ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ

ଉଇକିପିଡ଼ିଆ ରୁ
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ
UUC logo.png
ଲକ୍ଷ୍ୟ 'ସା ପ୍ରଥମା ସଂସ୍କୃତି ବିଶ୍ଵବାରା'
ପ୍ରତିଷ୍ଠା ୦୪/୦୧/୧୯୯୯
ପ୍ରକାର ସାର୍ବଜନୀନ
କୁଳାଧିପତି ଏସ. ସି. ଜମିର
କୁଳପତି ଦେବେନ୍ଦ୍ର ନାଥ ଜେନା
ଅବସ୍ଥାନ ଭୁବନେଶ୍ୱର, ଓଡ଼ିଶା, ଭାରତ ଭାରତ
ପରିସର ସର୍ଦାର ପଟେଲ ହଲ, ୟୁନିଟ-୨,ଭୁବନେଶ୍ୱର
ଅନୁବନ୍ଧନ ଇଉ.ଜି.ସି.,
ୱେବସାଇଟ www.uuc.ac.in/home.aspx


ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜାନୁଆରୀ ମାସ ୪ ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ଥାପନା କରାଯାଇଥିଲା ।[୧][୨][୩] କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ଵବିଦ୍ୟାଳୟ ।[୪] ଏହି ବିଶ୍ଵବିଦ୍ୟାଳୟଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଅଛି । ଓଡ଼ିଶା ସରକାରଙ୍କ ଦ୍ଵାରା ଭୁବନେଶ୍ୱରର ମଦନପୁରଠାରେ ପ୍ରଦତ୍ତ ୪୫ ଏକର ଜମି ଉପରେ ଏହି ବିଶ୍ଵବିଦ୍ୟାଳୟର ନୂତନ ସୌଧ ନିର୍ମାଣ ଚାଲିଛି । [୫]ଏହି ବିଶ୍ଵବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । [୬] ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ଵବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।[୭]

ଆଧାର[ସମ୍ପାଦନା]

  1. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 852–. ISBN 978-81-269-0608-6. Retrieved 26 September 2012. 
  2. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 215–. ISBN 978-81-7835-377-7. Retrieved 26 September 2012. 
  3. Association of Indian Universities (2006). Universities handbook. Association of Indian Universities. p. 1265. Retrieved 26 September 2012. 
  4. Harish Chandra Das; State Level Vyasakabi Fakir Mohan Smruti Samsad (2003). The cultural heritage of Khurda. State Level Vyasakabi Fakir Mohan Smruti Samsad. p. 440. Retrieved 26 September 2012. 
  5. ସମ୍ବାଦ ୦୪/୦୧/୨୦୧୪ ପୃଷ୍ଠା ୮
  6. http://www.orissalinks.com/archives/4927
  7. http://www.news4education.com/article.php?id=1499

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ