ରେଭେନ୍ସା ବିଶ୍ଵବିଦ୍ୟାଳୟ

ଉଇକିପିଡ଼ିଆ ରୁ
ରେଭେନ୍ସା ବିଶ୍ଵବିଦ୍ୟାଳୟ
Ravenshaw-University-logo.jpg
ଲକ୍ଷ୍ୟ "ଜ୍ଞାନ ହିଁ ଶକ୍ତି"
ପ୍ରତିଷ୍ଠା ୧୮୬୮ (କଲେଜ ଭାବରେ); ୨୦୦୬ (ବିଶ୍ଵବିଦ୍ୟାଳୟ ଭାବରେ)
ପ୍ରକାର ସାର୍ବଜନିକ
କୁଳାଧିପତି ଏସ. ସି. ଜମିର
କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀ
ଅବସ୍ଥାନ କଟକ, ଓଡ଼ିଶା, ଭାରତ ଭାରତ
ପରିସର କଲେଜ ଛକ , କଟକ ନଗର
ଅନୁବନ୍ଧନ ଇଉ.ଜି.ସି., Association of Commonwealth Universities
ୱେବସାଇଟ www.ravenshawuniversity.ac.in

ରେଭେନ୍ସା ବିଶ୍ଵବିଦ୍ୟାଳୟ (ଆଗରୁ ଥିଲା ରେଭେନ୍ସା କଲେଜ) ଭାରତର ପୂର୍ବ ଉପକୂଳରେ ଥିବା ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ଵବିଦ୍ୟାଳୟ ।

ଇତିହାସ[ସମ୍ପାଦନା]

ପ୍ରାରମ୍ଭିକ ସମୟ[ସମ୍ପାଦନା]

୧୮୬୬ ର ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକ ମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନର ଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କ ଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ। ଏହି ପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ପ୍ରଥମ ବର୍ଷ କେବଳେ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା ଓ ପ୍ରବେଶ , ୨୦୧୧

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]