କେଦାର ଗୁରୁ

ଉଇକିପିଡ଼ିଆ‌ରୁ
କେଦାର ଗୁରୁ
Born(1936-07-09)୯ ଜୁଲାଇ ୧୯୩୬
Died{୨୮ ନଭେମ୍ବର ୧୯୮୭(1987-11-28) (ବୟସ ୫୧)
ଗୌଡ଼ବାଡ଼ ସାହି,ପୁରୀ
Known forଅଭିନେତା

କେଦାର ଗୁରୁ ( ୦୯ ଜୁଲାଇ ୧୯୩୬ - ୨୮ ନଭେମ୍ବର ୧୯୮୭ ) ଓଡ଼ିଶାର ଜଣେ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧] ସେ ୧୯୩୬ମସିହାରେ ପୁରୀର ଗୌଡ଼ବାଡ଼ ସାହିରେ ଜନ୍ମଗ୍ରହଣ କରିଥିଲେ । ସଙ୍ଗୀତ, ନାଟକ ତଥା ଖେଳ କସରତ ପ୍ରତି ତାଙ୍କର ବାଲ୍ୟକାଳରୁ ଆଗ୍ରହ ଥିଲା ଏବଂ ବିଦ୍ୟାଳୟ ଓ ସାହି ନାଟକରେ ସେ ଅଭିନୟ କରୁଥିଲେ । "ପତିତ ପାବନ" ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ୧୯୬୭ରେ ସେ "ଶିଳ୍ପୀ" ନାମକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ । ଶିଶୁଙ୍କ ପାଇଁ "ନୀଳାଚଳ ଶିଶୁ ସ୍ରୋତା ସମିତି" ଓ "କିଶୋର ଚକ୍ର" ଆଦି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । "ଶ୍ରୀକ୍ଷେତ୍ର କଳା ପ୍ରକାଶିକା" ମଧ୍ୟ ତାଙ୍କରି ସୃଷ୍ଟି ।

କେଦାର ଗୁରୁଙ୍କ ସମ୍ମାନରେ ପ୍ରତିବର୍ଷ "ରଙ୍ଗଶାଳା" ଅନୁଷ୍ଠାନ ପକ୍ଷରୁ "କେଦାର ଗୁରୁ ପୁରସ୍କାର" ପ୍ରଦାନ କରାଯାଇଥାଏ ।[୨]

ଅଭିନୟ[ସମ୍ପାଦନା]

ନାଟକ[ସମ୍ପାଦନା]

  • ହଂସଧ୍ୱନି
  • କଳାବତୀର ଘାଟ
  • ନର୍ତ୍ତକୀ

ଚଳଚ୍ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ତିରୋଧାନ ଦିବସ". No. ସମ୍ବାଦ ୨୮/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୬. Archived from the original on 28 November 2020. Retrieved 28 November 2020.
  2. http://www.thehindu.com/todays-paper/tp-national/tp-otherstates/State-level-Amateur-Drama-Festival-concludes/article15591264.ece
  3. "ନୀଳମାଧବ". ନିତିଦିନ 'ନଜର୍'. Archived from the original on 2019-03-28. Retrieved 11 April 2017.
  4. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୮/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 2 December 2017. Retrieved 28 November 2017.

ଅଧିକ ତଥ୍ୟ[ସମ୍ପାଦନା]