ଆବାକାଭିର
ଆବାକାଭିର ରାସାୟନିକ ଗଠନ | |
| Clinical data | |
|---|---|
| Pronunciation | /ʌ.bæk.ʌ.vɪər/ ( |
| Trade names | ବ୍ୟବସାୟୀକ ନାମ - Ziagen ଓ ଅନ୍ୟାନ୍ୟ[୧] |
| AHFS/Drugs.com | monograph |
| MedlinePlus | a699012 |
| Pregnancy category | |
| Routes of administration | By mouth (solution or tablets) |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | ୮୩% |
| Metabolism | ଯକୃତ (Liver |
| Elimination half-life | 1.54 ± 0.63 h |
| Excretion | ବୃକ୍କ (Kidney) (୧.୨% abacavir, ୩୦% 5'-carboxylic acid metabolite, ୩୬% 5'-glucuronide metabolite, ୧୫% ଅଜଣା ମେଟାବୋଲାଇଟ). ମଳ (୧୬%) |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| NIAID ChemDB | |
| ECHA InfoCard | 100.149.341 |
| Chemical and physical data | |
| Formula | C14H18N6O |
| Molar mass | ୨୮୬.୩୩୨ ଗ୍ରା/ମୋଲ |
| 3D model (JSmol) | |
| Melting point | [convert: invalid number] |
| |
| |
| (verify) | |
ଆବାକାଭିର ବା ଏବିସି (ଇଂରାଜୀ ଭାଷାରେ Abacavir ବା ABC) ଏକ ଔଷଧ ଯାହା ଏଚଆଇଭି/ଏଅଇଡିଏସ (HIV/AIDS) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ବ୍ୟବହୃତ ହୁଏ ।[୧][୨] ଏହି ଔଷଧ ଏକକ ଭାବରେ ବ୍ୟବହାର କରାଯାଏନାହିଁ, ଅନ୍ୟ ଔଷଧ ସାଥୀରେ ଦିଆଯାଏ ଯେପରି ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside reverse transcriptase inhibitor ବା NRTIs) ଦିଆଯାଏ ।[୩] ପିଲାଙ୍କୁ ଦ୍ରବଣ ଆକାରରେ ଓ ଅନ୍ୟମାନଙ୍କୁ ବଟିକା ଆକାରରେ ଦିଆଯାଏ ।[୧][୪]
ଆବାକାଭିର ସାଧାରଣତଃ ଏକ ସହନଶୀଳ ଔଷଧ ।[୪] ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବାନ୍ତି, ନିଦ୍ରାହୀନତା (trouble sleeping), ଜ୍ୱର ଓ ଥକ୍କା ଉଲ୍ଲେଖନୀୟ ଅଟେ । ଅଧିକ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ହାଇପରସେନ୍ସିଟିଭ (hypersensitivity), ଯକୃତ କ୍ଷତି (liver damage) ଓ ଲାକ୍ଟିକ ଏସିଡୋସିସ (lactic acidosis) ଦେଖାଯାଏ । ଅତିସୁଗ୍ରାହି ସଙ୍କଟ ଥିବା ଜେନେଟିକ ଟେଷ୍ଟଦ୍ୱାରା (Genetic testing) ଜଣାଯାଏ ।[୧] ଅତିସୁଗ୍ରାହିର ଲକ୍ଷଣ: ରାସ, ବାନ୍ତି ଓ ଅଣନିଶ୍ୱାସୀ ।[୪] ଆବାକାଭିର ଏକ ଏନଆରଟିଆଇ ଶ୍ରେଣୀର ଔଷଧ ଯାହା ରିଭର୍ସଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମକୁ ଅବରୋଧ କରେ, ଏହି ଏଞ୍ଜାଇମ ଏଚଆଇଭି ଭୁତାଣୁର ଡୁପ୍ଲିକେସନ ନିମନ୍ତେ ଦରକାର ହୁଏ ।[୫] ଏନଆରଟିଆଇ ଶ୍ରେଣୀରେ ଆବାକାଭିର ଏକ କାର୍ବୋସାଇକ୍ଲିକ ନ୍ୟୁକ୍ଲିଓସାଇଡ (carbocyclic nucleoside) । [୧]
ସନ ୧୯୮୮ରେ ଆବାକାଭିର ପେଟେଣ୍ଟ ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର ଅନୁମତି ସନ ୧୯୯୮ରେ ପ୍ରାପ୍ତ ହେଲା । [୬][୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୧] ସନ ୨୦୧୪ରେ ଏହି ଔଷଧର ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ଦିନକୁ ୦.୩୬ରୁ ୦.୮୩ ଆମେରିକୀୟ ଡଲାର ଥିଲା ।[୯] ସନ ୨୦୧୫ରେ ଗୋଟିଏ ମାସର ଔଷଧ ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ଡଲାରରୁ ଅଧିକ ଥିଲା । [୧୦] ସାଧାରଣତଃ ଆବାକାଭିର ଏକାରୀ ମିଳେନାହିଁ, ଏହା ଅନ୍ୟ ଔଷଧ ସହିତ ମିଶ୍ରିତ ହୋଇ ମିଳେ ଯେପରିକି ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ (abacavir/lamivudine/zidovudine), ଆବାକାଭିର ଡୋଲୁଟେଗ୍ରାଭିର/ଲାମିଭୁଡିନ (abacavir/dolutegravir/lamivudine) ଓ ଆବାକାଭିର/ଲାମିଭୁଡିନ (abacavir/lamivudine) ।[୪][୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Abacavir Sulfate". The American Society of Health-System Pharmacists. Retrieved 31 July 2015.
- ↑ "Drug Name Abbreviations Adult and Adolescent ARV Guidelines". AIDSinfo. Retrieved 2016-11-08.
- ↑ "What Not to Use Adult and Adolescent ARV Guidelines". AIDSinfo. Retrieved 2016-11-08.
- ↑ ୪.୦ ୪.୧ ୪.୨ ୪.୩ Yuen, GJ; Weller, S; Pakes, GE (2008). "A review of the pharmacokinetics of abacavir". Clinical pharmacokinetics. 47 (6): 351–71. doi:10.2165/00003088-200847060-00001. PMID 18479171.
- ↑ ୫.୦ ୫.୧ "Nucleoside reverse transcriptase inhibitors (NRTIs or 'nukes') - HIV/AIDS". www.hiv.va.gov. Retrieved 2016-11-08.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
- ↑ Kane, Brigid M. (2008). HIV/AIDS Treatment Drugs (in ଇଂରାଜୀ). Infobase Publishing. p. 56. ISBN 9781438102078.
- ↑ "WHO Model Lists of Essential Medicines". World Health Organization (in ବ୍ରିଟିଶ୍ ଇଂରାଜୀ). Retrieved 2016-11-08.
- ↑ "International Drug Price Indicator Guide". ERC. Archived from the original on 30 December 2016. Retrieved 20 November 2016.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 64. ISBN 9781284057560.