ପାର୍ବତୀ ଗିରି
ପାର୍ବତୀ ଗିରି | |
---|---|
ଜନ୍ମ | ପାର୍ବତୀ ଗିରି |
ଜାତୀୟତା | ଭାରତୀୟ |
ପାର୍ବତୀ ଗିରୀ (୧୯ ଜାନୁଆରୀ ୧୯୨୬- ୧୯୯୫)[୧] ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀ ସ୍ୱାଧୀନତା ସଂଗ୍ରାମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଚବର୍ତ୍ତୀ ସମଲାଇପଦର ଗ୍ରାମରେ ୧୯ ଜାନୁଆରୀ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ।
ପ୍ରାରମ୍ଭିକ ଜୀବନ ଓ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ
[ସମ୍ପାଦନା]ପାର୍ବତୀ ମାତ୍ର ଦଶ ବର୍ଷ ବୟସର ହୋଇଥିବା ସମୟରେ ତାଙ୍କ ଅଞ୍ଚଳରେ ହଉଥିବା ସ୍ୱାଧୀନତା ସଂଗ୍ରାମର ସଭାମାନଙ୍କୁ ଯାଉଥିଲେ । ସେ ସେହି ସମୟରୁ ହିଁ ମହାତ୍ମା ଗାନ୍ଧୀଙ୍କ ଡକରାରେ ପ୍ରଭାବିତ ହେଇ ସଭା ହେବା ଆଗରୁ ଘର ଘର ବୁଲି ଲୋକଙ୍କୁ ବହୁ ସଂଖ୍ୟାରେ ଆସିବାକୁ ଅନୁରୋଧ କରୁଥିଲେ ।ତାଙ୍କର ଏହି ନିଷ୍ଠା ଦେଖି ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ପ୍ରାଣକୃଷ୍ଣ ପଢ଼ିଆରୀ ତାଙ୍କ ପିତାମାତାଙ୍କୁ ପାର୍ବତୀଙ୍କୁ ପୂର୍ଣ କାଳୀନ ଭାବରେ କଂଗ୍ରେସ ସଂଗଠନରେ ଭାଗ ନେଇ ସାଙ୍ଗଠନିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ପାର୍ବତୀଙ୍କ ପିତାମାତା ପ୍ରଥମେ ଅମଙ୍ଗ ହଉଥିଲେ ମଧ୍ୟ ପରେ ଜାତିର ସ୍ୱାର୍ଥ ପାଇଁ ରାଜି ହେଇଥିଲେ । ପାର୍ବତୀ ତାଙ୍କର ଆଉ ଜଣେ ବନ୍ଧୁ, ଯେ ବାଳିକା ଅବସ୍ଥାରେ ବିଧବା ହେଇଥିଲେ,ଙ୍କ ସହ ୧୪ ଜାନୁଆରୀ ୧୯୩୮ ମସିହାରେ ରମା ଦେବୀଙ୍କଦ୍ୱାରା ପରିଚାଳିତ ବେରି ଆଶ୍ରମରେ ଯୋଗଦାନ କରିଥିଲେ । ତାହା ପରଠୁ ସେ ଆଉ ଘରକୁ ପୂର୍ଣକାଳୀନ ପାଇଁ ନ ଫେରି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କର ଇଂରେଜ ସରକାର ବିରୋଧାତ୍ମକ କାର୍ଯ୍ୟକଳାପ ପାଇଁ ସେ ଦୁଇ ବର୍ଷ କାରାବାସ ଦଣ୍ଡ ଭୋଗିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ପ୍ରଭାବିତ ହୋଇ ସେ ମାତ୍ର ୧୬ ବର୍ଷ ବୟସରେ ବିପ୍ଳବର ନେତୃତ୍ୱ ନେଉଥିଲେ ।[୨]
ଆଜୀବନ ସମାଜସେବା
[ସମ୍ପାଦନା]ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାରର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ନିଜର ଜନପ୍ରିୟତାକୁ ନେଇ ରାଜନୀତି ମଧ୍ୟ ଯାଇପାରିଥାନ୍ତେ । କିନ୍ତୁ ସେ ସମାଜ ସେବା ପାଇଁ ନିଜକୁ ସମର୍ପଣ କରିଦେଇଥିଲେ । ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୁଦାନ ଯଜ୍ଞ ଯୋଗଦାନ କରି ପଦଯାତ୍ରା କରି ତାଙ୍କ ଅଞ୍ଚଳରେ ଜମି ମାଲିକ ମନକୁ ବଳକା ଜମି ଦାନ କରିବାକୁ ପ୍ରବର୍ତେଇ ଥିଲେ । ସେ ପାଇକମାଳ ଗ୍ରାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ନିଜର ଶେଷ ଜୀବନ ଅନାଥମାନଙ୍କର ମଙ୍ଗଳପାଇଁ ସମର୍ପି ଦେଇଥିଲେ ।[୩]
ସମ୍ମାନ
[ସମ୍ପାଦନା]ପାର୍ବତୀ ଗିରିଙ୍କୁ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡକ୍ତରେଟ ଉପାଧି ୧୯୯୮ ମସିହାରେ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ସି ରଙ୍ଗରାଜନଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । [୪]ଓଡ଼ିଶା ସରକାର ମଧ୍ୟ ତାଙ୍କ ସମ୍ମାନାର୍ଥେ ଡିସେମ୍ବର ୨୦୧୬ରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହେଇଥିବା ଏକ ବୃହତ ଜଳସେଚନ ଯୋଜନାକୁ "ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ" ଭାବରେ ଘୋଷଣା କରିଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ "StreeShakti - The Parallel Force". Retrieved 11 March 2016.
- ↑ "ଆର୍କାଇଭ୍ କପି". Archived from the original on 2017-01-17. Retrieved 2017-01-16.
{{cite web}}
: Cite has empty unknown parameter:|1=
(help) - ↑ http://www.orissa.gov.in/e-magazine/Orissareview/aug2005/engpdf/parbati%20giri.pdf
- ↑ "ଆର୍କାଇଭ୍ କପି". Archived from the original on 2017-01-17. Retrieved 2017-01-16.
{{cite web}}
: Cite has empty unknown parameter:|1=
(help) - ↑ http://sambad.in/news/state/25143.html[permanent dead link]