Jump to content

"ଦିଲ୍ ଦିୱାନା ହେଇଗଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox film | name = ଦିଲ୍ ଦିୱାନା ହେଇଗଲା | image = | image size..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୧:୩୯, ୧ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଦିଲ୍ ଦିୱାନା ହେଇଗଲା
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ ।
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପ(ସଂଳାପ):
କାହାଣୀରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍, ଶୀତଲ
ସଙ୍ଗୀତଏସ୍ କୁମାର
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଦିଲ୍ ଦିୱାନା ହେଇଗଲା ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସାର୍ଥକ ମୁଭିଜ୍‌ର ୨୦ ତମ ଚଳଚ୍ଚିତ୍ର ଥିଲା , ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।

ନାୟକ ଭୂମିକାରେ ଅଭିନେତା ବାବୁଶାନ୍ ମହାନ୍ତି ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଶୀତଲ । ବାବୁଶାନ ଏବଂ ଶୀତଲଙ୍କୁ ଛାଡ଼ିଦେଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା ଏବଂ ଚିଣ୍ଟୁ ଆଦି କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ

ଚଳଚ୍ଚିତ୍ରଟିରେ ବାବୁଶାନ୍ ନାୟକ ଥିବା ବେଳେ ନାୟିକା ଥିଲେ ଅଭିନେତ୍ରୀ ଶୀତଲ । ଶୀତଲ ଏବଂ ବାବୁଶାନଙ୍କର ଏହା ଥିଲା ଏକତ୍ର ଭାବେ ଚତୁର୍ଥ ଚଳଚ୍ଚିତ୍ର । ଏହା ପୂର୍ବରୁ ସେ, ଯିଏ ଯାହା କହୁ ମୋର ଢୋ,ଭଲ ପାଏ ତୋତେ ୧୦୦ ରୁ ୧୦୦, ତୁ ଯେ ସେଇ ଆଦି ଚଳଚ୍ଚିତ୍ରରେ ବାବୁଙ୍କ ସ‌ହ ଅଭିନୟ କରିସାରିଥିଲେ ।[] ଏହି ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ମଧ୍ୟ ଅଭିନୟ କରିଥିଲେ । ତାଙ୍କ ସ‌ହ ପ୍ରଜ୍ଞା ଖଟୁଆ ମଧ୍ୟ ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ । ଛୋଟ ପରଦାର ଅଭିନେତା ଚିଣ୍ଟୁଙ୍କୁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭାବେରେ ନିଆଯାଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଏହା ଥିଲା ଚିଣ୍ଟୁଙ୍କର ପ୍ରଥମ ଚଳଚ୍ଚିତ୍ର ।

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସମସ୍ତ ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।

ଗୀତ

ଗୀତ ରଚନା କଣ୍ଠଦାନ[]
ପାଗଳପନ୍ଥୀ ଦିଲ୍‌ଟା ମୋର ବାପୁ ଗୋସ୍ୱାମୀ ସଂଗ୍ରାମ ମହାନ୍ତି
ତୁ ମୋ ସା ରେ ଗା ମା ହ୍ୟୁମାନ ସାଗର
ଏ ଆଖି କୋଉ ପୁଣ୍ୟ କରିଥିଲା ନିବେଦିତା
ଦିଲ୍ ଦିୱାନା ହେଇଗଲା ବାପୁ ଗୋସ୍ୱାମୀ ହ୍ୟୁମାନ ସାଗର, ନିବେଦିତା
ଦିଲ୍ ଦିୱାନା କାଇଁ ହେଲା ଅରୁଣ ମନ୍ତ୍ରୀ ହ୍ୟୁମାନ ସାଗର, ନମିତ ଅଗ୍ର‌ୱାଲ
ଆରେ ତୋର ମୋର ଯୋଡ଼ି ତାରିକ୍ ଜାଗୃତି
ତୋର ମୋର ଯୋଡ଼ି
ତୋ ପାଇଁ ମୋ ଦିଲ୍ ଦିୱାନା
କୋହଲା ପବନ

ଆଧାର

  1. ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 1 March 2017.
  2. "Dil Diwana Heigala (2017) Odia Movie Songs". odiapk.in. Retrieved 1 March 2017.