ସୁନୀଲ କୁମାର ପୃଷ୍ଟି
ସୁନୀଲ କୁମାର ପୃଷ୍ଟି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୬୩ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଦେହ ଦେଉଳ ତନୁଲତାର କବିତା |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮) |
ସୁନୀଲ କୁମାର ପୃଷ୍ଟି (ଜନ୍ମ : ୧୯୬୩), ଜଣେ ଓଡ଼ିଆ କବି ଓ ସମ୍ପାଦକ ।[୧] ତାଙ୍କର କବିତା ସଙ୍କଳନ “ତନୁଲତାର କବିତା” ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ସେ ଓଡ଼ିଆ ପତ୍ରିକା "ସଚିତ୍ର ବିଜୟା", "ସାହିତ୍ୟ ପୃଥିବୀ" ଓ "ଶିଶିର" ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
- ଦେହ ଦେଉଳ
- ତନୁଲତାର କବିତା
- ଚିହ୍ନା ଚିହ୍ନା ନିର୍ଜନତା - ୧୯୮୮ (ନାଳନ୍ଦା)[୩]
- ପୁଅ ପାଇଁ ପ୍ରାଥନା ୨୦୦୧ (ଗ୍ରନ୍ଥ ମନ୍ଦିର )
- ଅସଫଳତା କବିତା - ୨୦୦୮ (ନୂପୁର)
- ମନୋଜ୍ଞ ମନୋଜ ଗଳ୍ପମାଳା -୨୦୧୩ (ବିଜୟାନନ୍ଦ ସିଂହ ଏବଂ ସୁନୀଲ କୁମାର ପୃଷ୍ଟିଙ୍କଦ୍ୱାରା ସହ-ସମ୍ପାଦିତ)[୪]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୮ (“ତନୁଲତାର କବିତା” ପାଇଁ)
- ବସନ୍ତ ମୁଦୁଲୀ ପୁରସ୍କାର
- ପ୍ରଜାତନ୍ତ୍ର ପୁରସ୍କାର
- ହିରାଖଣ୍ଡ ପୁରସ୍କାର[୫]
ଆଧାର[ସମ୍ପାଦନା]
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-21.
- ↑ Indian Literature, Volume 36. pp. ୧୦୧୪.
- ↑ "National Library Online Cataoge". opac.nationallibrary.gov.in. National Library. Retrieved 4 March 2019.
{{cite web}}
: Cite has empty unknown parameter:|dead-url=
(help) - ↑ Indian Literature. Sahitya Akademi. July 2005.