ପ୍ରାଣକୃଷ୍ଣ ପଢ଼ିଆରୀ

ଉଇକିପିଡ଼ିଆ‌ରୁ

ପ୍ରାଣକୃଷ୍ଣ ପଢ଼ିହାରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସେ ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ, ବିଦେଶୀବସ୍ତ୍ରବର୍ଜନ ଓ ନିଶାଦ୍ରବ୍ୟ ବର୍ଜନ ଆଦି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପଢ଼ିହାରୀ ଜଗତସିଂହପୁର ଜିଲ୍ଲାର ଜୟବଡ଼ ଗାଁରେ ୧୮୮୩ ମସିହା ଜାନୁଆରୀ ମାସ ୨୧ ତାରିଖରେ ପିତା କାଳିନ୍ଦୀ ଚରଣ ପଢ଼ିହାରୀଙ୍କ ଔରସ୍ୟରୁ ଓ ମାତା ନାମ ପଟ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ଏକ ତାଙ୍କ ପିଲା ଦିନର ଡାକ ନାଁ ଥିଲା ପାଣୁ । ଆଗକାଳେ ବ୍ରାହ୍ମଣ ଘରେବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିବାରୁ ସେ ୧୦ବର୍ଷ ବୟସରେ ବିବାହ କରିଥିଲେ । ଗାଁ ସ୍କୁଲରେ ସେ ମାଇନର ପାସ କଲା ପରେ କଟକ ଏଲିମେଣ୍ଟାରି ଟ୍ରେନିଂ ସ୍କୁଲରେ ନାମ ଲେଖାଇଥିଲେ । ତାଙ୍କ ପାଠ ପଢ଼ାରେ ଖୁସି ହୋଇ ମଧୁସୂଦନ ଦାସ ତାଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲେ । ସେତିକିବେଳେ ପ୍ରାଣକୃଷ୍ଣ ମଧୁସୂଦନ ଦାସ ଓ ରାଧାନାଥ ରାୟଙ୍କ ସଂସ୍ପର୍ଶରେ ଆସି ସାହିତ୍ୟ ରଚନା ଆରମ୍ଭ କରିଥିଲେ । ଛାତ୍ର ଥିଲାବେଳେ ତାଙ୍କ ଲେଖାମାନ ସେକାଳେ ପ୍ରକାଶ ପାଉଥିବା ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଥିଲା । କଟକ ଏଲିମେଣ୍ଟାରୀ ଟ୍ରେନିଂ ସ୍କୁଲରୁ ପାସ୍ କଲା ପରେ ସେ ପ୍ରଥମେ ଖଣ୍ଡପଡ଼ା ମାଇନର ସ୍କୁଲରେ ହେଡ଼ ପଣ୍ଡିତ ଓ କବିରପୁର, ଦଶରଥପୁର, ଜଗତସିଂହପୁରରେ ବିଭିନ୍ନ ସ୍କୁଲମାନଙ୍କରେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । [୧]

ସ୍ୱାଧୀନତା ଆନ୍ଦୋଳନ[ସମ୍ପାଦନା]

ସେ ଆଣ୍ଠୁ ନ ଲୁଚିବା ଭଳି ମୋଟା ସାତହାତି ଖଦଡ଼ ଲୁଗା ପିନ୍ଧି ଦେହରେ ଖଣ୍ଡିଏ ଖଦଡ଼ ଚାଦର ପକାଉ ଥିଲେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ସୁଆର, କୃଷ୍ଣଚନ୍ଦ୍ର. ବିଶିଷ୍ଟ ଗାନ୍ଧିବାଦୀ ଓ ସଂଗ୍ରାମୀ ପ୍ରାଣକୃଷ୍ଣ ପଢ଼ିହାରୀ (PDF). ଉତ୍କଳ ପ୍ରସଙ୍ଗ.