ଆବାକାଭିର/ଲାମିଭୁଡିନ

ଉଇକିପିଡ଼ିଆ‌ରୁ
ଆବାକାଭିର/ଲାମିଭୁଡିନ
Combination of
AbacavirNucleotide analogue reverse transcriptase inhibitor
LamivudineNucleotide analogue reverse transcriptase inhibitor
Clinical data
Trade namesKivexa, Epzicom, others
MedlinePlusa696011
Pregnancy
category
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
Identifiers
CAS Number
PubChem CID
NIAID ChemDB
 ☒NcheckY (what is this?)  (verify)

ଆବାକାଭିର/ଲାମିଭୁଡିନ (ଇଂରାଜୀ ଭାଷାରେ Abacavir/lamivudine, ବିକ୍ରୟ ନାମ କାଇଭେକ୍‌ସା) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଏକ ସ୍ଥିରୀକୃତ ମାତ୍ରାର ଯୁଗ୍ମ ଔଷଧ (fixed dose combination) ଯେଉଁଥିରେ ଆବାକାଭିରଲାମିଭୁଡିନ ଔଷଧଦ୍ୱୟ ଥାଏ । ଅନ୍ୟାନ୍ୟ ଭୁତାଣୁ ବିରୋଧୀ (antiretrovirals) ଔଷଧମାନଙ୍କ ସ‌ହିତ ଏହା ଦିଆଯାଏ ।[୧] ପିଲାମାନଙ୍କ ନିମନ୍ତେ ଏହା ଏକ ପସନ୍ଦ‌ଯୋଗୁ ଔଷଧ ଭାବରେ ବ୍ୟବ‌ହାର କରାଯାଏ ।[୨] ବଟିକା ଆକାରରେ ଏହା ପାଟିରେ ଦିଆଯାଏ ।[୧]

ଆବାକାଭିର/ଲାମିଭୁଡିନର ପାର୍ଶ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ମୁଣ୍ଡବଥା, ଅବସାଦ, ଥକ୍କା ଅନୁଭବ, ଅଇ, ରାସ ଓ ଜ୍ୱର ଆଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପାର୍ଶ ପ୍ରତିକ୍ରିୟାରେ ଲାକ୍ଟିକ ଏସିଡୋସିସ (high blood lactate levels), ଆଲର୍ଜି ପ୍ରତିକ୍ରିୟା (allergic reaction) ଓ ଯକୃତ ବୃଦ୍ଧି (enlargement of the liver) ହୋଇପାରେ । ଯେଉଁ ଲୋକର ଏକ ନିର୍ଦ୍ଦିଷ୍ଟ ଜିନ (gene), ନାମ ଏଚଏଲଏ-ବି*୫୭୦୧ (HLA-B*5701) ଥାଏ ସେହିଭଳି ଲୋକଙ୍କୁ ଏହି ଔଷଧ ଦିଆଯାଏନାହିଁ ।[୧] ଗର୍ଭାବସ୍ଥାରେ ଏହାର ଅଧିକ ଅନୁଶୀଳନ ହୋଇନଥିଲେ ମଧ୍ୟ ନିରାପଦ ମନେହୁଏ ।[୩] ଏହି ଯୁଗ୍ମ ଔଷଧ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍‌ଟେଜ ଇନହିବିଟର (nucleoside reverse transcriptase inhibitor) (NRTI) ଭାବରେ କାମକରେ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୪ରେ ଆବାକାଭିର/ଲାମିଭୁଡିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧୪.୧୯ରୁ ୧୬.୭୪ ଆମେରିକୀୟ ଡଲାର ।[୫] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଡୋଜ ମୂଲ୍ୟ ୨୦୦ ଡଲାରରୁ ଅଧିକ ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Abacavir and Lamivudine Tablets". Teva Pharmaceuticals USA. Retrieved 28 November 2016.
  2. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. pp. 45–46. ISBN 9789240694941. Retrieved 8 December 2016.
  3. "Abacavir / lamivudine (Epzicom) Use During Pregnancy". www.drugs.com. Retrieved 4 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Abacavir + Lamivudine". International Drug Price Indicator Guide. Retrieved 28 November 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 59. ISBN 9781284057560.