ଗୋଦାବରୀଶ ମହାପାତ୍ର

ଉଇକିପିଡ଼ିଆ‌ରୁ
ଗୋଦାବରୀଶ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1898-10-01)୧ ଅକ୍ଟୋବର ୧୮୯୮
କୁମାରଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା ଜିଲ୍ଲା
ମୃତ୍ୟୁ୨୫ ନଭେମ୍ବର ୧୯୬୫(1965-11-25) (ବୟସ ୬୭)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସତ୍ୟବାଦୀ ଯୁଗ
ବିଷୟକବି, ଗାଳ୍ପିକ, ସମ୍ପାଦକ ଓ ବ୍ୟଙ୍ଗ ଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫)[୧] ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

ଜୀବନ କାଳ[ସମ୍ପାଦନା]

'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମ ନେଇଥିଲେ ।[୨] ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।[୩] ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "କବି ଗୋଦାବରୀଶ ମହାପାତ୍ର". ଓଡ଼ିଆ ବିଭବ. Retrieved 28 April 2021.[permanent dead link]
  2. "ସାହିତ୍ୟିକ ଗୋଦାବରୀଶ ମହାପାତ୍ର" (PDF). magazines.odisha.gov.in/utkalprasanga. Retrieved 28 April 2021.
  3. "eminent personalities". khordha.nic.in. Retrieved 27 June 2013. He went to Berhampur in 1928 and became the Editor of the magazine "Asha" that was being published by Shashi Bhusan Rath.
  4. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 28 April 2021.