ଦୁର୍ଗାପୁର, ଅନୁଗୋଳ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦୁର୍ଗାପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିଛେଣ୍ଡିପଦା
ଗ୍ରାମ ପଞ୍ଚାୟତଦୁର୍ଗାପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯ ୧୨୭ [୧]
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOR/୧୯
ଅପରାଜିତା ମା ଦୂର୍ଗା

ଦୁର୍ଗାପୁର ଗ୍ରାମ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଥାନା ଅଧୀନରେ ଥିବା ଏକ ଗାଆଁ । 'ଭଗବତ କୃପା' ଓ 'ସ୍ବର୍ଗତଃ ଉଚ୍ଛବ ଚନ୍ଦ୍ର ପ୍ରଧାନ'ଙ୍କ ସଦିଚ୍ଛା ଯୋଗୁଁ ଅଗ୍ରଗତି କରିଥିବା ଦୁର୍ଗାପୁର ଗ୍ରାମଟି, ବ୍ରିଟିଶ୍ ଏବଂ ରାଜକୀୟ ସମୟରୁ ଏହାର ଘଞ୍ଚ ଜଙ୍ଗଲ ପାଇଁ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ମାନଙ୍କରେ ଜଣାଶୁଣା । ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ଗ୍ରାମଟି ୩୨(୨୭+୫) କି.ମି. ଦୂରରେ ଅବସ୍ଥିତ । ୫୫ନଂ ଜାତୀୟ ରାଜପଥ ଗ୍ରାମଠାରୁ ମାତ୍ର ୫ କି.ମି. ଦୁରରେ । ଗ୍ରାମର ସୀମାକୁ ଲାଗିଥିବା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକ ହେଉଛି, ଜରପଡା, ବକଳା, ଭାଗିରଥିପୁର ଓ କୋରଡା । ଗ୍ରାମର ଆଧ୍ୟାତ୍ମସମ୍ପନ୍ନ ମନ୍ଦିରଗୁଡ଼ିକ ମଧ୍ୟରେ, ମଠମୁଣ୍ଡିଆ ଉପରସ୍ଥ ଅପରାଜିତା ମା ଦୁର୍ଗାଙ୍କ ମନ୍ଦିର, ପ୍ରଧାନ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର, ଚାରିବାଟି ଛକ ନିକଟସ୍ଥ ବୁଢୀଠାକୁରାଣୀ ମନ୍ଦିର ଓ ହରିହର ମନ୍ଦିର ହେଉଛି ଗ୍ରାମର ପ୍ରମୁଖ ଆକର୍ଷଣ । ଗ୍ରାମରେ ଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଗ୍ରାମ ଡାକଘର, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଦୂରଦର୍ଶନ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବିଦ୍ୟାଳୟ ସମୂହ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ସହାୟକ କେନ୍ଦ୍ର, କୃଷି କାର୍ଯ୍ୟାଳୟ ଇତ୍ୟାଦିର ଗ୍ରାମପ୍ରତି ଅବଦାନ ବହୁଳ ଭାବରେ ଉଲେକ୍ଷ । ମଠମୁଣ୍ଡିଆ ପାଦଦେଶରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜାମ୍ବୁଆଝରଣ ଏବଂ ମହାବନ୍ଧ ଗଙ୍ଗାମୁଣ୍ଡାର ଗ୍ରାମ-ଜଳସେଚନରେ ପ୍ରମୁଖ ଭୂମିକା ବିଦ୍ୟମାନ । ବ୍ରିଟିଶ୍ ସମୟର ଗୋଟିଏ ଡାକ ବଙ୍ଗଳା ଏଠାରେ ବର୍ତ୍ତମାନ ବିଲୁପ୍ତ ଏବଂ ଗ୍ରାମର ବିଭିନ୍ନ ଲୋକ ସଂସ୍କୃତି ବର୍ତ୍ତମାନ ଅବକ୍ଷୟର ସମ୍ମୁଖୀନ । ନିକଟ ଅତୀତରେ ଗ୍ରାମଟି ଗୋଟିଏ ଗ୍ରାମ-ଶାନ୍ତି-କମିଟିଦ୍ୱାରା ଶୃଙ୍ଖଳିତ ଭାବରେ ପରିଚାଳିତ ହେଉଥିଲା । ସର୍ବୋପରି ଗ୍ରାମଟି ତାହାର ପ୍ରାକୃତିକ ପରିବେଶ ପାଇଁ ସ୍ୱଳ୍ପ ପରିମାଣର ଦର୍ଶକଙ୍କୁ ଆକର୍ଷିତ ଓ ସ୍ୱାଗତ କରେ ।

ଶ୍ରୀ ରାଧାକୃଷ୍ଣ
ଦୁର୍ଗାପୁରର ଗ୍ରାମ୍ୟ ପରିବେଶ

ଭୂଗୋଳ[ସମ୍ପାଦନା]

ଜଙ୍ଗଲ ଓ ପାହାଡ଼ଦ୍ୱାରା ପରିବେଷ୍ଟିତ ଗ୍ରାମଟି, ଯାହା ପୂର୍ବରୁ ବହୁତ ଘଞ୍ଚ ଜଙ୍ଗଲଦ୍ୱାରା ଆବୃତ ଥିଲା, ପ୍ରାୟ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ ଏବଂ ଏହା ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରିଥାଏ । ସେଥିପାଇଁ ଗ୍ରାମର ଦୂରତା ପରୋକ୍ଷରେ ଦୂରକରିବା ପାଇଁ ବି.ଏସ.ଏନ.ଏଲ., ଏୟାରଟେଲ୍, ଜିଓ, ଭୋଡାଫୋନ-ଆଇଡିଆ, ଦୂରଦର୍ଶନ ଏବଂ ବିଭିନ୍ନ ଡି.ଟି.ଏଚ. ଗୁଡିକର ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ସେବା ଉଲ୍ଲେଖନୀୟ । ଗ୍ରାମର ମଧ୍ୟ ଭାଗରେ ଯାଇଥିବା ୨୫କି.ମି. ଦୀର୍ଘତା ବିଶିଷ୍ଟ ବାଳକୃଷ୍ଣ ମାର୍ଗ(ବ୍ରିଟିଶ୍ ସମୟର ହବାକ୍ ରୋଡ଼); ଜରପଡା ଓ ଛେଣ୍ଡିପଦାକୁ ସଂଯୋଗ କରୁଛି । ଉକ୍ତ ଗ୍ରାମଟି ଛେଣ୍ଡିପଦା ତହସିଲ୍, ଜରପଡା ଆର୍.ଆଇ. ଅଫିସ୍ ଓ ଜରପଡା ଥାନା ଅନ୍ତର୍ଗତ ।ଦୁଇଟି ଜଙ୍ଗଲ କମିଟିଦ୍ୱାରା ସୁରକ୍ଷିତ ଜଙ୍ଗଲ, ଗ୍ରାମର ଜାଳେଣୀ ଆବଶ୍ୟକତାକୁ କେତେକାଂଶରେପୁରଣ କରିଥାଏ । ମା ବନଦୁର୍ଗା ବନ ସରଂକ୍ଷଣ ସମିତି ଦୁଇ ଜଙ୍ଗଲ କମିଟି ମଧ୍ୟରେ ଅନ୍ୟତମ । ଦୁର୍ଗାପୁର ଫରେଷ୍ଟ ଡିଭିଜନର କାର୍ଯ୍ୟକାରୀ ଅଫିସ୍ ଜରପଡାଠାରେ ଅବସ୍ଥିତ । ଗ୍ରାମଠାରୁ ମାତ୍ର ଆଠ କି.ମି. ଦୂରରେ ବିଖ୍ୟାତ ଅଷ୍ଟଶମ୍ଭୁ ମନ୍ଦିର ଝିନ୍ଟିପାଳଠାରେ ଅବସ୍ଥିତ । ଜାତୀୟ-ରାଜପଥ-୫୫ର ନିକଟତା ଅନୁଯାୟୀ, ଅନୁଗୁଳର ଶୈଳଶ୍ରୀକ୍ଷେତ୍ରଠାରେ ଜଗନ୍ନାଥ ମନ୍ଦିର, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ଟିକରପଡାର ସାତକୋଶିଆ ଗଣ୍ଡ, ଦର୍ଶକମାନଙ୍କ ପାଇଁ ଗ୍ରାମଠାରୁ ଦୂରତା ପ୍ରତିରୋଧକ ହୁଏ ନାହିଁ । ଗୋପାଳପ୍ରସାଦର ହିଙ୍ଗୁଳା ଯାତ୍ରା ଓ କୋଶଳାର ରାମଚଣ୍ଡୀ ଯାତ୍ରା ଗ୍ରାମାଞ୍ଚଳ ରାସ୍ତାରେ ଗ୍ରାମଠାରୁ ନିକଟତର ।

ଜନସଂଖ୍ୟା[ସମ୍ପାଦନା]

ଗ୍ରାମପଞ୍ଚାୟତ ନିର୍ବାଚନ-୨୦୨୨ର ୩୨୪୩ ଭୋଟର ଓ ଶିଶୁମାନଙ୍କୁ ମିଶାଇ ଗ୍ରାମର ଜନସଂଖ୍ୟା ପ୍ରାୟତଃ ୪୫୦୦ ।ଭୋଟର ତାଲିକା-୨୦୨୨ ଅନୁଯାୟୀ ଗ୍ରାମର ସମୁଦାୟ ଭୋଟର ସଂଖ୍ୟା ୩୨୪୩; ଯାହା ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୧୬୭୭ ଓ ମହିଳା ଭୋଟର ସଂଖ୍ୟା ୧୫୬୬ । ଶିକ୍ଷା ଓ ପରିମଳ ବ୍ୟବସ୍ଥା ଯଥାକ୍ରମେ ଦୁର୍ଗାପୁର ଗ୍ରାମର ଅଗ୍ରଗତିକୁ କିମ୍ବା ଉନ୍ନତିକୁ ପ୍ରଭାବିତ କରିଥାଏ । ଗ୍ରାମର ସାକ୍ଷରତା ନିର୍ଭର କରୁଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ (୧) ଦୁର୍ଗାପୁର ନୋଡାଲ୍ ଉ.ପ୍ରା. ବିଦ୍ୟାଳୟ (୨) ଟାଙ୍ଗିରିସାହି ଉ.ପ୍ରା. ବିଦ୍ୟାଳୟ (୩) ପାଣସାହି ଉ.ପ୍ରା. ବିଦ୍ୟାଳୟ (୪) ବନଦୁର୍ଗାପଡା ଉ.ପ୍ରା. ବିଦ୍ୟାଳୟ (୫) ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ କେତେକ ଅଙ୍ଗନବାଡି ସେଣ୍ଟରଗୁଡ଼ିକ ପ୍ରମୁଖ । ଜରପଡାସ୍ଥିତ ପତିତପାବନ ମହାବିଦ୍ୟାଳୟ ଗ୍ରାମଠାରୁ ମାତ୍ର ପାଞ୍ଚ କି.ମି. ଦୂରରେ ଅବସ୍ଥିତ; ଯେଉଁ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମର ଉଚ୍ଚ ଶିକ୍ଷା ହାରରେ ପରିବର୍ତ୍ତନ ଆସିଥାଏ । ଗ୍ରାମବାସୀ ମାନଙ୍କ ପାଇଁ ଗ୍ରାମସ୍ଥିତ 'ଉପସ୍ୱାସ୍ଥ୍ୟ କେନ୍ଦ୍ର' ଓ ପଶୁ ମାନଙ୍କ ପାଇଁ 'ପ୍ରାଣୀ ସହାୟକ କେନ୍ଦ୍ର' ଗ୍ରାମର ଅଧିବାସୀ ଓ ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ପ୍ରଭାବିତ କରେ ।

ରାଜନୀତି[ସମ୍ପାଦନା]

ଦୁର୍ଗାପୁର ଗ୍ରାମଟି ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ (୬୨) ଓ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ(୦୩)ର ଅନ୍ତର୍ଭୁକ୍ତ, ଯାହା ପୂର୍ବେ ଯଥାକ୍ରମେ ଆଠମଲ୍ଲିକ ଓ ଢେଙ୍କାନାଳ ଥିଲା । ତିନି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ (୧)ଭାରତୀୟ ଜାତୀୟ କଂଗ୍ରେସ , (୨)ଭାରତୀୟ ଜନତା ପାର୍ଟୀ/ବି.ଜେ.ପି. ଓ (୩) ବିଜୁ ଜନତା ଦଳ/ବି.ଜେ.ଡି. ।ଏଠାରେ କଂଗ୍ରେସ ଅତୀତରେ ଅଧିକ ସମୟ ଶାସନରେ ଥିବାବେଳେ , ବି.ଜେ.ପି. ଗ୍ରାମର ସଂସ୍କୃତି ଓ ସମ୍ମାନକୁ ସୁରକ୍ଷା ଦେବାପାଇଁ ଭରସା ଦିଏ ଓ ବି.ଜେ.ଡି ବର୍ତ୍ତମାନ ସମୟରେ ଶାସନ ଗାଦିରେ ଅବସ୍ଥାପିତ । ବି.ଜେ.ପି.ର ରୁଦ୍ର ନାରାୟଣ ପାଣି ଉପରୋକ୍ତ ଗ୍ରାମ ଓ ଆଖପାଖ ଅଂଚଳଗୁଡ଼ିକ ପାଇଁ ଉଶ୍ଚର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି । ଶିଳ୍ପ ପ୍ରଭାବିତ ଗ୍ରାମ ଗୁଡିକରେ କମ୍ୟୁନିଷ୍ଟ ସମର୍ଥିତ ଏସ.ୟୁ.ସି.ଆଇ ପାର୍ଟୀର ଭୂମିକା ମଧ୍ୟ ଉଲେଖନୀୟ । କିନ୍ତୁ ଶିକ୍ଷା ଓ ସଚେତନତାର ଅଭାବ ଗ୍ରାମର ପ୍ରକୃତ ଉନ୍ନତିରେ ବ୍ୟାଘାତ ସୃଷ୍ଟି କରିଥାଏ । ଗ୍ରାମପଞ୍ଚାୟତ ନିର୍ବାଚନ ୨୦୨୨ ଅନୁଯାୟୀ ଗ୍ରାମର ଭୋଟର୍ ସଂଖ୍ୟା ୩୨୪୩(ପୁରୁଷ:୧୬୭୭, ସ୍ତ୍ରୀ:୧୫୬୬) ।

ପୋଲିଂର ସୁବିଧା ପାଇଁ ଦୁର୍ଗାପୁର ଗ୍ରାମ ପଞ୍ଚାୟତଟିକୁ ୧୪ଟି ୱାର୍ଡରେ ବିଭକ୍ତ କରାଯାଇ ଅଛି ।

ସଂସ୍କ୍ରୁତି[ସମ୍ପାଦନା]

ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ତେଣୁ ଗ୍ରାମବାସୀମାନେ ଭାଦ୍ରବ ମାସରେ ଗ୍ରାମ/ଭାଦ୍ରବ ପୂଜା, ଆଶ୍ୱିନ ମାସରେ ଦଶହରା/ଦୁର୍ଗାପୁଜା, କାର୍ତ୍ତିକ ମାସରେ ଧବଳେଶ୍ୱର /ବଡ଼-ଓଷା, ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣିମା, , ଫାଲ୍ଗୁନ ମାସରେ ଶିବରାତ୍ରୀଦୋଳ/ଫାଲ୍ଗୁନ ଯାତ୍ରା ,ବୈଶାଖ ମାସରେ ଚନ୍ଦନଯାତ୍ରା ଇତ୍ୟାଦି ବର୍ତ୍ତମାନ ସମୟରେ ନିରାଡମ୍ବର ଭାବରେ ପାଳନ କରିଥାନ୍ତି । ଅନ୍ୟାନ୍ୟ ଓଡ଼ିଆ ଆଧ୍ୟାତ୍ମିକ ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ପଣା ସଂକ୍ରାନ୍ତି/ହନୁମାନ ଜୟନ୍ତୀ, ଅକ୍ଷୟ ତୃତୀୟା /ମୁଠୀ-ଅନୁକୁଳ, ରଜ ପର୍ବ, ରାଖୀ ପୂର୍ଣିମା , ଖୁଦୁରୁକୁଣୀ ଓଷା, ଶ୍ରୀ ଗଣେଶପୂଜା, ଗର୍ଭଣା ସଂକ୍ରାନ୍ତି, କୁମାର ପୂର୍ଣିମା, ଦୀପାବଳୀ, ପ୍ରଥମାଷ୍ଟମୀ , ମାଣବସା ଗୁରୁବାର ଓଷା, ପୌଷ ପୂର୍ଣିମା, ମକର ସଂକ୍ରାନ୍ତି , ସରସ୍ୱତୀ ପୂଜା, ହୋଲି ଏବଂ ବାସନ୍ତିକ ଦୁର୍ଗାପୂଜା ମଧ୍ୟ ଗ୍ରାମବାସୀମାନଙ୍କଦ୍ୱାରା ସାଧାରଣତଃ ନିରାଡମ୍ବର ଭାବରେ ପାଳିତ ହୋଇଥାଏ । ପୂର୍ବ ସମୟର ତଥା ଗ୍ରାମର ପ୍ରସିଦ୍ଧ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀ ବର୍ତ୍ତମାନ ତାହାର ସ୍ଥିତି ବଜାୟ ରଖିଥିଲେ ମଧ୍ୟ ଏହା ସମୟାଭିମୁଖୀ ଓ ବିଲୁପ୍ତପ୍ରାୟ ଅବସ୍ଥାରେ |

ଦୁର୍ଗାପୁର ଗ୍ରାମବାସୀ ମାନଙ୍କର ଖାଦ୍ୟାଭ୍ୟାସ ପ୍ରାୟତଃ ଓଡ଼ିଶାବାସୀଙ୍କ ଖାଦ୍ୟାଭ୍ୟାସ ସହିତ କେତେକାଂଶରେ ସମାନତା ଦେଖାଯାଏ । 'ପଖାଳ' ଓ ତତ ସଂଲଗ୍ନ ଖାଦ୍ୟ ଦୁର୍ଗାପୁର ଗ୍ରାମର ଅଧିବାସୀ ମାନଙ୍କର ଦୈନନ୍ଦିନ ଖାଦ୍ୟ ଅଟେ ।ଚକୁଳି ପିଠା, ପୋଡ ପିଠା, କାକରା ପିଠା , ମଣ୍ଡା ପିଠା, ଆରିଷା ପିଠା, ଏଣ୍ଡୁରି ପିଠା, ତାଳ ବରା ଇତ୍ୟାଦି ଉକ୍ତ ଗ୍ରାମବାସୀ ମାନଙ୍କର ଉତ୍ସବ ତଥା ପର୍ବ ପର୍ବାଣି ସମୟର ଖାଦ୍ୟ ଅଟେ ।

କୃଷି[ସମ୍ପାଦନା]

ଗ୍ରାମ, ଜିଲ୍ଲା ଓ ରାଜ୍ୟ ଉର୍ଦ୍ଧ୍ୱ କ୍ରମରେ ଲୋକମାନଙ୍କର ମୁଖ୍ୟ ପେଷା କୃଷି ଅଟେ । ଧାନ ଓ ରବିଫସଲ ଚାଷ ସହିତ ପନିପରିବା ଉତ୍ପାଦନ ଗ୍ରାମବାସୀ ମାନଙ୍କର ମୁଖ୍ୟ କାର୍ଯ୍ୟଧାରା ଅଟେ ।ହଳ ଲଙ୍ଗଳଦ୍ୱାରା ଚାଷ, ଲୋକମାନଙ୍କର ବର୍ତ୍ତମାନ ସମୟର ଚାଷର ଧାରା ଅଟେ, ଯାହାକି ଧିରେ ଧିରେ କଳ ଲଙ୍ଗଳ ଚାଷ ଆଡକୁ ଅଗ୍ରସର ହେଉଅଛି । କିନ୍ତୁ କ୍ଷୁଦ୍ର ଅକାରର ଚାଷଜମି, କୃଷକର କଳ ଲଙ୍ଗଳ ଚାଷରେ ବ୍ୟାଘାତ ସୃଷ୍ଟି କରୁଅଛି ।ବର୍ତ୍ତମାନ ସମୟରେ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ବାରମ୍ବାର ପ୍ରସ୍ତାବିତ ଶିଳ୍ପ ଯୋଜନା, କୃଷକର ମେରୁଦଣ୍ଡକୁ ଦୋହଲାଇ ଦେଉଛି ଓ ତାହାର ମନୋବଳ ଭାଙ୍ଗି ଦେଉଛି । କୃଷକ ତାହାର ଜମି ଚାଷ ସମୟରେ ଗାଉଥିବା କିଛି ଲୋକଗୀତ, ଯାହା ତାକୁ ବହୁତ ଭାବରେ ସାହସ ଯୋଗାଇ ଥାଏ, ବର୍ତ୍ତମାନ ତାହା ବିଲୁପ୍ତପ୍ରାୟ । ସର୍ବୋପରି ବର୍ତ୍ତମାନ ସମୟରେ ମଧ୍ୟ କୃଷକ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛି । କୃଷକକୁ ସହାୟତା କରିବା ପାଇଁ ଗ୍ରାମରେ ଗୋଟିଏ ପଞ୍ଚାୟତ ସ୍ତରୀୟ କୃଷି କାର୍ଯ୍ୟାଳୟ ମଧ୍ୟ ଅଛି ।

ଆଧାର[ସମ୍ପାଦନା]

  1. "PinCode: DURGAPUR, ANGUL, ORISSA, India, Pincode.net.in". pincode.net.in. 2012. Retrieved 14 May 2012. Details of Post Office DURGAPUR, ANGUL