିବା ହେତୁ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।[୨୩]
ଆଧାର
[ସମ୍ପାଦନା]- ↑ "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
- ↑ "PERSONALITIES". Orisports.com. Retrieved 30 July 2016.
- ↑ "Senior Women Core Probables". hockeyindia.org. Archived from the original on 22 January 2019. Retrieved 29 July 2016.
- ↑ "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 30 July 2016.
- ↑ "Senior Women Core Probables". hockeyindia.org. Archived from the original on 22 January 2019. Retrieved 29 July 2016.
- ↑ "Indian Women Finish 3rd In Argentina 4-Nation Tournaments". bharatiyahockey.org. Retrieved 30 July 2016.
- ↑ "Poonam to captain girls hockey team in U-18 Asia Cup". timesofindia.indiatimes.com. Retrieved 30 July 2016.
- ↑ "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 30 July 2016.
- ↑ "Indian Junior Women Team Announced For FIH Hockey Junior World Cup Women 2013". hockeyindia.org. Archived from the original on 22 January 2017. Retrieved 30 July 2016.
- ↑ "8th Women's Hockey Asia Cup". hockeyindia.org. Archived from the original on 8 August 2016. Retrieved 30 July 2016.
- ↑ "3rd Women's Asian Champions Trophy 2013". hockeyindia.org. Archived from the original on 8 August 2016. Retrieved 30 July 2016.
- ↑ "Indian Women's Hockey Team Blank Malaysia 6-0 In 6-Test Series". bharatiyahockey.org. Retrieved 30 July 2016.
- ↑ "CWG 2014: Full List Of India's 215 Athletes For Glasgow". oneindia.com. Retrieved 11 August 2016.
- ↑ "Indian Players at Incheon Asian games 2014". sports.mapsofindia.com. Retrieved 30 July 2016.
- ↑ "Indian Women Hockey Team Announced For The Upcoming FIH World League Round 2". hockeyindia.org. Archived from the original on 12 August 2016. Retrieved 11 August 2016.
- ↑ "India Beats Poland 3-1 To Win The Hero FIH Hockey World League Round 2 (Women), Delhi 2015". hockeyindia.org. Archived from the original on 12 August 2016. Retrieved 11 August 2016.
- ↑ "PERSONALITIES". Orisports.com. Retrieved 30 July 2016.
- ↑ "Deep Grace Ekka Completes 100 International Caps For India". hockeyindia.org. Archived from the original on 8 August 2016. Retrieved 30 July 2016.
- ↑ "Rio Olympics 2016: Four Odisha players part of women's hockey squad". sportskeeda.com. Retrieved 30 July 2016.
- ↑ Dharitri. "ସବିତାଙ୍କୁ ନେତୃତ୍ୱ; ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ". Dharitri.com (in ଇଂରାଜୀ). Retrieved 2019-03-27.
- ↑ "PERSONALITIES". Orisports.com. Retrieved 29 July 2016.
- ↑ Dharitri; Panda, Abhayananda (2022-11-15). "ଦୀପ୍ଗ୍ରେସ୍ଙ୍କୁ ଅର୍ଜୁନ ପୁରସ୍କାର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2022-11-15.
- ↑ "PERSONALITIES". Orisports.com. Retrieved 29 July 2016.