ସୋନିକା ରାୟ
ସୋନିକା ରାୟ | |
---|---|
ଜନ୍ମ | ସୋନିକା ରାୟ ୧୦ ଅପ୍ରେଲ ୧୯୯୪[୧] |
ବୃତ୍ତି(ସମୂହ) | ମଡେଲିଂ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୪ରୁ-ଏବେଯାଏଁ |
ସୋନିକା ରାୟ (ଜନ୍ମ: ୧୦ ଅପ୍ରେଲ ୧୯୯୪) ଜଣେ ଓଡ଼ିଆ ମଡେଲ ଏବଂ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୨] ସେ ୨୦୧୭ରେ ମିସ୍ ଏସିଆ ପ୍ୟାସିଫିକ୍ ପ୍ରତିଯୋଗିତାରେ ବିଜେତା ହୋଇଥିଲେ ।[୩] ୨୦୧୪ରେ ମିସ୍ ଓଡ଼ିଶା ପ୍ରତିଯୋଗିତାର ସେ ପ୍ରଥମ ରନର୍ସଅପ୍ ହୋଇଥିଲେ । ସେ ଓଡ଼ିଆ କଥାଚିତ୍ର ରଙ୍ଗିଲା ବାବା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୋନିକା ୧୦ ଅପ୍ରେଲ ୧୯୯୪ରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୌମିତ୍ର ରାୟ କଟକ ବୋର୍ଡ଼ ଅଫିସ୍ରେ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କର ପିଲାଦିନ କଟରେ କଟିଥିଲା । ସୋନିକା ପିଲାଦିନରୁ ତାଙ୍କ ମାଆଙ୍କୁ ହରାଇଥିଲେ ଏବଂ ପରେ ସେ ଅଳ୍ପ ବୟସରେ ମଧ୍ୟ ତାଙ୍କ ପିତାଙ୍କ ହରାଇଥିଲେ ।[୫] ସେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେହି ସମୟରେ ସେ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ କରୁଥିଲେ । ସେ ଗୁରୁ ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତିଠାରୁ ପ୍ରାୟ ତନିବର୍ଷ ଓଡ଼ିଶୀ ଶିକ୍ଷା କରିଥିଲେ । ଏହାପରେ ସେ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ଶିକ୍ଷାକେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ।[୧]
ମଡେଲିଂ
[ସମ୍ପାଦନା]ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ସୋନିକା ୨୦୧୪ରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।[୧] ୨୦୧୪ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ପ୍ରଥମେ ଭାଗନେଇଥିଲେ । ଏହାପରେ ସେ ମିସ୍ ଓଡ଼ିଶା ଓଡ଼ିଶା ପ୍ରତିଯୋଗିତାରେ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ସେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ଏବଂ ପ୍ରଥମ ରନର୍ସଅପ୍ ହୋଇଥିଲେ ।[୬] ୨୦୧୫ରେ ସେ ଫେମିନ୍ ମିସ୍ ଇଣ୍ଡିଆରେ ପୁଣିଥରେ ଭାଗନେଇଥିଲେ ଏବଂ ଫାଇନାଲଯାଏଁ ଯାଇଥିଲେ । ୨୦୧୬ ମସିହାରେ ଅନୁଷ୍ଠିତ ମିସ୍ ଆର୍ଥ ଇଣ୍ଡିଆରେ ସୋନିକା ଭାଗନେଇଥିଲ ଏବଂ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସେ ରହିଥିଲେ ।[୫]
୨୦୧୭ରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆରେ ସେ ଭାଗନେଇଥିଲେ ଏବଂ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ ।[୭] ଏହାପରେ ଏସିଆ ପାସିଫିକ୍ ପିଜାଣ୍ଟା ତରଫରୁ ତାଙ୍କୁ ସୁଯୋଗ ମିଳିଥିଲା ।[୮][୯] ସେ ମିସ୍ ଏସିଆ ପ୍ୟାସିଫିକ୍ ୨୦୧୭ର ବିଜୟିନୀ ହୋଇଥିଲେ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗିତା ୨୦୧୭ରେ ସୋନିକା ଭାରତକୁ ପ୍ରତିନିଧିତ୍ୱ କରିବେ ।[୧୦][୧୧][୧୨][୧୩][୧୪] ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗିତା ପାଇଁ ସାରା ଦେଶରୁ ପ୍ରାୟ ୪୦ଟି ପ୍ରୋଫାଇଲ ଆସିଥିଲା । ୪୦ଟି ପ୍ରୋଫାଇଲ ମଧ୍ୟରୁ ବିଚାରକମାନେ ୭ଟି ପ୍ରୋଫାଇଲକୁ ବାଛିଥିଲେ । ସେହି ୭ ଜଣଙ୍କ ମଧ୍ୟରୁ କ୍ରାଉନ ପାଇବାରେ ସଫଳ ହୋଇଥିଲେ ସୋନିକା ।[୬]
ଅଭିନୟ
[ସମ୍ପାଦନା]ସୋନିକା ଓଡ଼ିଆ କଥାଚିତ୍ର ରଙ୍ଗିଲା ବାବା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୫] ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ସେହି ସମୟର ଚର୍ଚ୍ଚିତ ତଥା ଦର୍ନିତୀଗ୍ରସ୍ତ ବାବା ସାରଥିଙ୍କ ଉପରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ସୋନିକାଙ୍କ ବିପକ୍ଷରେ ନାୟକ ଥିଲେ ଅଭିନେତା ଚନ୍ଦନ କର । କୁନା ତ୍ରିପାଠୀ, ଗୁଡ୍ଡୁ, ଜୀବନ ପଣ୍ଡା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ସେ ସୀତା କଲ୍ୟାଣମ୍ ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କଥାଚିତ୍ରଟିର ସୁଟିଂ ଚାଲୁଛି ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୫ | ରଙ୍ଗିଲା ବାବା | ଓଡ଼ିଆ | ରଶ୍ମୀ | ପ୍ରଥମ କଥାଚିତ୍ର |
ସୀତା କଲ୍ୟାଣମ୍ | ତେଲୁଗୁ | ପ୍ରଥମ ତେଲୁଗୁ କଥାଚିତ୍ର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ପଟ୍ଟନାୟକ, ଲହରିକା (29 October 2017). "ସ୍ୱପ୍ନ ସନ୍ଧାନରେ ସୋନିକା". ସମାଜ. Retrieved 29 October 2017.[permanent dead link]
- ↑ "ବାଣ ନୁହେଁ ହସ ଫୁଟାଇବା ! କନକ ନ୍ୟୁଜର ଅଭିଯାନରେ ସାମିଲ୍ ହେଲେ ଅଭିନେତ୍ରୀ ସୋନିକା". Kanak News. 16 October 2017. Retrieved 29 October 2017.
- ↑ "Miss Asia Pacific International 2017: Odia Girl Sonika Roy To Represent India". Viral Odisha. 25 October 2017. Archived from the original on 1 November 2017. Retrieved 29 October 2017.
- ↑ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
- ↑ ୫.୦ ୫.୧ ୫.୨ "ସୁପର୍ ସିକ୍ସରେ ସୋନିକା". କନକ ନ୍ୟୁଜ୍. 7 April 2016. Retrieved 29 October 2017.
- ↑ ୬.୦ ୬.୧ "ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡ଼ିଆ ଝିଅ ସୋନିକା". Dailyhunt. 19 June 2017. Retrieved 29 October 2017.
- ↑ "Odia girl Sonika Roy meets Guv before leaving for Intl beauty paegent". Odisha Bytes. 26 October 2017. Archived from the original on 30 October 2017. Retrieved 29 October 2017.
- ↑ "Miss Asia Pacific International-2017: Odia girl Sonika Roy to represent India". O TV. 25 October 2017. Retrieved 29 October 2017.
- ↑ "ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡ଼ିଆ ଝିଅ ସୋନିକା ରାୟ ମନୋନୀତ". E News ଓଡ଼ିଆ. 25 October 2017. Retrieved 29 October 2017.
- ↑ "Odisha's Sonika Roy to represent India in Miss Asia Pacific International 2017". Pragatibadi. 25 October 2017. Retrieved 29 October 2017.
- ↑ "Odia Girl Sonika Roy To Represent India In 'Miss Asia Pacific International 2017' Pageant". OMMCOM News. 26 October 2017. Retrieved 29 October 2017.[permanent dead link]
- ↑ "ମିସ୍ ଏସିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା". Odisha Reporter. 25 October 2017. Retrieved 29 October 2017.
- ↑ "ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା". Update Odisha. 25 October 2017. Retrieved 29 October 2017.
- ↑ Bhoi, Sudhir (25 October 2017). "ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲରେ ଏକମାତ୍ର ଓଡ଼ିଆ ଝିଅ ସୋନିକା ରାୟ". Odisha News 24. Archived from the original on 3 April 2019. Retrieved 29 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନିକା ରାୟ
- ଫେସବୁକରେ ସୋନିକା ରାୟ